ବୋମିକା ଗ୍ରାମରେ ହେବାକୁ ଥିବା ବାଲ୍ୟ ବିବାହକୁ ରୋକିବା ରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବୋମିକା ଗ୍ରାମ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଜିଲ୍ଲା ପ୍ରଶାସନ ରୋକିବାରେ ସଫଳ ହୋଇଛି । ଏହି ବାଲ୍ୟବିବାହ  ରବିବାର ଦିନ ହୋଇଥାନ୍ତା । ଏଥିଲାଗି ବିବାହ ଆୟୋଜକ ମାନେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଏଥିଲାଗି ରିତୀନିତୀ ଆରମ୍ଭ ହୋଇଥିଲା । ତେବେ ଏହି ଖବର ଜିଲ୍ଲା ପ୍ରଶାସନ କୌଣସି ସୂତ୍ରରୁ ପାଇ ସି.ଡବ୍ଲ୍ୟୁ.ସି.ର ରବୀନ୍ଦ୍ର ପଣ୍ଡା ଏବଂ ତପଶ୍ୱିନୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟ ପ୍ରକାଶ ବଡତ୍ୟା, ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା,

ଅଙ୍ଗନୱାଡି ସୁପରଭାଇଜର ପଦ୍ମିନି ପଟ୍ଟନାୟକ ପ୍ରମୁଖ ବିବାହ ସ୍ଥାନ ଠାରେ ପହଞ୍ଚି ପୁଅ ଓ ଝିଅ ଘରର ଲୋକଙ୍କୁ ବୁଝାସୁଝା କରି ବନ୍ଦ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ଆଜି ରବିବାର ରାତ୍ର ୧୧ଘଣ୍ଟା ସମୟରେ ବାହାଘର ହୋଇଥାନ୍ତା । ଝିଅର ବୟସ ଆଜି ସୁଦ୍ଧା ୧୭ବର୍ଷ ୭ମାସ ହୋଇଥିବାରୁ ବିବାହ ପାଇଁ ଯୋଗ୍ୟ ନଥିଲେ ଏବଂ ସେ ଜଣେ ବର୍ତ୍ତମାନ ନାବାଳିକା ଅଟନ୍ତି । ଉଭୟ ପୁଅ ଏବଂ ଝିଅଙ୍କୁ ପାରଳାଖେମୁଣ୍ଡି ସିଡବ୍ଲ୍ୟୁସି ପାଖରେ ଲିଖିତ ଆକାରରେ ବର୍ତ୍ତମାନ ବିବାହ କରିବୁ ନାହିଁ ବୋଲି ଦେଇଥିବାର ଜଣାପଡିଛି (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version