ମାଷ୍ଟରକ୍ୟାଂଟିନ ଛକସ୍ଥିତ ଘୋଡାକୁ ଅନ୍ୟତ୍ର ସ୍ଥାନାନ୍ତର – ଜିଲ୍ଲା ବିଜେପି ତରଫରୁ ଦୃଢ ନିନ୍ଦା

ଓଡ଼ିଶା ତାଜା ନ୍ୟୁଜ (୧୭ ଜୁନ ଗୁରୁବାର) ଭୂବନେଶ୍ୱର :- ରାଜଧାନୀର ପ୍ରମୁଖ ସ୍ଥାନ ଓ ଛକମାନଙ୍କରେ ବହୁ ସ୍ଥପତି, ହସ୍ତକଳା ଆଦି ଶୋଭା ପାଇବା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସୈାନ୍ଦର୍ଯୀକରଣ ନାଁରେ ରାଜଧାନୀର ଐତିହ୍ୟ, ସଂସ୍କୃତି ଏବଂ ପରଂପରାକୁ ଆଦୈା କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ । ଦୀର୍ଘ ବର୍ଷ ଧରି ରାଜଧାନୀର ମୁଖ୍ୟ ମାଷ୍ଟର କ୍ୟାଂଟିନ ଛକରେ ଶୋଭା ପାଇବା ସହ ସୈାନ୍ଦର୍ଯ୍ୟ ସୃଷ୍ଟି କରୁଥିବା ଘୋଡା ଓ ଯୋଦ୍ଧାଙ୍କ

ସ୍ଥପତିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଅପଚେଷ୍ଟାକୁ ଆେଦୈା ଗ୍ରହଣ କରାଯାଇପାରିବ ନାହିଁ । ପ୍ରଶାସନ ଜୋର ଜବରଦସ୍ତ ଏହି ସ୍ଥପତି କଳାକୁ ସ୍ଥାନାନ୍ତରଣ କଲେ, ଏହାକୁ ବିରୋଧ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଚେତାବନୀ ଦେଇଛନ୍ତି ।

ପ୍ରଖ୍ୟାତ ସ୍ଥପତି ପଦ୍ନବିଭୁଷଣ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କ ଦ୍ୱାରା ଐତିହ୍ୟ କୋଣାର୍କ ମନ୍ଦିରର ଅବିକଳ ଢାଂଚାରେ ନିର୍ମିତ ତଥା ଓଡିଶା ଶାସନର ପ୍ରତୀକ ରାଜଧାନୀର ପରିଚୟ ମାଷ୍ଟରକ୍ୟାଂଟିନ ଛକସ୍ଥିତ ଘୋଡାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ରାଜ୍ୟ ସରକାରଙ୍କ କୁଚକ୍ରାନ୍ତକୁ ଜିଲ୍ଲା ବିଜେପି ତରଫରୁ ଦୃଢ ନିନ୍ଦା କରାଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।

ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Exit mobile version