ସମନ୍ୱିତ ଶିଶୁ ଓମହିଳା ବିକାଶ ବିଭାଗ ଦ୍ୱାରା ୩୫୨ ଜଣ ଅଙ୍ଗନବାଡି କର୍ମୀ ଙ୍କୁ ସ୍ମାର୍ଟ ଫୋନ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ବାଙ୍କୀ :-  ବାଙ୍କୀ ଓ ଡମପଡା ବ୍ଲକ ସମନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗ ପକ୍ଷରୁ କୋଭିଡ କଟକଣା ମଧ୍ୟ ରେ ବାଙ୍କୀ ଓ ଡମପଡା ବ୍ଲକ କାର୍ଯ୍ୟାଳୟ ରେ ୩୫୨ ଜଣ ଆଙ୍ଗନବାଡୀ କର୍ମୀ ଙ୍କୁ ସିଡିପିଓ ଙ୍କ ଦ୍ଵାରା ସ୍ମାର୍ଟ ଫୋନ ବଣ୍ଟନ କରାଯାଇଥିଲା।କରୋନା ମହାମାରୀ ସମୟରେ ଅଙ୍ଗନବାଡି କର୍ମୀ ମାନେ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀ ଙ୍କୁ ତଥ୍ୟ ଦେବା ଓ ବିଭାଗ କୁ ତଥ୍ୟ ଦେବା ପାଇଁ ନାନା ଅସୁବିଧା ହେଉଥିଲା।

ପୋଷଣ ଟ୍ରାକର,ମମତା ଯୋଜନା, ମୋ ଛତୁଆ,ମିଶନ ଶକ୍ତି ସମ୍ପର୍କ ଯୋଜନା ହିତାଧିକାରୀ ଙ୍କୁ ଅବଗତ କରାଇ ସେମାନଙ୍କ ତଥ୍ୟ ସରକାର ଙ୍କୁ ଅବଗତ କରାଇବା ସ୍ମାର୍ଟ ଫୋନ ବିତରଣ ର ଉଦ୍ୟଶ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିରୂପମା ବେହେରା ପ୍ରକାଶ କରିଛନ୍ତି।ବାଙ୍କୀ ବ୍ଲକ ସମନ୍ୱିତ ଶିଶୁ ଓମହିଳା ବିକାଶ ବିଭାଗ ବରିଷ୍ଠ କ୍ଷେତ୍ର ପରିଦର୍ଶିକା ସଂଯୁକ୍ତା ମାଲଗାଜି ୧୮୨ ଜଣ ଅଙ୍ଗନବାଡି କର୍ମୀ ଙ୍କୁ ପ୍ରଯ୍ୟାୟ କ୍ରମେ କୋଭିଡ କଟକଣା ରେ ସ୍ମାର୍ଟ ଫୋନ ବଣ୍ଟନ କରିଥିଲେ ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ , ସତ୍ୟ ନାରାୟଣ ପ୍ରଧାନସହଯୋଗ କରିଥିଲେ ।

କରୋନା ରେ ଆକ୍ରାନ୍ତ ହୋଇ ବାଙ୍କୀ ବ୍ଲକ ସିଡିପିଓ ରୁପାଲୀ ମିତ୍ର ନିଜ ଘରେ ଥିଲେ ମଧ୍ୟ ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ଫୋନ ମାଧ୍ୟମ ରେ ତଦାରଖ କରିଥିଲେ ।ଏଥିସହ ଡମପଡା ବ୍ଲକ ସମନ୍ୱିତ ଶିଶୁ ଓମହିଳା ବିକାଶ ଡମପଡା ବ୍ଲକ ସିଡିପିଓ ନିର୍ମଳ ପଣ୍ଡା ପ୍ରଯ୍ୟାୟ କ୍ରମେ୧୭୦ ଜଣଅଙ୍ଗନବାଡି କର୍ମୀ ଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରିଥିଲେ।ଏହି ବଣ୍ଟନ କାର୍ଯ୍ୟକ୍ରମ ବରିଷ୍ଠ କିରାଣୀ ସୂର୍ଯ୍ୟମଣି ଧଳ ସହଯୋଗ କରିଥିଲେ। (ରିପୋର୍ଟ ଗୌତମ ମିଶ୍ର)।

Exit mobile version