ଗଜପତି ଜିଲ୍ଲା କାଶୀନଗରରେ କୁକୁର କାମୁଡ଼ା ରେ ହରିଣ ଗୁରୁତର 

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର କାଶୀନଗର ବ୍ଲକର ସଦର ମହକୁମାରେ ଏକ ହରିଣକୁ ଆଜି ବୁଲା କୁକୁରମାନେ ଅତ୍ୟନ୍ତ ଗୁରୁତର ଭାବେ ଆକ୍ରମଣ କରିଥିଲେ । ଅଞ୍ଚଳବାସୀ ଏହାକୁ ଦେଖି କୁକୁରମାନଙ୍କୁ ଘୋଉଡାଇ ହରିଣଟିକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ନେଇ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଥିଲେ ଘଟଣାରୁ ପ୍ରକାଶ, ଆଜି ମଧ୍ୟାହ୍ନରେ କୌଣସି କାରଣରୁ କାଶୀନଗର ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ଏକ ହରିଣ କାଶୀନଗର ସହର ମଧ୍ୟକୁ ଭୁଲରେ ଆସିଯାଇଥିଲା । ହରିଣକୁ ଦେଖିବା ମାତ୍ରେ କାଶୀନଗରରେ ରହିଥିବା ବୁଲା କୁକୁର ମାନେ ଆକ୍ରମଣ କରିଥିଲେ ।

ଏଥିରେ ହରିଣଟି କ୍ଷତବିକ୍ଷତ ହୋଇ ଗୁରୁତର ହୋଇଥିଲା । କୁକୁର ଆକ୍ରମଣ ସମୟରେ ଅଞ୍ଚଳବାସୀ ଏହାକୁ ଦେଖି ବୁଲା କୁକୁରଙ୍କ କବଳରୁ ହରିଣକୁ ଉଦ୍ଧାର କରି କାଶୀନଗର ପଶୁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ପଶୁ ଚିକିତ୍ସାଳୟରେ ହରିଣଟିକୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇବା ସହ କୁକୁର କାମୁଡା ଇଞ୍ଜେକ୍ସନ ମଧ୍ୟ ଦିଆଯାଇଥିଲା । ଏହାପରେ ହରିଣଟିକୁ କାଶୀନଗର ବନ ବିଭାଗ କର୍ମଚାରୀଙ୍କୁ ଡାକି ହସ୍ତାନ୍ତର କରାଯାଇଥିଲା । ଘଟଣା ନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା କହିଛନ୍ତି ହରିଣଟି ବର୍ତ୍ତମାନ କାଶୀନଗର ରେଞ୍ଜ ଅଫିସ ପରିସରରେ ରଖାଯାଇଛି । ପଶୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହରିଣଟି ସୁସ୍ଥ ହେବପରେ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ହରିଣଟିକୁ ଛଡାଯିବ ।    (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version