Home ଓଡ଼ିଶା କରୋନାର ଦ୍ୱିତୀୟ ଲହର ପରେ ମଧ୍ୟ ଗୁମାଗଡ଼ ପଞ୍ଚାୟତକୁ ଛୁଇଁ ପାରିନି by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) କନ୍ଧମାଳ :- କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା ବିସ୍ତାର କରି ଚାଲିଛି । ଏହି ସଂକ୍ରମଣରେ କେତେ ଜୀବନ ହାନି ହେବାସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲାଇ ଦେଇଛି । ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାରେ ଆଜିବି କରୋନା ସଂକ୍ରମଣ ସ୍ପର୍ଶ କରିପାରିନାହିଁ । ଏହା କେବଳ ସମ୍ଭବ ହୋଇ ପାରିଛି ନିଜ ନିଜ ଭିତରେ ସଚେତନତା ଯୋଗୁଁ । କରୋନା ମହାମାରୀ ତାର କାୟା ବିସ୍ତାର କରୁଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ ଓ ସଟ୍ ଡାଉନ ଭଳି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି । ମୁହଁରେ ମାକ୍ସ ହାତକୁ ଧୋଇବା ଓ ସାମାଜିକ ଦୂରତା ଏଭଳି କିଛି ନିୟମକୁ ମୁଖ୍ୟ ଅସ୍ତ୍ର କରିଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାରେ ଆଜିବି କରୋନା ସଂକ୍ରମଣ ସ୍ପର୍ଶ କରିପାରିନାହିଁ । ଫୁଲବାଣୀ ବ୍ଲକର ଗୁମାଗଡ଼ ପଞ୍ଚାୟତର ଛଅଟି ଗ୍ରାମ ରହିଛି ଯେଉଁଠାରେ ପ୍ରଥମ ଓ ଦ୍ୱିତୀୟ ଲହରି ପରେ ମଧ୍ୟ କରୋନା ସ୍ପର୍ଶ କରିପାରିନାହିଁ ।ରୁବି ପିଡ଼ିଆ, ଦଲପଡ଼ା, କେନ୍ପାଜୁ ଏମିତି କିଛି ଗ୍ରାମ ରହିଛି । ଏହି ଗ୍ରାମରେ ୩୦୦ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଫୁଲବାଣୀ ସଦର ମହକୁମା ଠାରୁ ୨୫ କିଲୋମିଟର ଦୂରରେ ଏହି ଗ୍ରାମ ରହିଛି । ଏହି ଗ୍ରାମରେ ରହୁଥିବା ଗ୍ରାମବାସୀ ଆଦିବାସୀ ହେଲେବି କରୋନା ମହାମାରୀକୁ ନେଇ ବେଶ୍ ସଚେତନ ରହିଛନ୍ତି । ଏହି କରୋନା ମୁକ୍ତ ଗ୍ରାମରେ ରହୁଥିବା ଗ୍ରାମବାସୀଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଇଛି କିନ୍ତୁ ସବୁ ନେଗଟିଭ୍ ରହିଛି । ଗ୍ରାମବାସୀଙ୍କ କହିବା କଥା ଆମେ କରୋନା ସଂକ୍ରମଣ ପାଇଁ ବେଶ୍ ସଚେତନ ଅଛୁ । ମାକ୍ସ ପିନ୍ଧିବା ବାରମ୍ବାର ହାତ ଧୋଇବା କରୋନାର ନିୟମାବଳୀକୁ ଆମେ ମାନି ଚଳୁଛୁ । ଗ୍ରାମରେ ବାହାର ବ୍ୟକ୍ତି ଆସିଲେ ତାଙ୍କୁ କରୋନା ବିଷୟରେ ସଚେତନ କରି ଭଲରେ ହାତ ଧୋଇବାକୁ ମଧ୍ୟ ପରାମର୍ଶ ଦେଉଛୁ । ଯଦି ଗ୍ରାମରୁ କେହି ବାହାରକୁ ଯାଉଛନ୍ତି ତାହାହେଲେ ମାକ୍ସ ପିନ୍ଧି ହାତରେ ସାନିଟାଇଜରର ବ୍ୟବହାର କରୁଛନ୍ତି । ନିଜ ଗ୍ରାମରେ ଆଗଭଳି ଯେମିତି ଚଳୁଥିଲେ ସେହିଭଳି ଚଳୁଛୁ । ଆଗକୁ ମଧ୍ୟ ସଚେତନ ଜାରୀ ରଖି କରୋନାକୁ ପୁରାଇ ଦେବୁନାହିଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ) Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Department of Home Science Organizes Workshop on Mushroom Cultivation and Enterprise Development by Proprietor Abhimanyu Maharana April 25, 2026 ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ by Proprietor Abhimanyu Maharana April 25, 2026 ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ by Proprietor Abhimanyu Maharana April 25, 2026 ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା by Proprietor Abhimanyu Maharana April 25, 2026 ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ by Proprietor Abhimanyu Maharana April 25, 2026 ଦଉଡ଼ିରେ ପଛୁଆ ଓଲଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପ୍ରିୟାଂଶୁ ମଲ୍ଲିକ by Proprietor Abhimanyu Maharana April 25, 2026