ଦ୍ଵିତୀୟ ଶ୍ରୀକ୍ଷେତ୍ର ରଣପୁରରେ କୋଭିଡ କଟକଣା ଅନୁଯାୟୀ : ବିନା ଭକ୍ତରେ ରଥ ଗଡିବା ନେଇ – ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ରଣପୁର ,ଅଭିମନ୍ୟୁ ରିପୋର୍ଟ  :- ଓଡ଼ିଶାରେ ପୁରୀ ହେଉଛି ଏକ ମାତ୍ର ଶ୍ରୀକ୍ଷେତ୍ର । ଶ୍ରୀ ଅର୍ଥାତ ଲଷ୍ମୀ , କ୍ଷେତ୍ର ଅର୍ଥାତ ଲଷ୍ମୀ ଯେଉଁଠି ବାସ କରନ୍ତି ତାହାକୁ ଶ୍ରୀକ୍ଷେତ୍ର କୁହାଯାଏ । ଏହି ଦୃଷ୍ଟି କୋଣରୁ ସାଂସ୍କୃତିକ ପାରମ୍ପରିକ ତଥା ଐତିହାସିକ ଦୃଷ୍ଟି କୋଣ ରୁ ପୁରୀ ରୁ ରଣପୁର ରଜା ଉଦ୍ଧବ ନରେନ୍ଦ୍ର ଗୋଟିଏ କଳା ପ୍ରାପ୍ତି ହୋଇଥିଲେ ସ୍ୱପ୍ନାଦେଶ ଜରିଆରେ ତେଣୁ ରଣପୁର ରେ ଶ୍ରୀ ଜଗନ୍ନାଥଙ୍କ ଗୋଟିଏ କଳା ପୂଜା ପାଆନ୍ତି ଏହି କଥା ଐତିହ ସମ୍ପନ୍ନ ବା ସାଂସ୍କୃତି ସମ୍ପନ୍ନ ଅଟେ । ଏବଂ ତତ ସହିତ କଣ୍ଟିଲ ଠାରୁ ମହାପ୍ରଭୁଙ୍କ ଦାରୁ ଶବର ରାଜା ବିଶ୍ୱାବସୁ ଙ୍କ ଦ୍ଵାରା ପୁରୀ ଯାଇଥିଲା ଠିକ ସେହିଭଳି ବିଶ୍ୱାବସୁ ଙ୍କ ଭାଇ ବିଶ୍ୱାବାସବ ଚକାଶିଳା ନେଇ ରଣପୁର ଆସିଥିଲେ ଏବଂ ରଣପୁର ରାଜ୍ୟ ପ୍ରତିଷ୍ଠା ହୋଇଥିଲା ।

ତେଣୁ ଐତିହାସିକ ଦୃଷ୍ଟି କୋଣରୁ ରଣପୁର କୁ ପୁରୀ ପରେ ଦ୍ୱିତୀୟ ମନ୍ଦିର ଅଥବା ଦ୍ଵିତୀୟ ଶ୍ରୀକ୍ଷେତ୍ର ନାମରେ ନାମିତ କରାଯାଇ ପାରିବ । ସେଥିପାଇଁ ଏହାକୁ ସାଧାରଣରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଅନୁମତି ଦେବାପାଇଁ ଦାବି କରାଯାଉଛି । ଏହି ଦୃଷ୍ଟି କୋଣରୁ ଗତବର୍ଷ ପୁରୀରେ ମାନ୍ୟବର ସୁପ୍ରିମକୋର୍ଟ ର ନିର୍ଦେଶନୁସାରେ ରଥଯାତ୍ରା କୋଭିଡ ଆଇନ ଅନୁସାରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ରଥ ଯାତ୍ରା ବନ୍ଦ କରିଦିଆଯାଇଥିଲା । ଯେଉଁ ଦୃଷ୍ଟି କୋଣରୁ ଅନୁରୋଧ କରାଯାଏ ଯେ ,ଜଗନ୍ନାଥଙ୍କ ରଥଯାତ୍ରା ପୁରୀରେ ହେବ ସଙ୍ଗେ ସଙ୍ଗେ ରଣପୁରରେ ଯଦି ବିନା ଭକ୍ତରେ ନହୁଏ ତାହାଲେ ଜଗନ୍ନାଥ ଙ୍କ ସେବା ସମ୍ପୂର୍ଣ୍ଣ ହେଲା ବୋଲି ଧରାଯାଇପାରିବ ନାହିଁ ।

ଏହି ଦୃଷ୍ଟି କୋଣରୁ ଚଳିତ ବର୍ଷ ରଣପୁର ଜନ ସାଧାରଣ ବୁଦ୍ଧିଜୀବୀ , ଆଇନଜୀବୀ , ବ୍ୟବସାୟୀ ତଥା ରଣପୁର ରାଜ ପ୍ରତିନିଧି ଏବଂ ପୂଜା ପଣ୍ଡା ସେବକ , ମହାରଣା ସେବକ , ସାମ୍ବାଦିକ , ସମସ୍ତ ଜନସାଧାରଣ ରଣପୁରରେ ଚଳିତ ବର୍ଷ ରଥଯାତ୍ରା କରିବା ପାଇଁ ଦାବି ପତ୍ର ଉପସ୍ଥାପନା କରିଛନ୍ତି । ବର୍ତ୍ତମାନ ସେହି ଦାବି କୁ ଦୋହରାଇ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ମାର୍ଗ ଦର୍ଶନ ରେ ଆଜି ମାଉସୀ ମାଆ ମନ୍ଦିର ଠାରୁ ଏ ସମସ୍ତ ଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା ।

ସେଥିରେ ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର , ପ୍ରିୟବ୍ରତ ପ୍ରହରାଜ , ସୁଶାନ୍ତ ମିଶ୍ର , ଶ୍ରୀକାନ୍ତ ସାହୁ ବ୍ୟବସାୟ ସଂଘ ର ସଭାପତି ଏହି ମାନଙ୍କ ନେତୃତ୍ୱରେ ଘଣ୍ଟ ବଜାଇ , ଶଙ୍ଖ ଫୁଙ୍କି , ଫ୍ଲା କାର୍ଡ ଧରି ୩୦୦ରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ସହ ତଥା ଜଗନ୍ନାଥ ଙ୍କ ସେବା କରୁଥିବା ସମସ୍ତ ସେବାୟତ ଙ୍କୁ ନେଇ ଘଣ୍ଟ ଘଣ୍ଟା ଶଙ୍ଖ ଫୁଙ୍କି କୋଭିଡ ନିୟମ ଅନୁସାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜିର ଦାବି ସମ୍ପର୍କରେ ମତ ରଖି ତହସିଲଦାର ଙ୍କୁ ସରକାର ତଥା ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦିଆଗଲା । ଏବଂ ସରକାର ଙ୍କ ନିକଟରେ ରଥଯାତ୍ରା ନିମନ୍ତେ ଜିଲ୍ଲାପାଳ ଓ ସରକାର ଙ୍କୁ ଜଣାଇବା ପାଇଁ ତହସିଲଦାର ଙ୍କୁ ଅନୁରୋଧ କରାଗଲା ।

Exit mobile version