ଭଡ଼ାଘରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଢେଙ୍କାନାଳ

ଓଡିଶା ତାଜ଼ା ନ୍ୟୁଜ (୨୧ ଜୁନ, ସୋମବାର ) ଢେଙ୍କାନାଳ :- ଆଜି ସହରର କୋରିହାଁ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ୫୦ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ନିଲୁ ମୋହନ ସାହୁ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ଗତକାଲି ଠାରୁ ମୃତକଙ୍କ ସ୍ତ୍ରୀ ପିଲା ଛୁଆ କେହି ଘରେ ନଥିଲେ। ଆଜି ସକାଳେ ତାଙ୍କ ପୁଅ କିଛି ଜିନିଷ ନେବା ପାଇଁ ଘରକୁ ଆସିବାରୁ ତାଙ୍କ ପିତାଙ୍କୁ (ମୃତକ) ଘରର ସିଡି ତଳେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏ ଘଟଣା ପରିବାର ଓ ସାଇ ପଡ଼ିଶାଙ୍କୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ କାଲଟାକ୍ସ ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ଘଟଣାକୁ ନେଇ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଏହା ପାରିବାରିକ କଳହରୁ ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଉଛି ଏବଂ ଶବ ବ୍ୟବଚ୍ଛେଦ ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍ ଅଧିକାରୀ । (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ  

Exit mobile version