ମିଲରଙ୍କ ମନମାନି ମଣ୍ଡିରେ ଧାନ ଗଦାହୋଇ ଗଜା ହେଲାଣି; ସୋସାଇଟି ଆଗରେ ଚାଷୀଙ୍କ ଧାରଣା : ବିଭାଗ ନିରବ।ମଣ୍ଡି ବିଫଳତା ରେ ବିଜେପି ରାଷ୍ଟୀୟ କୃଷକ ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଂଚାୟତ ସ୍ଥିତ ଶିମିଳିପୁର ସେବା ସମବାୟ ସମିତି ଓ ସିଦ୍ଧ ରାମଚଣ୍ଡୀ ସେବା ସମବାୟ ସମିତି କାର୍ଯ୍ୟାଳୟ ରେ ଚାଷୀ ଧାନ ଦେଇନପାରି ଗଜା ହେବାରୁ ସମିତି ଆଗରେ ଚାଷୀଙ୍କ ପକ୍ଷରୁକାଲି ଧାରଣା ଦିଆ ଯାଇଥିଲା ମାତ୍ର ବିଭାଗ ର ନୀରବତା ମିଲର ଓ ସମବାୟ ସମିତିର ମଧୁ ଚନ୍ଦ୍ରିକା ରେ ବଳି ପଡିଛନ୍ତି ସାଧାରଣ ପଂଜିକୃତ ଚାଷୀ ।ଖବର ମୁତାବକ ଶିମିଳିପୁର ପଂଚାୟତ ସ୍ଥିତ ଶିମିଳିପୁର ସେବା ସମବାୟ ସମିତି ରେ ମଣ୍ଡିରେ ଧାନ ଦେବାକୁ ଚାଷୀ ମାନଙ୍କୁ ସମିତି ପକ୍ଷରୁ ଟୁକନ ପ୍ରଦାନ କରାଯାଇଥାଏ।ଯେଉଁ ଚାଷୀ ମାନଙ୍କୁ ଟୁକନ ମିଳିଥାଏ ସମୟ ମୁତାବକ ଚାଷୀମାନେ ସମିତିର ଧାନ ଦେଇଥାନ୍ତି।ଗତ ମାସ ୨୮ ତାରିଖରେ ୩୩ ଜଣ ଚାଷୀ ଙ୍କୁ ଧାନ ଦେବା ପାଇଁ ଟୁକନ ପ୍ରଦାନ କରାଯାଇଥିଲା ।

ଟୁକନ ଧାରୀ ଚାଷୀ ମାନେ ତାରିଖ ଅନୁଯାଇ ସମିତି ପାଖରେ ଆଣି ଧାନ ଗଦା କରିଥିଲେ କିନ୍ତୁ ମିଲର ଙ୍କ ଖାମ ଖିଆଲ କିମ୍ୱା ମନମାନି ନୀତିରୁ ମିଲର ନ ଆସିବାରୁ ଚାଷୀମାନେ ସମିତି ପାଖରେ ଗଦା ହୋଇଥିବା ଧାନକୁ ଘୋଡାଇ ରଖିଥିଲେ। ମଣ୍ଡିରେ ଧାନ ବିକ୍ରି କରିବା ଆଶାରେ ଚାଷୀ ମାନେ ବ୍ୟାକୁଳ ହୋଇ ସମିତିର ସମ୍ପାଦକ ଙ୍କୁ ବାରମ୍ବାର ପଚାରି ଆସୁଥିଲେ ମଧ୍ୟ ମିଲର ଆସିଲେ ଧାନ ଯିବ ବୋଲି କହିଆସୁଥିଲେ ସମିତିର ସମ୍ପାଦକ।ଧାନ ଗଦା ହେବାର ଦୀର୍ଘ ୨୦ ଦିନରୁ ଉର୍ଦ୍ଧ ବିତିଯାଇଥିଲେ ମଧ୍ୟ ମିଲର ସେମାନଙ୍କ ଧାନ ନ ନେବାରୁ ବର୍ଷାରେ ଧାନ ଭିଜି ଗଜା ହୋଇଯାଇଥିବା ଚାଷୀ ମାନେ ଅଭିଯୋଗ କରିଥିଲେ।

ଏଭଳି ଘଟଣା ସମ୍ପର୍କରେ ସମିତିର ସମ୍ପାଦକ ଫକୀର କୁମାର ନାୟକ ଙ୍କୁ ପଚାରିବାରୁ କହିଲେ ଯେ ମିଲର ଧାର୍ଯ୍ୟ ତାରିଖ ମୁତାବକ ନ ଆସିବାରୁ ଚାଷୀମାନଙ୍କ ଧାନ ଯାଇପାରିନାହିଁ।ବର୍ତମାନ ଟୁକନ ଅବଧି ସରିଯାଇଥିବାରୁ ଚାଷୀ ମାନେ ଧାନ ଦେଇପାରିନଥିବା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି।କିନ୍ତୁ ଅନ୍ୟପଟେ ବ୍ୟାଙ୍କ କରଜ ଓ ହାତଉଧାର କରଜ କରି ଅକ୍ଲାନ୍ତ ପରିଶ୍ରମ କରି ଧାନ ଉପାର୍ଜନ କରି ମଣ୍ଡିରେ ଧାନ ବିକି କରଜ ସୁଜିବା ଆଶାରେ ଥିବା ରାଧାମୋହନ ସ୍ୱାଇଁ, ବାଙ୍କନିଧି ଦାସ, ପ୍ରସନ୍ନ କୁମାର ସାହୁ, ନିତ୍ୟାନନ୍ଦ ପୃଷ୍ଟି, ପ୍ରଦୋଷ ନାୟକ, ପବନି ସାମଲ, ସୁଦାମ ଚରଣ ସାମଲ, ନୀଳମଣି ସେଠୀ, ଅଭିମନ୍ୟୁ ବେହେରା, ଡମ୍ବରୁଦ୍ଧର ନାୟକ, ଶରତ ବେହେରା, ବସନ୍ତ ନାୟକ, ସଜି ଦେଇ ଗନ୍ଧର୍ବ ନାୟକ, ଡମ୍ବରୁଦ୍ଧର ସାହୁ, ସତ୍ୟାନନ୍ଦ ପୃଷ୍ଟି କାଉଳି ଚରଣ ସାହୁ ପ୍ରମୁଖ ଚାଷୀ ମାନେ ସମିତି ଆଗରେ ଧାରଣାରେ ବସିଥିଲେ।

ଯଥାଶୀଘ୍ର ଯଦି ମଣ୍ଡିରେ ଚାଷୀମାନଙ୍କ ଧାନ ନିଆ ନଯାଏ ତେବେ ସମିତି ପାଖରେ ଗଦା ହୋଇଥିବା ଧାନ ବର୍ଷାରେନଷ୍ଟ ହୋଇଯାଏ ତେବେ ଚାଷୀ ମାନେ ମହାଜନ କରଜ ନ ସୁଜିପରନ୍ତି ତେବେ ସମିତି ଆଗରେ ଆତ୍ମହତ୍ୟା କରିନ୍ତି ତେବେ ସମିତି ଓ ମିଲର ଦାଇ ରହିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।ସେହିପରି ଡମପଡା ବ୍ଲକ ସିଦ୍ଧ ରାମଚଣ୍ଡୀ ସେବା ସମବାୟ ସମିତି କାର୍ଯ୍ୟାଳୟ ସମୁଖରେ ଚଳିତ ବର୍ଷର ରବି ମଣ୍ଡି ଫିଟିବା ଆଉ ଗୋଟିଏ ଦିନ ମଣ୍ଡି ଖୋଲି ପରେ ସମ୍ପୂର୍ଣ୍ଣ ମଣ୍ଡି ବନ୍ଦ ହୋଇଯିବାକୁ ନେଇ ୩୦ ରୁ ଉର୍ଦ୍ଧ ପଞ୍ଜିକୃତ ଚାଷୀଙ୍କ ବିକ୍ଷୋଭ ପଦର୍ଶନ ଗତ କାଲି କରିଥିଲେ। ଚାଷୀଙ୍କ ଅଭିଯୋଗ ସରକାରଙ୍କ ପକ୍ଷରୁ ସୀମିତ ସମୟ ପାଇଁ କରାଯାଉଥିବା ଟୋକନ ବ୍ୟବସ୍ଥା ସହତ ମାସ୍କ ନ ଆସିବା ଆଉ ଚାଷୀ ମେସେଜ ପାଇ ଥିଲେ ସୁଧା ବିକ୍ରି କରି ପାରିନାହାନ୍ତି ଧାନ ମଣ୍ଡିରେ । ଏବେ ସହ ସହ କୁଇଣ୍ଟାଲ ଧାନ ଚାଷୀଙ୍କ ଖଳାରେ ପଡି ରହିଥିବା ବେଳେ ମୌସୁମୀ ବର୍ଷାକୁ ଆସିବାକୁ ନେଇ ଚିନ୍ତାରେ ଚାଷୀ ।

ମହାଜନ କରଜ, ସୋସାଇଟିର ଋଣ କିଭଳି ସୁଝିବେ ସେ ନେଇ ଚାଷୀ ନିଜର ଯୁକ୍ତି ବଢିଥିବା ବେଳେ ଆଗକୁ ଖରିଫ ଫସଲ ପାଇଁ ଚାଷୀ ଆଉ ଧାନ ବୁଣିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏଭଳି ଟୋକନ ଓ ମାସ୍କ ଆଉ ଟାର୍ଗେଟ ସଠିକ ଭାବେସରକାରୀସ୍ଥରରେଅସୁନଥିବାଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ସମିତିର ସମ୍ପାଦକ ଦାମୋଦର ସାହୁ ସଫେଇ ଦେଇ କହିଥିବା ବେଳେ ଚାଷୀଙ୍କ ଧାନ ଏବେ ମଣ୍ଡିରେ ନେଇ ପାରିବି ନାହିଁ ସେଥିପାଇଁ ମୁଁ ନିରୁପାୟ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ।ଏବେ ଚାଷୀଙ୍କ ଅଭିଯୋଗ ତୁରନ୍ତ ମଣ୍ଡି କରି ଚାଷୀଙ୍କ ଧାନ କିଣା ନଗଲେ ଚାଷୀ ଆନ୍ଦୋଳନ କୁ ଉଲାଇବାକୁ ଦେଲେ ଚେତାବନୀ ।

ସରକାର ଙ୍କ ମଣ୍ଡି ନିୟମ ବାଙ୍କୀ ରେ ବିଫଳ ହୋଇଛି କେବଳ ଏହି ଦୁଇଟି ସେବାସମବାୟ ସମିତି ରେ ମିଲରଙ୍କ ମନମାନି ରେ ମଣ୍ଡି ଧାନ ଗଦାହୋଇ ଗଜା ହେଲାଣି ତାହାନୁହେ ବାଙ୍କୀ ର ସମସ୍ତ ସେବାସମବୟ ସମିତି ରେ ଚଳିତ ବର୍ଷ ରବି ମଣ୍ଡି ଚଳିବାରେ ବିଫଳ ବୋଲି ବାଙ୍କୀ ବିଜେପି ନେତା ତଥା ବିଜେପି ରାଷ୍ଟୀୟ କୃଷକ ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ମଣ୍ଡିରେ ଯେଉଁ ପଞ୍ଜିକୃତ ଚାଷୀ ମାନଙ୍କର ଧାନ ନଷ୍ଟ ହୋଇଛି ଓ ଯେଉଁ ମାନଙ୍କ ଧାନ ମିଲର ନେଇନି ସେମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ଅନୁରୋଧ କରିଥିଲେ।  (ରିପୋର୍ଟ :ଗୌତମ ମିଶ୍ର )

Exit mobile version