ଦୃତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କର ଗଜାନନ ବେଶ ନିମନ୍ତେ : ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠରେ ପ୍ରସ୍ତୁତି

 ରବିବାର ରଥଖଳା : ପୁରୀ

ମହାପ୍ରଭୁଙ୍କର ଗଜାନନ ବେଶ ନିମନ୍ତେ ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠରେ ପ୍ରସ୍ତୁତି ଆଗେଇଚାଲିଛି । ଏହି ବେଶର ଅଂଶ ଯଥା ହାଣ୍ଡିଆ, କାନ, ଶୁଣ୍ଢ ଇତ୍ୟାଦି ଗୁଡିକର ନିର୍ମାଣ କାର୍ଯ୍ୟ ଏବେ ଚାଲୁଅଛି ଓ ତରସି, କର ପଲ୍ଲବ, ନାକ ଚଣା, ଚିତ୍ତା, ତିଳକ, ଭଅଁର, କୁଣ୍ଡଳ ଆଦି ପ୍ରସ୍ତୁତି କାମ ସରିଛି ।

ରଥ ନିର୍ମାଣ ଅଗ୍ରଗତି,ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୭ ତିନିରଥର ମୋଟ ମହାରଣା ୭୮ ତିନିରଥର ଭୋଇ ସେବକ ୭୬ ତିନିରଥ କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୬ ତୁମ୍ବ ବିନ୍ଧ କାରୀଗର  ୨ ତିନିରଥ ରୂପକାର ସେବକ ୧୮ ରଥଖଳା ସହାୟକ  ୧ ମୋଟ ୧୯୭

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ପୁରୀ ,ଅଭିମନ୍ୟୁ ରିପୋର୍ଟ  :- ରଥ ନିର୍ମାଣ ଅଗ୍ରଗତି: ତିନିରଥର ପ୍ରଥମ ଭୂଇଁ ଫ୍ରେମ ଖଞ୍ଜା ହୋଇ ନମ୍ବରିଂ ହୋଇଥିଲା ଆଜି ପ୍ରଥମ ଭୂଇଁ ଖୋଲାଯାଇ ରଥ ଉପରେ ଡେରା ଯିବା ପରେ ଆଜି ତିନିରଥ ର ଦ୍ୱିତୀୟ ଭୂଇଁ ଫ୍ରେମ ଖଞ୍ଜା ସରି ନମ୍ବରିଂ ଶେଷ ହୋଇଅଛି (ତିନିରଥର ଏହି ଦ୍ୱିତୀୟ ଭୂଇଁ ସେଟିଙ୍ଗ ୧୬ ଫୁଟର ୪ ଗୋଟି ଭୂଇଁ ଚଉତାକୁ ବର୍ଗାକାର ଭାବେ ପ୍ରତ୍ୟେକ ବାହୁ ସଂଯୋଗ ହୋଇ ତାର ଉଭୟ ପାର୍ଶ୍ୱରେ ୧୨ ଫୁଟର ଦୁଇଟି ଓରା ପକାଯାଇ ଉକ୍ତ ଓରାର ଉଭୟ ପଟରେ ୪ ଟି ଲେଖାଁଏ ଖମ୍ବୀ ସଂଯୋଗ ହୋଇ ଏହାର ଚାରି ପାର୍ଶ୍ୱ ରେ ଅତି ରଥର ୪ଟି ଲେଖାଁଏ ୧୬ ଫୁଟିଆ ଭୂଇଁ ଶେଣୀ ସଂଯୋଗ ହୋଇ ସେଥିରେ ୩ଫୁଟ ୬ ଇଁଛି ର ସିଆଣ ଚାରି ପାର୍ଶ୍ୱରେ ୪ଟି ଲେଖାଁଏ ୧୬ ଟି ସଂଯୋଗ ହୋଇ, ଭୂଇଁ ଶେଣୀ ଉପରେ ମାଛ ପାତିଆ ଓ ସିଆନ ସଂଯୋଗ ହୋଇ ଦ୍ୱିତୀୟ ଭୁଇଁ ଫ୍ରେମ ପରୀକ୍ଷା ମୂଳକ ଭବେ ତିନି ରଥର ମାପ ଅନୁଯାଇ ସେଟିଙ୍ଗ ଶେଷ ହେବାପରେ ନମ୍ବରିଂ କରା ଯାଇଅଛି ) ତିନିରଥର ୪୨ ଗୋଟି ୧୪ନାହାକା ନିର୍ମାଣ ଶେଷ ହୋଇଅଛି ।

(ଏହି ୧୪ ନାହାକା , ୧୦ଟି ପନିକି ପଟା ଏବଂ ୪ଟି ଚଢେଇ କୁ ନେଇ ଚଉଦ ନାହାକା ହୋଇଅଛି । ୧୦ ଟି ନାହାକା ବା ପନିକିପଟା ୨୦ ଫୁଟର ଅଷ୍ଟ କୋଣି ହୋଇଥାଏ, ଏବଂ ୪ଗୋଟି ଚଢେଇ ୨୦ଫୁଟର ସାମାନ୍ୟ ଧନୁ ପରି ବାଙ୍କ ହୋଇ ନିର୍ମାଣ ହୋଇଥାଏ ସେଟିଙ୍ଗ ସମୟରେ ଯେପରି ଗୟଳ ସହ ସଂଯୋଗ ନହୁଏ ଫଳରେ ରଥର ଗଠନ ଶୈଳୀ ସୁନ୍ଦର ଦିଶେ ) ତିନିରଥର ସିଂହାସନ ପାଈଁ ୨ ଟି ଲେଖାଁଏ ଧୂଳି ଦଣ୍ଡା, ୨ଟି କରି ଢମକ ୫ଟି ଲେଖାଁଏ ଜଗତ ପୃଷ୍ଠ ଶେଣୀ ଶେଷ ହୋଇଅଛି ।

(ସିଂହାସନ ପ୍ରସ୍ତୁତି ରେ ଦୁଇଟି ଢମକ ଉପରେ ୫ ଟି ଜଗତପୃଷ୍ଠ ଶେଣୀ ପଡି ଏହା ଉପରେ ବାହୁଟ ଫାଳିଆ ପଡି ପଟା ପକାଯାଇ ସିଂହାସନ ବେସ ପଡିଥାଏ ଏବଂ ଧୂଳି ଦଣ୍ଡା ୨ଟି ପ୍ରଭା ଫିଟିଙ୍ଗ ପାଇଁ ଲାଗି ଥାଏ ।) ତିନିରଥର ରୂପକାର ସେବକ ମାନେ ୧୫ ଟି ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଶେଷ କରି ତିନୋଟି ଲେଖାଁଏ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ସହ ତିନି ରଥର ଚାରପରିଛ। ରେ ଫୁଲ ଡାଳି ଲତା ଖୋଦେଇ ଜାରୀ ରଖି ଛନ୍ତି । 

ତିନିରଥରେ ଚଉଦ ନାହାକା ଫିଟିଙ୍ଗ ପାଇଁ ତିନି ରଥର ମହାରଣା ଦଣ୍ଡାରେ ଖଦି ଓରା ୯ଟି ଲେଖାଁଏ ସାଲ ସହ ବିନ୍ଧ କରି କଣ୍ଟା ପିଟି ସେଟିଙ୍ଗ କରି ଛନ୍ତି ।  ଦୋଳବେଦୀ ସ୍ଥ କମାର ଶାଳ ରେ ଓଝା ସେବକ ମାନେ ତୃତୀୟ ଭୁଇଁ ଉପର ଗିଡି ଛାଲ କଣ୍ଟା, ବାଗିଆ କଣ୍ଟା ନିର୍ମାଣ ଜାରୀ ରଖି ଛନ୍ତି । ୧ମ ଭୁଇଁ, ୨ୟ ଭୁଇଁ ପାଈଁ କଣ ବିଡ଼ିଆ ୪ଟି, ଓରା ବିଡ଼ିଆ ୪ଟି ଲେଖାଁଏ ନିର୍ମାଣ ଶେଷ କରି ତୃତୀୟ ଭୁଇଁ ବା ଅଗ ଭୁଇଁ ପାଇଁ କଣ ବିଡ଼ିଆ ଏବଂ ପୋଟଳ ଓରା ପାଇଁ ୪ଟି ଲେଖାଁଏ କଣ୍ଟା ନିର୍ମାଣ ଶେଷ କରିଛନ୍ତି ।

Exit mobile version