ମହାରାଷ୍ଟ୍ରର ରାଜୁରି ଷ୍ଟିଲରେ ଫର୍ନେସ ବିଷ୍ଫୋରଣ କୋରାଇର ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) କୋରାଇ :- ମହାରାଷ୍ଟ୍ରର ଜଳାନ ଜିଲାର ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର ତରଳ ଷ୍ଟିଲ ଫର୍ନେସ ବିଷ୍ଫାରଣ ଘଟିବାରୁ ସେଠାରେ କାମ କରୁଥିବା ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ବଡବିରୁଆଁ ଗ୍ରାମର ୨ଯୁବକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଯୁବକ ଦ୍ୱୟ ବଡବିରୁଆ ଗ୍ରାମର ବେଣୁଧର କବିିଙ୍କ ସାନପୁଅ ସରୋଜ(୨୨) ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ(୨୪) ହୋଇଥିଲା ବେଳେ ତାଙ୍କ ମଝିଆ(୨୬) ପୁଅ ପ୍ରସନ୍ନ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି ।

ପ୍ରାପ୍ତସୂଚନାରୁ ପ୍ରକାଶଯେ, ବଡବିରୁଆ ଗ୍ରାମର ବେଣୁଧର କବିଙ୍କ ପୁଅ ସରୋଜ ଓ ଜଟାଝାରୀ ପଲେଇଙ୍କ ୨ପୁଅ ହେମନ୍ତ ଓ ପ୍ରସନ୍ନ କରୋନା ଯୋଗୁ ସ୍ଥାନୀୟ ଅଂଚଳରେ କାମ ନପାଇ ପରିବାର ଚଳାଇବା ଲାଗି ଶ୍ରମକ ଭାବେ କାମ କରିବାକୁ ୨ମାସ ପୂର୍ବେ ମହାରାଷ୍ଟ୍ର ଯାଇଥିଲେ । ସେଠାକାର ଜଳାନ ଜିଲାର ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର କମ୍ପାନୀରେ କାମ କରୁଥିଲେ । ଶନିବାର ପୂର୍ବାହ୍ଣ ୧୧ଟା ବେଳେ କୌଣସି କାରଣରୁ ଅଚନାକ ଭାବେ ଷ୍ଟିଲ ଫର୍ନେସ ବିସ୍ଫୋରଣ ହୋଇଥିଲା । ସେଠାରେ କାମ କରୁଥିବା ୧୦ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲୋ ।

ତୁରନ୍ତ ସେମାନଙ୍କୁ ନେଇ ଆଉରଙ୍ଗାବାଦ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ କୋରାଇର ବେଣୁଧର କବିଙ୍କ ସାନପୁଅ ସରୋଜ ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ ଆଦି ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଆହତ ୪ଜଣଙ୍କ ମଧ୍ୟରୁ ଜଟାଝାରୀ ପଲେଇଙ୍କ ମଝିଆ ପୁଅ ପ୍ରସନ୍ନ ମଧ୍ୟ ଗୁରୁତରଭାବେ ଚିକିତ୍ସାଧିନ ଅଛନ୍ତି । ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସରୋଜ ଓ ହେମନ୍ତଙ୍କ ମୃତ ଦେହ ନିଜଗ୍ରାମକୁ ଆସୁଥିବା ଜଣାପଡିଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version