ଆନ୍ଧ୍ର କରୁଥିବା କାମକୁ ଅଚାନକ ଗସ୍ଥ କରି ବନ୍ଦ କଲେ ରାୟଗଡ ତହସିଲଦାର

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁନ୍‌ ଶନିବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁର ଗ୍ରାମ ନିକଟରେ ଆନ୍ଧ୍ର ପ୍ରଦେଶ ଦ୍ୱାରା କରାଯାଉଥିବା ମନେରଗା ଯୋଜନା ଦ୍ୱାରା ପୋଖରି ଖନନ କାଯ୍ୟ କିଛି ଦିନ ହେବ ଚାଲୁରଖିଛି । ଜିଲ୍ଲା ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ ଅଧିକାରୀଙ୍କ ଅନୁପସ୍ଥିତି ସମୟରେ ନିଜ ଚୋର ଭଳି କାର୍ଯ୍ୟ ଚାଲୁରଖିଛି ।

ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୁଚନା ପାଇବା ପରେ ରାୟଗଡ ତହସିଲଦାର ଲିଲାବତି ଆଚାର୍ଯ୍ୟ ବିବାଦ ହୋଇଥିବା ସ୍ଥାନରେ ପହଁଚି ଆନ୍ଦ୍ର ପକ୍ଷରୁ ଖୋଳାଯାଉଥିବା ପୋଖରି କାର୍ଯ୍ୟକୁ ବନ୍ଦ କରିବା ସହ ଭବିଷ୍ୟତରେ ଯଦି ପୋଖରି ଖନନ କାର୍ଯ୍ୟ ଜାରି ରହେ ତେବେ ଆଇନ ଅନୁଯାଇ ସେମାନଙ୍କ ବିରୁଦ୍ଧରେ ପୋଲିସ କେସ କରାଯିବ ବୋଲି ଚେତାବନି ଦେଇଥିଲେ ।

ରାୟଗଡ ତହସିଲଦାର ଲିଲୀବତି ଆଚାର‌୍ୟ୍ୟଙ୍କ ସହ, ରାୟଗଡ଼ ଗୋଷ୍ଠି ଉନୟନ ଅଧିକାରୀ ରାଜା ରଂଜିତ ବଳ, ସହକାରୀ ବରିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ସାହୁ, ଜିରାଙ୍ଗ ରାଜସ୍ଵ ନିରୀକ୍ଷକ,ଶଶୀ ପଟ୍ଟନାୟକ, ଅମିନ ଧ୍ରୁବଚରଣ ନାୟକ, ନାରାୟଣ ମହାରଣା ଘଟଣା ସ୍ଥଳରେ ଉପସ୍ଥିୁତ ଥିଲେ । (ସଂଜୀବ କୁମାର ପାଣି ରାୟଗଡ଼ ଗଜପତି)

Exit mobile version