ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ବସନ୍ତ କୁମାର ରାଉତରାୟଙ୍କ (୮୭ ) ବର୍ଷ ବୟସରେ ତାଙ୍କ ଭୁବନେଶ୍ୱର ବାସଗୃହ ଠାରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ଥିଲେ । ବାଙ୍କୀ ମହାବିଦ୍ୟାଳୟର ଉନ୍ନତି ତଥା ଓଡ଼ିଆ ବିଭାଗକୁ ତାଙ୍କର ଅବଦାନ ଯଥେଷ୍ଟ ଥିଲା ଏବଂ ସେ ଦୀର୍ଘ ଦିନ ଧରି ବାଙ୍କୀ ମହାବିଦ୍ୟାଳୟରେ ଅବସ୍ଥାପିତ ଥିଲେ ।

ତାଙ୍କ ବିୟୋଗରେ କଲେଜର ଅଧ୍ୟକ୍ଷ ଡ.ଅରୁଣ ବେହେରା, ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଡ.ପ୍ରଦୀପ କୁମାର ଦେବତା, ଅଧ୍ୟାପକ ସତ୍ୟଜିତ ଦାସ, ଡ.ଚିତ୍ରସେନ ରାଉତ ,ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ନିଶାମଣି ପୃଷ୍ଟି ,ଅବସରପ୍ରାପ୍ତ ଅଧ୍ୟାପକ ଧୀରେନ୍ଦ୍ର ନାଥ ଶ୍ରୀଚନ୍ଦନ ,ମାସିକ ସାହିତ୍ୟ ଆସର ର ସମ୍ପାଦକ ଜ୍ଞାନେନ୍ଦ୍ର ମୋହନ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ସ୍ବର୍ଗତ ରାଉତରାୟ ଙ୍କୁ ଭୁବନେଶ୍ୱର ସତ୍ୟନଗର ସଂସାନ ରେ ବଡ଼ପୁତ୍ର ଶୁଭଙ୍କର ରାଉତରାୟ ମୁଖା ଅଗ୍ନି ଦେଇଥିଲେ । ସାନପୁଅ ଦୀପଙ୍କର ରାଉତରାୟ ଙ୍କ ସହ ବହୁ ବସନ୍ତ ପ୍ରେମୀ ସତ୍ୟ ନଗର ସଂସାନ ରେ ଉପସ୍ଥିତ ରହି ସ୍ବର୍ଗତ ରାଉତରାୟ ଆତ୍ମା ର ସଦଗତି ପାଇଁ ପ୍ରାଥନା କରିଥିଲେ । (ରିପୋର୍ଟ :ଗୌତମ ମିଶ୍ର )

Exit mobile version