ଓଡ଼ଗାଁରେ ସ୍ବର୍ଗତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ଜୁନ୍ , ଶୁକ୍ରବାର ) ଓଡ଼ଗାଁ :- ଆଜି ପୂର୍ବାହ୍ନ ସମୟରେ ଓଡ଼ଗାଁ ବ୍ଲକ ରୋଡ୍ ମିନିଷ୍ଟାଡିୟମ ଠାରେ ସ୍ବର୍ଗତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।ଓଡ଼ଗାଁ ଏନ୍ଏସି ଓ ବ୍ଲକ ଅଞ୍ଚଳର ବରିଷ୍ଠ ନାଗରିକ , ଯୁବକ ଏବଂ ବୁଦ୍ଧିଜୀବିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।

ବସନ୍ତ ମିଶ୍ର , ରଘୁନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଅଧିବାସୀ ପଣ୍ଡା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୈାରହରି ସାହୁ , ନିରଞ୍ଜନ ସାହୁ , ନାରାୟଣ ଦାସ , ବନଖଣ୍ଡ ଅଧିକାରୀ ସୁରେଶଚନ୍ଦ୍ର ହୋତା , ଓଡ଼ଗାଁ ବ୍ଲକର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ , ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ , ବିଭୁପ୍ରସାଦ ସାହୁ , ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ସ୍ବର୍ଗତ ପ୍ରଫେସର ରାଧାମୋହନଙ୍କ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ ।

ଶିକ୍ଷା ଏବଂ ପରିବେଶ କୃଷିକ୍ଷେତ୍ରରେ ବିଭିନ୍ନ ଗବେଷଣା କରି ତାକୂ ଫଳପ୍ରଦ କରିଥିବାରୁ ସେ ସଵୁଦିନ ପାଇଁ ଅମର ହୋଇ ରହିବେ ବୋଲି ଆଲୋଚକମାନେ ମତ ରଖିଥିଲେ । ଭାବଗ୍ରାହୀ ମହାପାତ୍ର କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ପଞ୍ଚାନନ ପଣ୍ଡା ଓ ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version