ଆନ୍ତର୍ଜାତିକ ଯୋଗ ଦିବସ ପାଳିତ – ପଦ୍ମପୁର

ଓଡିଶା ତାଜ଼ା ନ୍ୟୁଜ (୨୧ ଜୁନ, ସୋମବାର ) ପଦ୍ମପୁର :- ପାଇକମାଲ ସରକାରୀ ଚିକିତ୍ସାଲୟ ପରିସରରେ ସମବାର ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇ ଯାଇଛି ।ଚିକିତ୍ସାଲୟ ପରିସରରେ ନବ ନିର୍ମିତ ଯୋଗ ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରାଯାଇଥିଲା, ଯୋଗ ଦିବସ ବିଷୟରେ ଜଗମୋହନ ତ୍ରିବେଦୀ ସମ୍ୟକ ଧାରଣା ଦେଇ ଥିଲାବେଳେ, ଯୋଗ ଶିକ୍ଷକ ତ୍ରିଲୋଚନ ଭୋଇ, ଦେବେନ୍ଦ୍ର ସାହୁ ଓ ବଡ ଶତପଥୀ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରାଇ ଥିଲେ ।

ଚିତ୍ତ ସରାଫ, ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ, ସୁମିତ ଅଗ୍ରୱାଲ ଓ ଯୁଗଳ ମେହେର ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରି ଥିଲେ | ପରି ଶେଷରେ ଫାର୍ମାସିଷ୍ଟ ଚିତ୍ତ ରଞ୍ଜନ ଦାସ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରି ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version