କ୍ଷମତାକୁ ନେଇ ଅଧକାରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ, ଫାଇଦାରେ ଶିକ୍ଷକ

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ରାୟଗଡ଼ :- ରାଜ୍ୟ ସରକାର ଶିକ୍ଷାକୁ ନେଇ ଯେଉଁ ସବୁ ନିତୀ ନିୟମ ପ୍ରସ୍ତୁତ କରିଛନ୍ତି ତାକୁ ନେଇ ଦ୍ୱନ୍ଦରେ ରହିଛନ୍ତି ଅଧିକାରୀ ଏବଂ ଶିକ୍ଷକ ସମାଜ ଯାହାର ଫାଇଦା ଉଠାଉଛନ୍ତି କିଛି ସ୍ୱାର୍ଥବାଦୀ ଶିକ୍ଷକ । ଗଜପତି ଜିଲ୍ଲାରେ ଅନେକ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରହିଛି ସେଥିରେ ପ୍ରଥମରୁ ଦଶମ ଶ୍ରେଣି ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଇଥାଏ । ପ୍ରଥମରୁ ପଞ୍ଚମ ପ୍ରଥମିକ, ଷଷ୍ଠ ରୁ ଅଷ୍ଟମ ଉଚ୍ଚ ପ୍ରାଥମିକ ଏବଂ ନବମ ଓ ଦଶମ ହାଇସ୍କୁଲ ଏହି ଭଳି ତିନି ଭାଗରେ ବିଭକ୍ତ ହୋଇ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଗଠନ ହୋଇଥିବା ଜଣାପଡିଛି । ହାଇସ୍କୁଲ ଏବଂ ପ୍ରାଇମେରି ଭାବେ ଶିକ୍ଷକ ମାନଙ୍କୁ ମଧ୍ୟ ଦୁଇ ଭାଗରେ ସରକାର ନିଯୁକ୍ତି  ପ୍ରଦାନ କରିଛନ୍ତି । ଯାହା ଦ୍ୱାରା ଶିକ୍ଷକ ମାନଙ୍କ ମଧ୍ୟରେ ଭେଦଭାବ ଶୃଷ୍ଟି ହେଉଥିବା ବିଶେଷ କରି ଉନ୍ନିତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଦେଖିବାକୁ ମିଳୁଛି । ଏହାଦ୍ୱାରା ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ ମାନଙ୍କ ପଦକ୍ଷେପ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାରକୁ ନେଇ ଦ୍ୱନ୍ଦରେ ଜନସାଧାରଣ ହେଉଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଉଭୟେ ଶିକ୍ଷାଧିକାରୀ ଏବଂ ଶିକ୍ଷକ ।

ଘଟଣାରୁ ପ୍ରକାଶ ଯେ ରାୟଗଡ ବ୍ଲକ ଲକ୍ଷ୍ମୀପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁଧାକର ମହାନ୍ତି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରି ମେ ମାସ ୭ ୨୦୨୧ ତାରିଖରୁ ନିଜ ଗ୍ରାମ ଯାଜପୁର ଜିଲ୍ଲାକୁ ଚାଲିଯାଇଥିବା ବିଶେଷ ସୁତ୍ରରୁ ଖବର ପହଁଚିବା ପରେ ଏ ନେଇ ରାୟଗଡ ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠିଙ୍କୁ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗାଯୋଗ କରିଥିଲେ । ସେ ଉକ୍ତ ସଂସ୍କୃତ ଶିକ୍ଷକ ଜଣକ ଜିଲ୍ଲା ଛାଡି ଯାଇଥିବା ଘଟଣା ସିଆରସିସିଙ୍କ ଜରିଆରେ ଖବର ପାଇଥିବା ନେଇ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପ୍ରକାଶ କରିଥିଲେ । କିନ୍ତୁ ଏହାକୁ  ତଦନ୍ତ କରିବା ପରିବର୍ତ୍ତେ ସେ ଉକ୍ତ ବିଷୟକୁ ହାଲକା ଭାବେ ନେଇ  ହାଇସ୍କୁଲ ଶିକ୍ଷକଙ୍କ ରିପୋର୍ଟ ତାଙ୍କ ନିକଟକୁ ଆସୁନଥିବା ଏବଂ ସିଆରସିସି ମାନେ ସେମାନଙ୍କ ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଦାନ କରୁଛନ୍ତି ତେଣୁ ସେକଥା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ହିଁ ଜଣାପଡିବ ବୋଲି କହିଛନ୍ତି । ସେପଟେ  ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଯୋଗାଯୋଗ କରିବା ପରେ ସେ ବିଇଓ ମାନଙ୍କର ଯଥେଷ୍ଟ କ୍ଷମତା ରହିଛି

ସେ ସମସ୍ତ ସ୍କୁଲକୁ ଯାଇପାରିବେ ସମସ୍ତ ପ୍ରକାର ତଦନ୍ତ କରିପାରିବେ ସେଥପାଇଁ ସିଆରସିସି ଏବଂ ବିଇଓଙ୍କୁ ସମସ୍ତ ଦାଇତ୍ୱ ଦିଆଯାଇଛି । ଆମ ନିକଟକୁ ଯେଉଁ ଅଭିଯୋଗ ଆସୁଛି ଆମେ ବିଇଓଙ୍କୁ ହିଁ ତଦନ୍ତ କରିବା ନିମନ୍ତେ ଦାଇତ୍ୱ ଦେଇଥାଉ । ସେ କୌଣସି ପଦକ୍ଷେପ ନେବାର କ୍ଷମତା ନଥିଲେ ମଧ୍ୟ ସମସ୍ତ ସ୍କୁଲ ତଦନ୍ତ କରିବା କ୍ଷମତା ରହିଛି ଏବଂ ତାଙ୍କ ତଦନ୍ତ ରିପୋର୍ଟ ଅନୁଯାଇ ହିଁ ଆମେ ଶିକ୍ଷକଙ୍କ ନିମନ୍ତେ ଆସୁଥିବା ଅଭିଯୋଗର ପଦକ୍ଷେପ ନେଉଥାଉ ।  ଜିଲ୍ଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କ୍ଷମତାକୁ ନେଇ ଅନେକ ଦ୍ୱନ୍ଦ ରହିଥିବା ବେଳେ ଫାଇଦା ଉଠାଉଛନ୍ତି କୋଣ ଅନୁକୋଣରେ ରହିଥିବା ଅନେକ ହାଇସ୍କୁଲ ଶିକ୍ଷକ । କାରଣ ବ୍ଲକ ଶିକ୍ଷାଧିକାରୀ କୌଣସି ପଦକ୍ଷେପ ନେବାର କ୍ଷମତା ନଥିିବା ବାହାନା କରୁଥିବା ବେଳେ ଜିଲ୍ଲା ଶିକ୍ଷାଧିକାରି ସେହି ସମସ୍ତ ସ୍ଥାନରେ ପହଁଚିପାରୁ ନାହାଁନ୍ତି । ଯାହାଫଳରେ ଅନେକ ଶିକ୍ଷକ ଏହିପରି କାର୍ଯ୍ୟରେ ଅବହେଳା କରୁଥିବା ବେଳେ ଏଭଳି ଶିକ୍ଷା ନିତୀ ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠୁଛି । ତେବେ ଦେଖିବାକୁ ବାକି ରହିଲା ଉକ୍ତ ସଂସ୍କୃତ ଶିକ୍ଷକଙ୍କ ବିପକ୍ଷରେ କି ପ୍ରକାର ତଦନ୍ତ କରାଯିବ ନା ପୁର୍ବଭଳି ତାଙ୍କସହ ସଲାସୁତୁରା ହୋଇ ସମସ୍ତ ବିଷୟକୁ ଚପାଇଦେବାକୁ ଉଦ୍ୟମ କରିବେ ଶିକ୍ଷାଧିକାରୀ । (ରିପୋର୍ଟ  – ସଞ୍ଜୀବ କୁମାର ପାଣି )

Exit mobile version