ବାସହରା ପରିବାର କୁ ସହାୟତର ହାତ ବଢ଼ାଇଲେ : କଳିଙ୍ଗ ସମାଜ ସେବା ସଂଗଠନ ଓ ମାହାଙ୍ଗା ପ୍ରେସ କ୍ଲବ

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ମାହାଙ୍ଗା :- ସରକାର ସମସ୍ତଗରିବ ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ କାରି ଯୋଜନା କରିଥିଲାବେଳେ ବେଳେ ବେଳେ ତାହା କେଉଁଠାରେ ପହଁଛି ପାରୁନି ତ କେଉଁଠାରେ ପହଂଚିବା ପରେ ତାହାର ସଫଳ ରୂପାୟନ ହୋଇ ପାରୁନି, ଏଭଳି ଘଟଣା ଦେଖିବକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମା ପଂଚାୟତ ଉଷୁମା ଗ୍ରାମରେ, ପ୍ରଶାସନ ର ଅବହେଳା ଯୋଗୁଁ ଗ୍ରାମର ରୋଗୀଣା କଳାକାର ନଗେନ୍ଦ୍ର ପ୍ରଧାନ (59) ଏବେ ବାସହରା ହୋଇ ଚାରି ପିଲା ସହ ପର ଘରେ ମୁଣ୍ଡ ଗେଂଜିଚନ୍ତି, ଅସୁସ୍ଥତା ଆର୍ଥିକ ଅଭାବ ହେତୁ ଘରେ ଓଳିଏ ଚୁଲି ଜାଳିବା କଷ୍ଟ କର ହୋଇପଡ଼ିଥିଲା,

ଖବର ପାଇଁ ମାହାଙ୍ଗା ର କଳିଙ୍ଗ ସମାଜ ସେବା ସଂଗଠନ ଓ ମାହାଙ୍ଗା ପ୍ରେସ କ୍ଲବର କର୍ମକର୍ତ୍ତା ମାନେ ଉଷୁମା ଗ୍ରାମରେ ପହଂଚି ଅସୁସ୍ଥ ନଗେନ୍ଦ୍ରଙ୍କ ଭଲମନ୍ଦ ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ, ଆସବାବ ପତ୍ର ସାବୁନ ବିଶୋଧକ ଆଦି ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିଲେ, ଗତ ଫନି ବାତ୍ୟାରେ ନଗେନ୍ଦ୍ରଙ୍କ ଘର ସମ୍ପୂର୍ଣ ଧୂଳିସାତ ହୋଇଥିବାରୁ ଉଭୟ କଳିଙ୍ଗ ସମାଜ ସେବା ସଂଗଠନ ଓ ମାହାଙ୍ଗା ପ୍ରେସ୍ କ୍ଲବ ପକ୍ଷରୁ ଏକ ମାସ ମଧ୍ୟରେ ଏକ ବଖରା ସ୍ଥାୟୀ ଗୃହ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଛନ୍ତି,ସେହିପରି ଉଭୟ ସଙ୍ଗଠନ ପକ୍ଷରୁ ଧାର ପୁର ଗ୍ରାମର ଅସହାୟ ବୃଦ୍ଧା ଇନ୍ଦୁମତୀ ମହାନ୍ତିଙ୍କୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ଏଥିରେ କଳିଙ୍ଗ ସମାଜ ସେବା ସଂଗଠନ ର ପ୍ରତିଷ୍ଠାତା ସଭାପତି ଉତ୍କଳ ରଞ୍ଜନ ସେଠି,

ମାହାଙ୍ଗା ପ୍ରେସ କ୍ଲବର କାର୍ଯ୍ୟକାରି ସଭାପତି ଲଷ୍ମୀଧର ଖୁଣ୍ଟିଆ,ସଭାପତି ଦୀପକ ସାହୁ, ସାମ୍ବାଦିକ ମନୋଜ ଆଚାର୍ଯ୍ୟ,ଅର୍ଜୁନ ସାହୁ ରମେଶ ସାହୁ, ଅଶୋକ ଦାସ, ଦୟାନିଧି ସାହୁ, ରାମକୃଷ୍ଣ ସାହୁ, ସୁବ୍ରତ ମହାନ୍ତି, ସଂଗଠନ ର ସଭାପତି ରାଜେଶ କୁମାର ମାଲିକ, ସମ୍ପାଦକ ପ୍ରଦ୍ୟୁମ୍ନ ସାମନ୍ତ ରାୟ, ଉପଦେଷ୍ଟା ସୁରେଶ ଭଞ୍ଜ, ପୂର୍ଣ୍ଣଜିତ ବେହୁରା, ସରୋଜ ରଣା ସୁଦିପ ସାହୁ ହେମନ୍ତ ସାହୁ, ବିଚିତ୍ର ସାହୁ, ଅମୀୟ ବିଶ୍ୱାଳ ନାରାୟଣ ସୁନ୍ଦରା, ପ୍ରକଶ ରାଉତ, କେଦାର ଗୋଛାୟତ ଏଭଳି ମହନୀୟ କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଛନ୍ତି, ସଂଗଠନ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଗ୍ରମବାସୀ ମାନେ ସ୍ୱାଗତ କରିବା ସହ ଅସହାୟ ନଗେନ୍ଦ୍ରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି

Exit mobile version