ହିଞ୍ଜିଳିକାଟୁ ପୌରାଂଚଳକୁ ସବୁଜମୟ କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରୟାସ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍,ଶୁକ୍ରବାର ) ହିଞ୍ଜିଳିକାଟୁ :- ସାରା ଦେଶରେ ଜନସାଧାରଣଙ୍କୁ ଅମ୍ଳଜାନର ଅଭାବ ପରିଲିକ୍ଷିତ ହେଉଥିବା ଦେଖିବାକୁ ମିଳିଛି । ଜନସାଧାରଣ ନିଜର ଚାହିଦା ମେଂଟାଇବା ପାଇଁ ଦିନକୁ ଦିନ ଲୋକମନେ ଜଙ୍ଗଲ କାଟି ସଫା କରି ଦେଉଛନ୍ତି । ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଷ ବିଭାଗ ପକ୍ଷରୁ ମୌସୁମର ଋତୁର ଆଗମନ ପୂର୍ବରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସହରକୁ ସରସ, ସୁନ୍ଦର ଓ ସବୁଜମୟ କରିବା ପାଇଁ ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ସ୍ଥାନୀୟ ସହରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତାତ୍ରୟ ଭାଉ ସାହେବ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପୌରାଂଚଳ ହିଞ୍ଜିଳି ତରାତାରିଣୀ ରାଜ୍ୟ ରାଜପଥ ପ୍ୱାଶ୍ୱର୍, ହିଞ୍ଜିଳି- ଆଙ୍କୋରଡ଼ା ରାସ୍ତା ପ୍ୱାଶ୍ୱର୍ ଏବଂ ୭ ନଂ କେନାଳ ପ୍ୱାଶ୍ୱର୍ରେ ବିଭିନ୍ନ ପ୍ରଜାତିର ୧୫୦ରୁ ଉଦ୍ଦ୍ୱର୍ ଫଳ, ଛାୟା ପ୍ରଦାନକାରୀ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଚାରାରୋପଣ କରାଯିବା ସହ ରୋପଣ ଚାରାର ଯତ୍ନ ନେବା ପାଇଁ ଜିଲ୍ଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ବନବିଭାଗୀୟ ଡ଼ିଏଫଓ ଅମ୍ଳାନ ନାୟକ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବ୍ରହ୍ମପୁର ବନାଂଚଳ ବନପାଳ ଦିଲ୍ଲିପ କୁମାର ମାର୍ଥା, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ବ୍ଳକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗଉଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀମୋହନ ପାଢି, ଯୁବନେତା ଅଜୟ କୁମାର ମହାରଣା, ଯୁଧିଷ୍ଟିର ସ୍ୱାଇଁ, ବସନ୍ତ ନାଇକ, ଡ଼ାକ ବିଶ୍ୱାଳ, ସରୋଜ ପଣ୍ଡା, ଦିଲ୍ଲିପ ବୈଠାରୁ, ପୌର ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନଓ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ସ୍ଥାନୀୟ ବନ ବିଭାଗୀୟ ବିଟ୍ ହାଉସ ଭାରପ୍ରାପ୍ତ ଅଧିକାରୀ ଏନ. ବାଲାଜି ରେଡ୍ଡି, , ବନ ବିଭାଗୀୟ କର୍ମଚାରୀ ପୌର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ବନୀକରଣ କାର୍ଯ୍ୟକ୍ରମ କରାଯିବା ସହ ହିଂଜିଳିକାଟୁ ଅଂଚଳକୁ ସବୁଜ ସୁନ୍ଦର କରାଯିବ ବୋଲି ବିଡ଼ିଓ ଶ୍ରୀ ଜେନା କହିଛନ୍ତି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version