ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ, ଗାଁ କୁ ଫେରିଲେ ଜନ ନାୟକ

ଓଡିଶା ତାଜ଼ା ନ୍ୟୁଜ (୨୧ ଜୁନ, ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଲୋକାଭିମୁଖୀ କାର୍ଯ୍ୟ ଏବଂ ପରୋପକାରୀ ଗୁଣ ବେସ୍ ପ୍ରଶଂସନୀୟ ହେବାରେ ଲାଗିଛି।ଯାହାକି ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଦୀର୍ଘ ୧୨ ବର୍ଷ ପରେ ଗାଁ କୁ ଫେରିଛନ୍ତି ଜନ ନାୟକ।ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମୀ ପଞ୍ଚାୟତ ର ଜନ ନାୟକ ଦୀର୍ଘ ୧୨ ବର୍ଷ ତଳେ ମସ୍ତିସ୍କ ବିକୃତ ହୋଇ ଘରୁ କେଉଁଆଡେ ଚାଲି ଯାଇଥିଲେ ।

ଘର ଲୋକ ବହୁତ୍ ଖୋଜା ଖୋଜି କରିବା ପରେ ମଧ୍ୟ ଜନ ନାୟକ ଙ୍କୁ ପାଇନଥିଲେ।ଏପରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଜନ ନାୟକ ଘରକୁ ଫେରି ନଥିଲେ।ଘର ଲୋକ ମଧ୍ୟ ଆଶା ଛାଡିଦେଇଥିଲେ।କିନ୍ତୁ ମୁମ୍ବାଇ ର ଶ୍ରଦ୍ଧା ଫାଉଣ୍ଡେସନ ନାମକ ସାମାଜିକ ସଂଗଠନ ତାଙ୍କୁ ଚିକିତ୍ସା କରିବା ପରେ ଜନନାୟକ ନିଜ ଠିକଣା କହିଥିଲେ।

ଏ ଖବର ତାଙ୍କ ଗାଁ ରେ ପହଞ୍ଚିବା ପରେ ପରିବାର ଏବଂ ସ୍ଥାନୀୟ ଲୋକ ଦଶପଲ୍ଲା ବିଧାୟକ ଙ୍କୁ ଜଣାଇଥିଲେ।ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଜନ ନାୟକ ଙ୍କୁ ଗାଁ ଙ୍କୁ ଆଣିବା ପାଇଁ ପ୍ରଚେଷ୍ଟା କରିବା ଦ୍ଵାରା ଜନ ନାୟକ ଗାଁ କୁ ଫେରିଥିଲେ। ଜନ ନାୟକ ମୁମ୍ବାଇ ରୁ ଭୁବନେଶ୍ୱର ପହଞ୍ଚିବା ସମୟରେ ଦଶପଲ୍ଲା ବିଧାୟକ ଷ୍ଟେସନ ରେ ଉପସ୍ଥିତ ରହି ସ୍ବାଗତ କରିବା ସହ ଗାଁ ଙ୍କୁ ଫେରିବାର ବ୍ୟବସ୍ଥା କରିଥିଲେ।

ଶ୍ରଦ୍ଧା ଫାଉଣ୍ଡେସନ ର ଏଭଳି ସେବା କୁ ବିଧାୟକ ପ୍ରଶଂସା କରିଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା କୁ ଜନ ନାୟକ ଙ୍କ ପରିବାର,ଗ୍ରାମବାସୀ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣ ପ୍ରଶଂସା କରିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version