ଗଙ୍ଗାନଦୀରୁ ଉଦ୍ଧାର ହେଲେ “ଗଙ୍ଗାପୁତ୍ରୀ” : ୟୁପି ସରକାର କହିଲେ, ଲାଳନପାଳନ ଦାୟିତ୍ୱ ଆମର

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ଗାଜିପୁର :- ପବିତ୍ର ଗଙ୍ଗା ନଦୀରେ ଏକ କାଠ ବାକ୍ସରେ ଏକ ନବଜାତ ଶିଶୁକନ୍ୟାକୁ ଜଣେ ନାବିକ ଉଦ୍ଧାର କରିଛନ୍ତି । ତେବେ ଉଦ୍ଧାର କରିବା ପରେ ନାବିକ ସେହି ବାକ୍ସରେ ଥିବା ସାମଗ୍ରୀକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଛନ୍ତି । ସୂଚନା ଅନୁସାରେ, ଗାଜିପୁରର ଗଙ୍ଗା ନଦୀରେ ନାବିକ ଜଣକ ଯାଉଥିବା ବେଳେ ଏକ କାଠ ବାକ୍ସ ପାଇଥିଲେ ଯେଉଁଥିରେ ଏକ ନବଜାତ ଶିଶୁକନ୍ୟା ସହ ବାକ୍ସରେ ଖଣ୍ଡେ ଚିଟାଉ, ମାଆ ଦୁର୍ଗାଙ୍କର ଏକ ଫଟୋ, ଜାତକ ଏବଂ ଧୂପକାଠି ମଧ୍ୟ ନାବିକ ଜଣକ ପାଇଛନ୍ତି ।

କେବଳ ଏତିକି ନୁହେଁ ବରଂ ଏକ କାଗଜରେ ଲେଖାଯାଇଥିବା ଚିଠି ମଧ୍ୟ ଉଦ୍ଧାର କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ଚିଠିରେ କନ୍ୟାର ନାଁ ଗଙ୍ଗାପୁତ୍ରୀ ବୋଲି ଲେଖାଯାଇଥିଲା । ଆଉ ଏହି ଘଟଣା କ୍ଷଣକ ମଧ୍ୟରେ ସାରା ଅଂଚଳରେ ବ୍ୟଗ୍ର ଭାବରେ ବ୍ୟାପିଯାଇଥିଲା । ନବଜାତକୁ ଦେଖିବା ଲାଗି ସ୍ଥାନୀୟ ଅଂଚଳରେ ଲୋକଙ୍କ ଗହଳି ମଧ୍ୟ ଲାଗିଛି । ପ୍ରକୃତରେ ଏ ପିଲା କେଉଁଠୁ ଆସିଲା ? କିଏ ଏହି ପିଲାକୁ ଏମିତି ଅବସ୍ଥାରେ ନଈରେ ଭସାଇ ଦେଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

ଆଉ ଏହାରି ମଧ୍ୟରେ ସ୍ଥାନୀୟ ଅଂଚଳର ଗୁଲ୍ଲୁ ଚୌଧୁରୀ ନାମରେ ଜଣେ ନାବିକ ଏହି ନବଜାତ ଶିଶୁକୁ ଘରକୁ ନେଇଯାଇଛନ୍ତି। ପୋଲିସକୁ ସୂଚନା ମିଳିବା ପରେ ଶିଶୁକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସର କହିବା ଅନୁସାରେ, ନଦୀରେ ଭାସିଯାଉଥିବା ସମୟରେ ଦାଦ୍ରିଘାଟରେ ଗୁଲ୍ଲୁ ନାମକ ଜଣେ ନାବିକ କାଠବାକ୍ସରେ ଭାସିଯାଉଥିବା ଛୁଆର କାନ୍ଦଣା ଶୁଣି ତାକୁ ଉଦ୍ଧାର କରିଛନ୍ତି । ହେଲେ ବିଶାଳକାୟ ନଦୀରେ ଏପରି ଅବସ୍ଥାରେ ଛୋଟ ପିଲାକୁ କିଏ ଭସାଇ ଦେଲା ତାହାର କୌଣସି ସୂଚନା ମିଳିନାହିଁ

ସେପଟେ, ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅବଗତ ହେବା ପରେ ନାବିକ ଜଣଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି ଲୋକ କରନ୍ତି । ପିଲାଟିର ଲାଳନପାଳନର ସମସ୍ତ ଖର୍ଚ୍ଚ ଓ ଦାୟିତ୍ୱ ୟୁପି ସରକାର ବହନ କରିବେ ବୋଲି ଯୋଗୀ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପିଲାଟି ମେଡ଼ିକାଲରେ ଥିବା ଜଣାପଡ଼ିଛି । ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଙ୍ଗଳପ୍ରସାଦ ସିଂହ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଡାକ୍ତରଖାନା ଯାଇ ଛୁଆଟିର ସ୍ୱାସ୍ଥ୍ୟବସ୍ଥା ବିଷୟ ପଚାରି ବୁଝିଛନ୍ତି ।

ଛୁଆ ଝିଅଟିର ଜୀବନ ରକ୍ଷା କରିଥିବା ଚୌଧୁରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଗୋଟାଏ ନୂଆ ଡଙ୍ଗା ଯୋଗାଇ ଦେବାଲାଗି ଜିଲ୍ଲା ମାଜିଷ୍ଟ୍ରେଟ୍‌ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପିଲାକୁ ନିଜ ଝିଅ ଭାବରେ ଗ୍ରହଣ କରିବାକୁ ନାବିକ ଜଣକ ଇଚ୍ଛାପ୍ରକାଶ କରିଛନ୍ତି ଏବଂ ଏନେଇ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ ମଧ୍ୟ କରିଛନ୍ତି । ‘ସୁତ୍ର’ (ଜଟଣୀ ରୁ ଇଫତେଖାର ଅଲ୍ଲୀ)

Exit mobile version