ନୟାଗଡ଼ ଡାକ ମଣ୍ଡଳ ତରଫରୁ ୭ ମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୧ ଜୁନ୍‌ ସୋମବାର) ନୟାଗଡ଼ :- ୭ ତମ ଅନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ , ନୟାଗଡ଼ ଡାକମଣ୍ଡଳ ତରଫରୁ ,ଡାକ ଅଧିକ୍ଷକ ଭରତ କୁମାର ପାତ୍ର ଙ୍କ ଅଧକ୍ଷ୍ୟତା ରେ ପାଳିତ ହୋଇଯାଇଛି । ଏଥିରେ ସମସ୍ତ ଡାକ କର୍ମଚାରୀ ଯୋଗ ଅଭ୍ୟାସ କରିବା ସହିତ ପ୍ରତେକ ନିଜ ଜୀବନ ଚର୍ଯ୍ୟା ରେ ଯୋଗ କୁ ସାମିଲ କରିବା ପାଇଁ ଶପଥ କରିଥିଲେ ।

ତା ସହିତ ବୃକ୍ଷ ରୋପଣ କରାଗଲା । ଏହି ଉତ୍ସବ ରେ ବିଜୟ କୁମାର ସାହୂ, କବିରାଜ ନାୟକ,ରବୀନ୍ଦ୍ର କୁମାର ସେଠୀ ଓ ଅନ୍ୟ ଡାକ କର୍ମଚାରୀ ଯୋଗଦେଇଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version