ପାରଳାଖେମୁଣ୍ଡି ବିଧାୟକଙ୍କ ଅଭିଯୋଗକୁ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ସଭା ପତି ପ୍ରଦୀପ ନାୟକଙ୍କ ଖଣ୍ଡନ

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାରଳାଖେମୁଣ୍ଡି :- ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ‘୫-ଟି’ ସଚିବ ଭି. କେ. ପାଣ୍ଡିଆନଙ୍କ ଆଲୋଚନା ପରେ ଗଜପତି ଜିଲ୍ଲାର କାଶୀନଗରରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ଘଟଣାକୁ ସମାଲୋଚନା କରିଥିଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ । ନିର୍ଦ୍ଧିଷ୍ଟ ଦଳର କିଛି ଲୋକଙ୍କୁ ନେଇ ଆଲୋଚନା ହୋଇଥିବାରୁ ଅନ୍ୟ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇଥିବା ନେଇ ସେ ଅଭିଯୋଗ ଆଣିଥିଲେ ।

ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଥିଲା । ସେହି ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛି ଗଜପତି ଜିଲ୍ଲା ବିଜେଡି । ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏଭଳି ଆକ୍ଷେପ ଅମୂଳକ ଓ ରାଜନୈତିକ ଅଭିସନ୍ଧି ମୁଳକବୋଲି କହିଛନ୍ତି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ । ଗଜପତି ଜିଲ୍ଲାର ବିକାଶ ନିମନ୍ତେ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅନୁରୋଧ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ବୋଲି ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସେ ପ୍ରକାଶ କରିଛନ୍ତି ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version