ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ଭୁବନେଶ୍ୱର /ନୀଳଗିରି :- ପରଲୋକରେ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ ଆଜି ରାତି ୧୦ ଟା ୧୫ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଗତ ୮ ତାରିଖରେ ତାଙ୍କୁ କଟକର ଅଶ୍ୱିନୀ ଘରୋଇ ହସ୍ପିଟାଲରୁ କୋଲକାତା ଏୟାରଲିଫ୍ଟ କରାଯାଇଥିଲା । ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ପାଣିଗ୍ରାହୀ ।
ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଦିଲ୍ଲୀ ଜେଏନ୍ୟୁରୁ ଏମଫିଲ କରିଥିଲେ । ଏହା ପରେ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ୧୯୯୧ ମସିହାରେ ଆଇପିଏସ୍ ଅଫିସର ଭାବେ ଯୋଗ ଦେଇଥିଲେ । ବାଲେଶ୍ୱର ନୀଳଗିରି ମାଟିର ସୁଯୋଗ୍ୟ ସନ୍ତାନ ନୀଳଗିରି କୈଳାସ ଚନ୍ଦ୍ର ହାଇସ୍କୁଲରୁ ପାଠ ପଢ଼ା ସାରିବା ପରେ ରେଭେନ୍ସା ଓ ବାଣୀବିହାରରେ ଓ ଦିଲ୍ଲୀ ଜେନୟୁ ବିଶ୍ୱବିଦ୍ୟାଳୟରୁ ପଢ଼ା ସାରିଥିଲେ l ସେ 2002 ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ l
ସେ ଜଣେ ବନ୍ଧୁ ବତ୍ସଳତା, ସୃଜନସୀଳତା, ମିଷ୍ଟଭାଷୀ ଓ ସୁଗାଳ୍ପିକ ଥିଲେ l ବିଭିନ୍ନ ଜିଲ୍ଲାର ଏସପି ଭାବେ କାମ କରିବା ସହ ବର୍ତ୍ତମାନ ସେ ଭିଜିଲାନ୍ସ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ ।ତାଙ୍କ ବିୟୋଗରେ ରାଜ୍ୟ ପୁଲିସ ବିଭାଗରେ ତଥା ବାଲେଶ୍ୱର ଜିଲ୍ଲାରେ ମଧ୍ୟ୍ୟ ଶୋକର ଛାୟା ଖେଳିଯାଇଛି l (ଦୀପ୍ତିମାନ ପତି, ବାଲେଶ୍ୱର )
