ନୟାଗଡ଼ ଛାତ୍ର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କ ଜନ୍ମ ଦିନ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ଓଡ଼ଗାଁ :- ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ଶ୍ରୀ ରାହୁଲ୍ ଗାନ୍ଧୀଜୀ ଙ୍କ ଜନ୍ମଦିନ କୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଗଲା ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଓଡଗାଁ ବ୍ଲକ ଅନ୍ତର୍ଗତ ଗୋଡିପଡା ଚିକିତ୍ସାଳୟ ଠାରେ ରୋଗୀ ମାନଙ୍କୁ କ୍ଷୀର, ପାଉଁରୁଟି, ମାସ୍କ ଓ ସାନିଟାଇଜର୍ ବଣ୍ଟନ କରାଗଲା ।

ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ଦାଶ, ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରକାଶ ଚନ୍ଦ୍ର ମହାପାତ୍ର, ଦୀପକ ମିଶ୍ର,ବିଶ୍ୱଜିତ୍ ପ୍ରଧାନ ଓ ଜୁଗୁନ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version