କଦଳି ବାଡ଼ି ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କଲେ ସରପଞ୍ଚ

ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ବାଙ୍କୀ :- ବାଙ୍କୀ ବ୍ଲକ କଦଳିବାଡି  ପଞ୍ଚାୟତ ର ମାଳ ବିହାରିପୁର ରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗତ କାଲି ଓ ଆଜି ଏବଂ ସପ୍ତାହ ଭିତରେ ଆଣ୍ଟିଜେନ ସ୍ୱାବ ସଂଗ୍ରହ କରି ପରୀକ୍ଷା ରୁ ଜଣାଯାଇଛି ୨୦ରୁ ଉର୍ଦ୍ଧ୍ବ ବ୍ୟକ୍ତି କ ରୋନା ରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ଙ୍କ ସଂସ୍ପର୍ଶ ରେ ଗ୍ରାମରବହୁ ବ୍ୟକ୍ତି ମିଶିବାର ସମ୍ଭାବନା ଥିବାରୁ ଆଜି ସରପଞ୍ଚ ପ୍ରକାଶ କୁମାର ବେହେରା ମାଳ ବିହାରିପୁର କୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ୨ଦିନ ପାଇଁ ଘୋଷଣା କରିଛନ୍ତି ।

ଏହି ଦୁଇ ଦିନ କୌଣସି ବ୍ୟକ୍ତି ଗ୍ରାମ୍ୟ ବାହାରକୁ ଯିବେ ନାହିଁ କି ବାହାର କୌଣସି ବ୍ୟକ୍ତି ଉକ୍ତ ଗ୍ରାମ କୁ ଆସିବେ ନାହିଁ ବୋଲି ସରପଞ୍ଚ ବେହେରା ମାଳବିହାରିପୁର ର ବିଭିନ୍ନ ପ୍ରବେଶ ପଥରେ ନୋଟିସ ମାରିଛନ୍ତି ।ଯେଉଁମାନେ ଏହି ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ ପଂଚାୟତ ରେ ଆଲୋଚନା କରାଯାଇ ଦଣ୍ଡିତ କରାଯିବ ।

ମାଳବିହାରୀ ପୁର ର ଯେଉଁ ବ୍ୟକ୍ତି ଙ୍କ ଠାରେ ଜର, କାଶ, ଥଣ୍ଡା ହେଉଛି ସେମାନେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରୀକ୍ଷା କରିନିଅନ୍ତୁ ବୋଲି ସରପଞ୍ଚ ଅନୁରୋଧ କରିଛନ୍ତି ।ଘରେ ରୁହନ୍ତୁ ସୁସ୍ଥ ରହିବା ସହ କଣ୍ଟେନ୍‌ମେଣ୍ଟ୍ ଜୋନ୍ ନିୟମ ମାନିବାକୁ ଅନୁରୋଧ କରିଛନ୍ତି।ଆଜି ପଞ୍ଚାୟତ ପକ୍ଷରୁ ଡାକ ବାଜି ଯନ୍ତ୍ର ସାହାଯ୍ୟ ରେ କ ରୋନା ସଚେତନତା ଓ କଣ୍ଟେନ୍‌ମେଣ୍ଟ୍ ଜୋନ୍ ନିୟମ ପ୍ରଚାର କରାଯାଇଥିଲା । (ରିପୋର୍ଟ ଗୌତମ ମିଶ୍ର)

Exit mobile version