କରୋନା କୁ ହରାଇଲେ ୧୦୦ ବର୍ଷ ର ବୃଦ୍ଧା – ସୁମତି

ଓଡ଼ିଶା ତାଜା ନ୍ୟୁଜ ( ୧୯ ଜୁନ ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁରର ୧୦୦ ବର୍ଷ ର ବୃଦ୍ଧା ସୁମତି ନାୟକ କିଛି ଦିନ ତଳେ କରୋନା ମହାମାରୀ ରେ ସଂକ୍ରମିତ ହୋଇଥିଲେ।ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଖଣ୍ଡପଡ଼ା କୋଭିଡ୍ କେୟାର ସେଣ୍ଟର୍ କୁ ନିଆଯାଇଥିଲା ।

ସେଠାରେ ନିୟୋଜିତ ଡାକ୍ତର, ସେବିକା ଙ୍କ ନିଷ୍ଠାପର ସେବା ପାଇଁ ସୁମତି କରୋନା କୁ ହରାଇ ସୁସ୍ଥ ହୋଇଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version