ବାଙ୍କୀ ବିଧାୟକ ଙ୍କ ଦ୍ଵାରା ୩୫୨ ଜଣ ଅଙ୍ଗନବାଡି କର୍ମୀ ଙ୍କୁ ଶାଢୀ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ବାଙ୍କୀ :- ଆଜି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଡମପଡାବ୍ଲକ ଓ ବାଙ୍କୀ ବ୍ଲକ ସମନ୍ୱିତ ଶିଶୁ ଓମହିଳା ବିକାଶ ବିଭାଗ ସଭା ଗୃହରେ ରେ କୋଭିଡ କଟକଣା ମଧ୍ୟ ରେ ୩୫୨ ଜଣ ଆଙ୍ଗନବାଡୀ କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ।କରୋନା ମହାମାରୀ ସମୟରେ ଅଙ୍ଗନବାଡି କର୍ମୀ ମାନେ କରୋନା କୁ ଖାତିରି ନକରି ନିଜ ଜୀବନ କୁ ବାଜି ଲଗେଇ ଘର ଘର ବୁଲି ଆଶା କର୍ମୀ ଙ୍କ ସହ ମିଶି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଥର୍ମାଲ ସ୍କାନର ଅକ୍ସିମିଟର ଦ୍ୱାରା ପରୀକ୍ଷା କରି ଚିହ୍ନଟ ଲୋକଙ୍କ ତଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦେଉଛନ୍ତି।ବିଭିନ୍ନ ଗ୍ରାମ ରେ ଥିବା କରୋନା ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଙ୍ଗନବାଡି ଓ ଆଶା କର୍ମୀ ମାନେ ବୁଝିବା ସହ ସେମାନେ ଡାକ୍ତର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଔଷଧ ଠିକ ରେ ଖାଉଛନ୍ତି କି ନାହିଁ ତାହା ପଚାରି ବୁଝୁଛନ୍ତି ଏହା ଫଳରେ କରୋନା ସଂକ୍ରମଣ ଆସ୍ତେ ଆସ୍ତେ କମିବାରେ ଲାଗୁଛି।ଅଙ୍ଗନବାଡି ଓ ଆଶା କର୍ମୀ ଙ୍କୁ ସରକାର କରୋନା ଯୁଦ୍ଧା ର ସମ୍ମାନ ପ୍ରଦାନ କରିଛନ୍ତି।

ଆଜି ବିଧାୟକ ଶ୍ରୀ ତ୍ରିପାଠୀ ବାଙ୍କୀ ବ୍ଲକ ସମନ୍ୱିତ ଶିଶୁ ଓମହିଳା ବିକାଶ ବିଭାଗ ସଭା ଗୃହରେ ୧୮୨ ଜଣ ଅଙ୍ଗନବାଡି କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ବାଙ୍କୀ ବ୍ଲକ ବିଡିଓ ପ୍ରଦୀପ୍ତ କୁମାର ଶତପଥୀ ପରିଚାଳନା କରିଥିଲେ ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ବରିଷ୍ଠ କ୍ଷେତ୍ର ପରିଦର୍ଶିକା ସଂଯୁକ୍ତା ମାଲଗାଜି,ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ , ସତ୍ୟ ନାରାୟଣ ପ୍ରଧାନସହଯୋଗ କରିଥିଲେ । କ ରୋନା ରେ ଆକ୍ରାନ୍ତ ହୋଇ ବାଙ୍କୀ ବ୍ଲକ ସିଡିପିଓ ରୁପାଲୀ ମିତ୍ର ନିଜ ଘରେ ଥିଲେ ମଧ୍ୟ ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ଫୋନ ମାଧ୍ୟମ ରେ ତଦାରଖ କରିଥିଲେ ।

ଏଥିସହ ଆଜି ବିଧାୟକ ଶ୍ରୀ ତ୍ରିପାଠୀ ଡମପଡା ବ୍ଲକ ସମନ୍ୱିତ ଶିଶୁ ଓମହିଳା ବିକାଶ ବିଭାଗ ସଭା ଗୃହରେ ରେ ୧୭୦ ଜଣଅଙ୍ଗନବାଡି କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ।ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ଡମପଡା ବ୍ଲକ ବିଡ଼ିଓ ଆର୍ତ୍ତବନ୍ଧୁ ଲେଙ୍କା ପରିଚାଳନା କରିଥିଲେ।ଡମପଡା ବ୍ଲକ ସିଡିପିଓ ନିର୍ମଳ ପଣ୍ଡା ବରିଷ୍ଠ କିରାଣୀ ସୂର୍ଯ୍ୟମଣି ଧଳ ସହଯୋଗ କରିଥିଲେ। ବିଧାୟକ ଶ୍ରୀ ତ୍ରିପାଠୀ ନିଜସ୍ଵ ଅର୍ଥ ରୁ ଅଙ୍ଗନବାଡି କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ ବୋଲି ପ୍ରକାଶ କରିଥିଲେ । ସାବିତ୍ରୀ ଅମାବାସ୍ୟା ପୂର୍ବଦିନ ବିଧାୟକଶ୍ରୀ ତ୍ରିପାଠୀ ବାଙ୍କୀ ଉପଖଣ୍ଡର ସମସ୍ତ ଆଶା କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ । (ରିପୋର୍ଟ :ଗୌତମ ମିଶ୍ର )

Exit mobile version