ପ୍ରଧାନ ଶିକ୍ଷୟତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ପଦ୍ମପୁର :- ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇ ଙ୍କର କ୍ଲାସ ୧ ପାହ୍ୟା କୁ ପଦୋନ୍ନତି ହୋଇ ବରଗଡ଼ ର ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ହିସାବ ରେ ଅବସ୍ଥାପିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀ ରେ ସମାଜସେବୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଙ୍କ ସଭାପତିତ୍ୱରେ କୋଭିଡ ନିୟମ ମାନି ଏକ ନିରାଡ଼ମ୍ବର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଜି ଅନୁଷ୍ଠିତ ହୋଇଥିଲା । ଏହି ସଭା କୁ ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦବାନ ଦାଶ ପରିଚାଳନା କରିଥିଲେ । ଶିକ୍ଷକ ପ୍ରେମାନନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କଲା ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମ୍ମାନରେ ଏକ ସ୍ୱ ଲିଖିତ କବିତା ଆବୃତ୍ତି କରି ଥିଲେ।

ତା ପରେ ଅଂଚଳ ର ସୁନାମଧନ୍ୟ ଅବସର ପ୍ରାପ୍ତ ଶିକ୍ଷକ ରାମନାରାୟଣ ପାଣିଗ୍ରାହୀ ତାଙ୍କ ଲିଖିତ ତିନି ଗୋଟି ପୁସ୍ତକ ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପ୍ରଦାନ ପୂର୍ବକ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ , ମାନସ ରଞ୍ଜନ ଶତପଥୀ, ଶିକ୍ଷୟତ୍ରୀ ମିନତୀ ଦାଶ, ଜ୍ୟୋତ୍ସ୍ନାରାଣୀ ସାହୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସହ ବିତେଇଥିବା ତାଙ୍କର ଅନୁଭୁତି ବର୍ଣ୍ଣନା କରିଥିଲେ। SMC ଅଧ୍ୟକ୍ଷା ସରସ୍ବତୀ ଭୋଇ ଓ ଉପାଧକ୍ଷ ବିଶ୍ୱନାଥ ଦାସ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିଦ୍ୟାଳୟ ପ୍ରତି ଦାନ କୁ ସ୍ମରଣ କରି ପ୍ରଶଂସା କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ପାଞ୍ଚ ବର୍ଷ ରହଣୀ କାଳ ର ଅନୁଭୂତି କହିଥିଲେ ଓ କହିଲେ ଯେ ଭବିଷ୍ୟତ ରେ ମଧ୍ୟ ଏହି ବିଦ୍ୟାଳୟ ର ଉନ୍ନତି କଳ୍ପେ ସେ କାର୍ଯ୍ୟ କରିବେ।ସଭା ରେ ଶିକ୍ଷକ ଚିନ୍ତାମଣି ସାହୁ, ଜୀବନନନ୍ଦ ସାହୁ ତଥା ଶିକ୍ଷୟତ୍ରୀ ଜ୍ୟୋତିରେଖା ମହନନ୍ଦ,ବିଦ୍ୟାଳୟ ର କିରାଣୀ ସୁଷମ ଦାଶ ଉପସ୍ଥିତ ଥିଲେ ।

ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ତଥା ବସନ୍ତ ବାଗ ସଭା କାର୍ଯ୍ୟ ରେ ସହାୟତା କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଙ୍କ ରିଲିଫ ପରେ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଙ୍କୁ ବିଦ୍ୟାଳୟ ର ଭାର ଦିଆ ଯାଇଥିଲା।ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ପୂର୍ବ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟପନ୍ଥା କୁ ଆଗେଇ ନେବା କୁ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଶିକ୍ଷାବିଦ, SMC ସଦସ୍ୟ, ଶିକ୍ଷାକର୍ମଚାରୀ ଙ୍କ ସହଯୋଗ କାମନା କରିଥିଲେ। ପରିଶେଷରେ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।(ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version