ଅରପୁର ରେ ସ୍ୱଚ୍ଛ ଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ବାଙ୍କୀ :- ଆଜି ଡମପଡା ବ୍ଲକ ଅରପୁର ଠାରେ ଯୁବବନ୍ଧୁ ସତସଙ୍ଘ ପରିବାର ଅରପୁର ଓ ଆଦର୍ଶ ଯୁବ ପରିଷଦ ବାଙ୍କୀ ମିଳିତ ଅନୁକୂଲ୍ୟ ରେସ୍ୱଚ୍ଛ ଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ (ବୁଲୁ ବାବା) ପରିବେଶ ବନ୍ଦନା କରି ଉଦଘାଟନ କରିଥିଲେ।ଆଦର୍ଶ ଯୁବ ପରିଷଦ ର ଆବାହକ ଅକ୍ଷୟ କୁମାର ସାମଲ ଙ୍କ ନେତୃତ୍ୱରେ ଅରପୁର ମା ମଙ୍ଗଳା ମନ୍ଦିର ପରିସର କୁ ସ୍ୱଚ୍ଛ ଭାରତ ଯୋଜନାରେ ସଫେଇ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଯୁବବନ୍ଧୁ ସତସଙ୍ଘ ପରିବାର ଅରପୁର ର ସମ୍ପାଦକ ସୁବ୍ରତ କୁମାର ନାୟକ, ଶିକ୍ଷକ ମନୋଜ କୁମାର ରାଉତ,ପ୍ରକୃତି ପ୍ରେମୀ କବି ଲଲଟେନ୍ଦୁ ପଣ୍ଡା,ମମତା ଜେନା ,କବି ବଂଶୀଧର ମହାପାତ୍ର ଙ୍କ ପରିଚାଳନା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରିଶେଷରେ ସୁବ୍ରତ କୁମାର ନାୟକ ଙ୍କ ନେତୃତ୍ୱରେ ଗ୍ରାମରେ ଅଶୋକ, ବଉଳ ,ଗଙ୍ଗଶିଉଳିବୃକ୍ଷ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସ୍ୱେଚ୍ଛାସେବୀ ସରୋଜ ନାୟକ,ସୋରଭ ନାୟକ, ନଗେକ ନାୟକ ଙ୍କ ସହ ବହୁ ଯୁବ ସମାଜସେବୀ କୋଭିଡ ନିୟମ ଅନୁଯାୟୀ ଅଂଶ ଗ୍ରହଣ କରିଥିଲେ ।

ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ କଟକ ପକ୍ଷରୁ ଏହି କାର୍ଯ୍ୟକ୍ରମ ରେ ୧୦ଜଣ ସ୍ୱେଚ୍ଛାସେବୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା।ପ୍ରତିକ୍ଷl ସାହିତ୍ୟ ପ୍ରତ୍ରିକା ର ଉପଦେଷ୍ଟା ଅଧ୍ୟlପିକା ମମତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକୃତି ବନ୍ଧୁ ଅକ୍ଷୟ କୁମାର ସାମଲ ଗ୍ରାମ ବାସୀ ଙ୍କୁ ପ୍ରତ୍ୟେକ ନିଜ ନିଜ ବାଡ଼ି ରେ ଚାରା ରୋପଣ ପାଇଁ ଅନୁରୋଧ କରିଥିଲେ।  (ରିପୋର୍ଟ ଗୌତମ ମିଶ୍ର) 

Exit mobile version