ବାଘଧରିଆ ଜଙ୍ଗଲ ରେ କାଠମାଫିଆ ଙ୍କ ରାଜ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ଢେଙ୍କାନାଳ :-  ରାଜ୍ୟ ସରକାର ଜଙ୍ଗଲ ଉପରେ ପ୍ରାଧାନ୍ୟ ଦେଉଥିବା ବେଳେ କିଛି କାଠମାଫିଆ ଜଙ୍ଗଲ ରେ ଆତଙ୍କ ସୃଷ୍ଟି କରୁଛନ୍ତି l କାଠମାଫିଆ ମାନେ ଦିନ ଦ୍ୱିପ୍ରହର ରେ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କାର ସଂପତି l ଯାହାଫଳରେ ସରକାର ଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେବାକୁ ଲାଗିଲାଣି l ସେହି କାଠମାଫିଆ ମାନେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତବାରିସୀ କରି ଲୁଟିନେଉଛନ୍ତି ଜଙ୍ଗଲ “ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆବଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘଧରିଆ ଜଙ୍ଗଲରେ l ଆଜି ସଂଧ୍ୟାରେ ଅର୍ଥାତ 16.6.21ରିଖ ରେ ଦୁଦୁରକୋଟ ପଞ୍ଚାୟତ ର ବାରିଆରଗୁଡ଼ି ଗ୍ରାମ ର ଶ୍ରୀଧର ବେହେରା (ଶିରି )ଓ ସୁଦର୍ଶନ ଦେହୁରୀ ନାମକ ଦୁଇ ଜଣ ବ୍ୟକ୍ତି ଆଜକୁ ବହୁତ ଦିନ ହେଲା ବାଘଧରିଆ (VSS )ଜଙ୍ଗଲରୁ କାଠ ଚୋରି କରୁଛନ୍ତି ବୋଲି ସେମାନେ ମତବ୍ୟକ୍ତ କରୁଛନ୍ତି l

ଏହି ଚୋର ମାନଙ୍କ ପ୍ରତି ପ୍ରଶାସନ ଧ୍ୟାନ ଦେବା ନିତ୍ୟାନ୍ତ ଦରକାର l ଏଠାରେ ଜନସାଧାରଣ ଙ୍କ ଅଭିଯୋଗ ସେହିକାଠ ମାଫିଆ ଙ୍କ ସହିତ ପ୍ରଭାବ ଶାଳୀ ବ୍ୟକ୍ତି ଙ୍କୁ ସରକାର ଙ୍କ ତରଫରୁ ଦଣ୍ଡିତ କରାଗଲେ ଜନସାଧାରଣ ବହୁତ ଖୁସି ହେବେ ବୋଲି ଜଣାପଡୁଛି lଏଠାରେ ପ୍ରଶ୍ନ ଉଠେ କାଠମାଫିଆ ଏହିପରି ଦିନ ଦ୍ୱିପ୍ରହର ରେ ଯଦି ସରକାର ଙ୍କ କୋଟି କୋଟି ଟଙ୍କା ର କାଠ ନେଇ ପଳାଇ ଯାଏ ଜନସାଧାରଣ ଏଠାରେ କରିବେ କଣ ? ପ୍ରଶାସନ ଆଖିରେ ଆଙ୍ଗୁଠି ଭର୍ତ୍ତିକରି ପ୍ରଭାବଶାଳୀ ବ୍ୟକ୍ତି ଯଦି କୋଟି କୋଟି ଟଙ୍କା ର କାଠ ହରଣଚାଲ କରେ ଏଠାରେ ନିରୀହ ଜନସାଧାରଣ କରିବେ କଣ ? ସରକାର ଙ୍କୁ ଜନସାଧାରଣ ଙ୍କ ପ୍ରଶ୍ନ ଏହି କାଠମାଫିଆ ଓ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଦମନ କେବେ ହେବ ? ( ରିପୋର୍ଟ – ଅମର ରଞ୍ଜନ ଦାସ )

Exit mobile version