ଗଜପତି – ଗଞ୍ଜାମ ସୀମାନ୍ତ ରେ ପାଳୁଖୁଳା ବୁଲାଣିରେ ଓଲଟିଲା ପେପର ବୋଝେଇ ଟ୍ରକ, ଦୁଇ ଆହତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି-ଗଞ୍ଜାମ ଜିଲ୍ଲା ସୀମାନ୍ତର ପାଳୁଖୁଳା ନିକଟ ବୁଲାଣିରେ ପୁଣି ଓଲଟିଲା ଏକ ପେପର ଗୁଣ୍ଡ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି। ଘଟଣା ରୁ ପ୍ରକାଶ ବୁଧବାର ଦିନ ସକାଳ ୮ଟା ସମୟରେ ରାୟଗଡା ପଟୁ ଏକ ପେପର ବୋଝେଇ ଟ୍ରକ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୁଳା ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଲା ।

ଯାହାଫଳରେ ଗାଡ଼ିଚାଳକ ଅମୁଲ୍ୟ କୁମାର ଭୁୟାଁ (୩୦)ହେଲ୍ପର କୃଷ୍ଣଗୌଡ଼ (୨୫) ଙ୍କ ମୁଣ୍ଡ,ହାତ,ଗୋଡ଼ରେ ଆଘାତ ଲାଗିଥିଲା । ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୁନୀଲ କୁମାର ଦାଶ,ତାପସ ସାମନ୍ତରାୟ, ଆନନ୍ଦ ପ୍ରଧାନ ଓ ଅନ୍ୟ କର୍ମଚାରୀ ମିଳିତ ଭାବରେ ଗାଡିରୁ ରକ୍ତାକ୍ତ ଅବସ୍ଥାରେ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ ଘଟଣା ସ୍ଥଳରେ ପାଟପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version