ତାଳବସ୍ତ ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା ରଥ ଗଡ଼ିଲା

ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ବାଙ୍କୀ :- ଆଜି ତାଳବସ୍ତ ଗାଁ କଲ୍ୟାଣ ସମିତି ପକ୍ଷରୁ ସମିତିର ସଭାପତି ସନାତନ ପ୍ରଧାନ ଙ୍କ ନେତୃତ୍ୱରେ ତାଳବସ୍ତ ଗ୍ରାମରେ କରୋନା ସଚେତନତା ରଥ ଗଡ଼ି ଲୋକଙ୍କୁ ସଚେତନତା କରାଇଥିଲା।ଏହି ସଚେତନ କାର୍ଯ୍ୟକ୍ରମ କୁ ଗାଁ କଲ୍ୟାଣ ସମିତି ଆବାହକ ସବିତା ପାଳ ନିଜ ଗୋଡ଼ ଆଘାତ ସତ୍ତ୍ୱେ କରୋନା ସଚେତନତା ଘର ଘର ବୁଲି କରିଥିବା ଦେଖିବାକୁ ମିଳିଛି ଶ୍ରୀମତୀ ପାଳ ଙ୍କ ଏପରି କାର୍ଯ୍ୟ କୁ ଦେଖି ବହୁ ଲୋକେ ଆଚର୍ଯ୍ୟ ହେବା ସହ ତାଙ୍କୁ ପ୍ରକୃତରେ ଜଣେ ଯୁଦ୍ଧା ର ଆଖ୍ୟା ପ୍ରଦାନ କରିଛନ୍ତି।

ଏହି ସଚେତନ କାର୍ଯ୍ୟକ୍ରମ ରେ ଗ୍ରାମ ର ଲୋକଙ୍କୁ ମାକ୍ସ ବଣ୍ଟନ କରାଯାଇ ,ଶାରୀରିକ ଦୂରତା ଓ ବାରମ୍ବାର ହାତ ଧୋଇବା ସମ୍ପର୍କରେ ଅବଗତ କରାକାଇଥିଲା।କରୋନା ସଚେତନତା ରଥ ରେ କରୋନା ସମ୍ପର୍କରେ ଲୋକଙ୍କୁ ଅବଗତ କରେଇ ଯାହାର କାଶ, ଥଣ୍ଡା, ଜର ହେଉଛି ସେମାନେ ତୁରନ୍ତ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କୁ ସୂଚନା ଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରେଇବା ଓ ସ୍ୱାବ ପରୀକ୍ଷା କରିବା ଆବଶ୍ୟକ ବୋଲି ପ୍ରଚାର କରାଯାଇଥିଲା।କରୋନା ହାରିବ ଆମେ ଜିତିବା ଏହି ବାର୍ତା ପ୍ରଚାର କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଆଶା ଟିକିନା ମହାପାତ୍ର, ରଞ୍ଜିତା ସେଠ,ଲଷ୍ମୀ ପ୍ରିୟା ମହାନ୍ତି ଓ ଅଙ୍ଗନବାଡି କର୍ମୀ ନିର୍ମଳା ପାଣିଗ୍ରାହୀ ଅଂଶ ଗ୍ରହଣ କରି ଲୋକଙ୍କୁ କରୋନା ସମ୍ପର୍କରେ ଗ୍ରାମ ବାସୀ ଙ୍କୁ ସଚେତନ କରାଇ ଥିଲେ।ତାଳବସ୍ତ ସରପଞ୍ଚ ଦିନବନ୍ଧୁ ସାହୁ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। (ରିପୋର୍ଟ ଗୌତମ ମିଶ୍ର)।

Exit mobile version