ହିଞ୍ଜିଳିରେ ଜିଲ୍ଲାପାଳଙ୍କ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍,ଶୁକ୍ରବାର ) ହିଞ୍ଜିଳିକାଟୁ :-  ଜିଲ୍ଲା ପ୍ରଶାସନ,ଗଞ୍ଜାମଙ୍କ ଆନୁକୂଲ୍ୟରେ ସାରା ଜିଲ୍ଲାରେ ଶୁକ୍ରବାର ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ସହରରେ ସୌନ୍ଦର୍ଯ୍ୟ କରଣ ସହ ଉତ୍ତମ ପରିବେଶ ଓ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷ ରୋପଣ ଏବଂ ମନରେଗା ଯୋଜନାରେ ଗ୍ରାମାଞ୍ଚଳ ଶ୍ରମିକଙ୍କ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ହିଡ ଉପରେ ମେଗା ନଡ଼ିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଜିଲ୍ଲା ନୋଡାଲ ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ତତ୍ତ୍ୱାବଧାନରେ ହିଞ୍ଜି ଳି ପୋୖରାଞ୍ଚଳ ସମେତ ବ୍ଳକର ୨୧ଟି ପଞ୍ଚାୟତରେ ଶୁକ୍ରବାର ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଥମେ ପୋୖରାଞ୍ଚଳର ତାରାତାରିଣୀ ଓ ଶିଶୁ ମନ୍ଦିର ରାସ୍ତାରେ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ପରେ ଜିଲ୍ଲାପାଳ ସାରୁ,ଦାରୁଭଦ୍ରା ଓ ଶାସନ ଆମ୍ବଗାଁ ପଞ୍ଚାୟତରେ ଉପସ୍ଥିତ ରହି ମନରେଗା ଯୋଜନାରେ ହିଡ ଉପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅବଶିଷ୍ଟ ୧୮ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜନ ପ୍ରତିନିଧି ଓ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ ହିଡ ଉପରେ ମେଗା ୨ ହଜାର ୧ଶହ ୧୨ଟି ନଡ଼ିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତରେ ଆଉ ଏକ ହଜାର ନଡ଼ିଆ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଡିଓ ସୁବ୍ରତ କୁମାର ଜେନା କହିଛନ୍ତି । ପରେ ଜିଲ୍ଲାପାଳ କୁଲାଙ୍ଗେ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଦୁର୍ବନ୍ଧ ପଞ୍ଚାୟତରେ ଅବସ୍ଥିତ ଏମସିସି ଓ ଏମଆରଏଫ କେନ୍ଦ୍ର ବୁଲି ପରିଚାଳନା ବ୍ୟବସ୍ଥାର ତଦାରଖ କରିଥିଲେ । ସେଠାରୁ ସାରୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍ମ୍ରାର୍ଟ କ୍ଳାସରୁମ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମ ବେଳେ ଜିଲ୍ଲାପାଳଙ୍କ ସହ ତହସିଲଦାର ପ୍ରଭାତ କୁମାର ପରିଡା,

ବିଡ଼ିଓ ସୁବ୍ରତ କୁମାର ଜେନା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ଥାନା ଅଧିକାରୀ ଅଭିମନ୍ୟୁ ଦାସ,ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପଣ୍ଡା,ନିଳାଞ୍ଚଳ ପଣ୍ଡା, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର ଓ ପୌର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ସରପଞ୍ଚ ରଘୁନାଥ ବେହେରା, ପ୍ରତିମା ବେହେରା, ମାଧୁରୀ ପାଣିଗ୍ରାହୀ, ଏ.ସୀତା, ଗୌରୀସାହୁ, ରଞ୍ଜୁ ବେହେରା, ନିଳାଞ୍ଚଳ ପାଢ଼ୀ, ଲଡୁ କିଶୋର ବେହେରା, ରାମହରି ଶର୍ମା,ଏ.ସୁଦର୍ଶନ, ସୁଧାଂଶୁ ସାହୁ, ମନୋଜ କୁମାର ପ୍ରଧାନ, ଶୈଳେନ୍ଦ୍ର ଚୌଧୁରୀ, ଶିବରାମ ଗୌଡ଼, ପବିତ୍ର ମୋହନ ପାଣିଗ୍ରାହୀଙ୍କ ସମେତ ପିଇଓ ସୁଶାନ୍ତ କୁମାର ପାତ୍ର, ବିଜୟ କୁମାର ସେଠୀ, ଏସ.ରାଜେଶ, ଅଶ୍ୱିନୀସାହୁ, ବିଏଫଟି ବୃନ୍ଦାବନ ଗୌଡ଼, ଶିବଶଙ୍କର ସ୍ୱାଇଁ, ଶ୍ରୀକାନ୍ତ ପଣ୍ଡା, ଇନ୍ଦିରା ଗୌଡ଼, ହର୍ଷ ମାଧବ କର ପ୍ରମୁଖ କନିଷ୍ଠ ଯନ୍ତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version