ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ଋଣ ପ୍ଲାଟ୍‌ଫର୍ମ “ଇଣ୍ଡସ୍ ଇଜି କ୍ରେଡିଟ୍‌ର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ଭୁବନେଶ୍ୱର :- ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ବ୍ୟାପକ ଡିଜିଟାଲ୍ ଋଣ ପ୍ଲାଟ୍‌ଫର୍ମ ଇଣ୍ଡସ୍ ଇଜି କ୍ରେଡିଟ୍‌ର ଶୁଭାରମ୍ଭ କରାଯାଇଛି ଯାହା ଜରିଆରେ ଗ୍ରାହକମାନେ ନିଜ ଘରେ ସୁରକ୍ଷିତ ରହି ନିଜର ଆର୍ଥିକ ଆବଶ୍ୟକତା ପୂରଣ କରିପାରିବେ । ବ୍ୟାଙ୍କର ଗ୍ରାହକ ଓ ଅଣ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଗ୍ରାହକମାନେ ସମ୍ପୂର୍ଣ୍ଣ କାଗଜ ବିହୀନ ଭାବେ ଡିଜିଟାଲ୍ ମାଧ୍ୟମରେ ଏହି ପ୍ଲାଟ୍‌ଫର୍ମରୁ ତୁରନ୍ତ ବ୍ୟକ୍ତିଗତ ଋଣ ଓ କ୍ରେଡିଟ୍ କାର୍ଡ ସୁବିଧା ହାସଲ କରିପାରିବେ । କ୍ରେଡିଟ୍ କାର୍ଡ ଓ ବ୍ୟକ୍ତିଗତ ଋଣ ଦେବା ଲାଗି ଭାରତର ଜନତା ଡିଜିଟାଲ ଭିତ୍ତିଭୂମି-ଇଣ୍ଡିଆଷ୍ଟାକ୍‌କୁ ବ୍ୟବହାର କରି ଇଣ୍ଡସ୍ ଇଜି କ୍ରେଡିଟ୍‌ ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ ପ୍ରକ୍ରିୟାରେ କାମ ହେଉଛି । ଡିଜିଟାଲ୍ ମାଧ୍ୟମରେ କେୱାଇସି, ନିଯୁକ୍ତି ସୂଚନା ଯାଞ୍ଚ କରିବା ଓ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଅନୁଶୀଳନ ଲାଗି ଏଥିରେ ୩୫ରୁ ଅଧିକ ପ୍ରକାର ଇଌକ୍ଷଗ୍ଧ;ର୍‌ଫେସ୍‌ ଉପଲବ୍ଧ ହେଉଛି । ଏହା ପରେ ଆଡଭାନ୍ସଡ୍ ଆନାଲିିିଟିକ୍ସ ଓ ମେସିନ୍‌ ଲର୍ଣ୍ଣିଂକୁ ବ୍ୟବହାର କରି ବାସ୍ତବ ସମୟରେ ଯୋଗ୍ୟତା ମପା ହେଉଛି । ଏହା ପରେ ଗ୍ରାହକମାନେ ଶାଖା ପରିଦର୍ଶନ ନକରି ଡିଜିଟାଲ୍ ମାଧ୍ୟମରେ ଚୁକ୍ତିକୁ କାର୍ଯ୍ୟକାରୀ କରିବା ସହ ଭିଡିଓ କେୱାଇସି କରିପାରିବେ ଓ ନିଜ ଖାତାରେ ଋଣ ରାଶି ପାଇପାରିବେ ।

ବ୍ୟାଙ୍କର ବିଭିନ୍ନ ସହଯୋଗୀ ମାନେ ମଧ୍ୟ ଷ୍ଟାକ୍‌କୁ ବ୍ୟବହାର କରିପାରିବେ । ଏ ସମ୍ପର୍କରେ ମିସ୍ ଚାରୁ ମାଥୁର, ଚିଫ୍ ଡିଜିଟାଲ୍ ଅଫିସର ଓ ହେଡ୍‌- ବିଜନେସ୍ ଷ୍ଟ୍ରାଟେଜି, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ କହିଛନ୍ତି ଯେ, “ଗ୍ରାହକମାନେ ଘରେ ସୁରକ୍ଷିତ ଓ ଆରାମରେ ରହି ଯେଉଁ ସୁବିଧା ରେ ଋଣ ପାଇପାରିବେ ସେଭଳି ବ୍ୟାପକ ସମାଧାନ ସୃଷ୍ଟି କରିବା ଲାଗି ବିଗତ କିଛି ମାସ ଧରି ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ସେହି ଉଦ୍ୟମର ପ୍ରତିଫଳନ ହେଉଛି ଇଣ୍ଡସ୍ ଇଜି କ୍ରେଡିଟ୍‌ ଯାହା ଗ୍ରାହକମାନଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମ ରେ ନିରବଚ୍ଛିନ୍ନ ଭାବେ କାଗଜ ବିହୀନ ଓ ଡିଜିଟାଲ୍ ମାଧ୍ୟମରେ ବ୍ୟକ୍ତିଗତ ଋଣ ଓ କ୍ରେଡିଟ୍ କାର୍ଡ ହାସଲ କରିବାର ସୁବିଧା ପ୍ରଦାନ କରୁଛି । ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ଦୃଢ଼ ପ୍ରଯୁକ୍ତି ଶକ୍ତିକୁ ନେଇ ଆମର ବିଶ୍ୱାସ ରହିଛି ଯେ ଏହା ଗ୍ରାହକ ମାନଙ୍କୁ ଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବ ।’’ ଉଭୟ ବ୍ୟକ୍ତିଗତ ଋଣ ଓ କ୍ରେଡିଟ୍ କାର୍ଡ ନେବା ବେଳେ ଗ୍ରାହକ ମାନଙ୍କୁ ଭିିଡିଓ କେୱାଇସି ବ୍ୟବସ୍ଥାକୁ ବ୍ୟବହାର କରିବାକୁ ପଡ଼ିବ । ସେଥିପାଇଁ ଆବଶ୍ୟକ ବିବରଣୀ ଡିଜିଟାଲ୍ ମାଧ୍ୟମରେ ଦେବାକୁ ହେବ । ବ୍ୟକ୍ତିଗତ ଋଣ ନେବା ବେଳେ ସୁଧ ହାର, ପ୍ରୋସେସିଂ ଫି’, ଇଏମ୍‌ଆଇ ରାଶି ଆଦି ଚୟନ କରିବାକୁ ହେବ । ଡିଜିଟାଲ୍ ମାଧ୍ୟମରେ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପରେ ଋଣ ବାବଦ ଟଙ୍କା ଖାତାରେ ଜମା ହେବ । କ୍ରେଡିଟ୍ କାର୍ଡ କ୍ଷେତ୍ରରେ ଅଣ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ବ୍ୟବହାରକାରୀମାନଙ୍କ ପାଇଁ ଭିଡିଓ କେୱାଇସି ବ୍ୟବସ୍ଥା ବ୍ୟବହାର କରାଯିବ ।

Exit mobile version