ବେଆଇନ ଭାବେ ଚୋରା ବାଲି ଓ ମୋରମ ଚାଲାଣ ଲକ୍ଷ ଲକ୍ଷ ଟଙ୍କା ସରକାର ଙ୍କ ରାଜସ୍ବ ହାନି

ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ବାଙ୍କୀ :- ବାଙ୍କୀ ତହସିଲ ଅନ୍ତର୍ଗତ ଓସ୍ତିଆ ବାଲିଘାଟ ସରକାରୀ ସ୍ତରରେ ବନ୍ଦ ହୋଇଥିଲେ ମଧ୍ୟ ବାଲି ଚାଲାଣ କାରୀ ମାନେ ମହାନଦୀ ରୁ ଚୋରାରେ ବାଲି ଉଠାଇ ଓସ୍ତିଆ ପଂଚାୟତ ସ୍ଥିତ ନୂଆ ଓସ୍ତିଆ ଗ୍ରାମ ମୁଣ୍ଡରେ ଥିବା ଏକ ଖୋଲା ସ୍ଥାନରେ ବାଲି ଗଦା କରି ବେଆଇନ ଭାବେ ବିକ୍ରି କରୁଥିବା ଜଣାପଡିଛି।ଯାହାଫଳରେ କି ସରକାରଙ୍କ ଲକ୍ଷାଧିକ ଟଙ୍କା ରାଜସ୍ବ ହାନି ହେଉଥିବାର ଅନୁମାନ କରାଯାଉଛି ।

ଅନ୍ୟପଟେ ଅଂଶୁପା କୂଳରୁ ସେହିଭଳି ମୋରମ ମାଫିଆ ମାନେ ଠିକାଦାର ମାନଙ୍କୁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ମୋରମ ଯୋଗାଇ ଦେବା  ସହିତ ବାହାରକୁ ମଧ୍ୟ ଚାଲାଣ କରୁଥିବା ଜଣାପଡିଛି।ଚୋରା ବାଲି ଓ ମୋରମ ଚାଲାଣ କାରୀମାନେ ଏଭଳି କାରବାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଅନ୍ୟପଟେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଥିବା ଅନୁମାନ କରାଯାଉଛି ।

ରତାଗଡ ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଅନତି ଦୂରରେ ଚୋରା ବାଲି ଓ ମୋରାମ ଚାଲାଣ କରାଯାଉଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ମାନଙ୍କ ଏଥିପ୍ରତି କିଭଳି ଦୃଷ୍ଟ ପଡୁନାହିଁ ବୋଲି ସାଧାରଣରେ ଆଲୋଚନା ର କେନ୍ଦ୍ରବିନ୍ଦୁ ପାଲଟିଛି।ଉଛସ୍ତରୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ଚୋରା ବାଲି ଓ ମୋରମ କାରବାରକୁ ରୋକ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ବାଙ୍କୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ଙ୍କୁ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଲେ ଯେ ଏହି ବାଲି ଘାଟ ବନ୍ଦ ରହିଛି ସିମେଣ୍ଟ ଖୁଣ୍ଟ ପୋତି ତାର ବାଡ଼ ଦିଆଯାଇଛି ଯେପରିକି ବାଲି ଉଠା ଯାଇ ପ୍ରରିବନାହିଁ ତଥାପି ଅଭିଯୋଗ ସମ୍ପର୍କରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବି ।
(ରିପୋର୍ଟ ଗୌତମ ମିଶ୍ର) ।

Exit mobile version