ନୂଆଗାଁ ପୁଲିସ୍ ର ଚଢ଼ାଉ,ଦେଶୀ ମଦ ଜବତ ସହ ଦୁଇ ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ପୁଲିସ୍ ର ମଦ ବିରୋଧୀ କାର୍ଯ୍ୟ ବେସ୍ ପ୍ରଶଂସନୀୟ ହେବାରେ ଲାଗିଛି।ସୂଚନା ଅନୁଯାୟୀ ନୂଆଗାଁ ଥାନା ପୁଲିସ୍ ପକ୍ଷରୁ ପେଟ୍ରୋଲିଂ ଚାଲୁଥିବା ସମୟରେ ଦେଶୀ ମଦ ଯାଉଥିବା ନେଇ ଥାନା ଭାର ପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତା କୌଣସି ମତେ ଖବର ପାଇଥିଲେ।ଥାନା ଭାର ପ୍ରାପ୍ତ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ଶିବ ପ୍ରସାଦ ପ୍ରଧାନ,

ହାବିଲଦାର ବସନ୍ତ କୁମାର ମିଶ୍ର,ମନୋରଞ୍ଜନ ଜାନୀ, ଏବଂ ନବୀନ ମଦାଙ୍ଗି ନୂଆଗାଁ – ବାହାଡ ଝୋଲା ପୂର୍ତ୍ତବିଭାଗ ରାସ୍ତା ଆମ୍ବଝରି ଗ୍ରାମ ନିକଟରେ ଚଢ଼ାଉ କରି ୨୦ ଲିଟର ଦେଶୀ ମଦ ଜବତ କରିବା ସହ ବରକୋଳା ଅଞ୍ଚଳର ସଦା ନାୟକ (୬୦),

ମର୍ଦାବାଡି ଅଞ୍ଚଳର ପ୍ରମୋଦ ନାୟକ ଙ୍କୁ ଗିରଫ କରାଯାଇଥିବା ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।ନୂଆଗାଁ ଥାନା ପୁଲିସ୍ ର ଏଭଳି ପଦକ୍ଷେପ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି । ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

Exit mobile version