Home ଓଡ଼ିଶା ତିନିରଥରେ ଦୁଇଟି ଲେଖାଁଏ ପୋଲ ଗୟଳ ପଡିଲା ପରେ,ଗରଗରା ଉପରେ ଚାରିନାହାକା ଉଠି,ପାର୍ଶ୍ୱ ଗୟଳ ପଡିଥିଲା – ପୁରୀ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ବୁଧବାର ରଥ ଖଳାରୁ :- ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର ) ପୁରୀ ,ରିପୋର୍ଟ ଅଭିମନ୍ୟୁ ମହାରଣା :- ରଥ ନିର୍ମାଣ ଅଗ୍ରଗତି : ମୋଟ ରଥ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୮ ତିନିରଥର ମୋଟ ମହାରଣା ୮୦ ତିନିରଥର ଭୋଇ ସେବକ ୭୬ ତିନିରଥର କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୫ ତୁମ୍ବ ବିନ୍ଧ କାରୀଗର ୨ ତିନିରଥର ରୂପକାର ସେବକ ୧୮ ରଥ ଖଳା ସହାୟକ ୧ ମୋଟ ୧୯୮ ରଥ ନିର୍ମାଣ ଅଗ୍ରଗତି :- ତିନିରଥରେ ଦୁଇଟି ଲେଖାଁଏ ପୋଲ ଗୟଳ ପଡିଲା ପରେ,ଗରଗରା ଉପରେ ଚାରିନାହାକା ଉଠି,ପାର୍ଶ୍ୱ ଗୟଳ ପଡିଥିଲା । ଆଜି ତିନି ରଥର ଦୁଇ ପାର୍ଶ୍ଵରେ ଛନ୍ଦା ଗୟଲ ପଡ଼ିଅଛି । (ଏହି ଛନ୍ଦା ଗୟଳ ରଥର ଦୁଇ ପାର୍ଶ୍ୱ ନିରାଡ଼ି ସହ ସଂଯୋଗ ହୋଇ ଦଣ୍ଡା ଉପରୁ ଖମ୍ବୀ ବା ଟାଣ ଦିଆଯାଇ ଛନ୍ଦା ଗୟଳ ସହ ସଂଯୋଗ ହୋଇଛି ଦେବଦଳନ ରଥର ଦୁଇ ପାର୍ଶ୍ୱ ରେ ଦୁଇଟି ଲେଖାଁଏ ଛନ୍ଦା ଗୟଳ ପଡିଥିବା ବେଳେ, ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇପାର୍ଶ୍ୱ ରେ ଗୋଟିଏ ଲେଖାଁଏ ଛନ୍ଦା ଗୟଳ ପଡ଼ିଅଛି । ତାଳଧ୍ଵଜ ରଥର ୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ୩ଟିର ଚଉପଟ କାମ ଶେଷ ହୋଇ ଆଉ ୩ଟିର ଚଉପଟ କାମ ଚାଲୁ ରହିଛି । ଦେବଦଳନ ରଥର ୪ଗୋଟି ଛନ୍ଦା ଗୟଳ ଚଉପଟ ଶେଷ ହୋଇଛି ଏବଂ ନନ୍ଦିଘୋଷ ରଥର ୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ୪ ଟିର ଚଉପଟ ଶେଷ ହୋଇ ବାକି ଦୁଇଟି ଛନ୍ଦା ଗୟଳ ର ଚଉପଟ କାର୍ଯ୍ୟ ଚାଲୁ ରହିଛି । ତିନି ରଥର ମୂଳ ଭୂଇଁ ଚଉତା ୪ ଟି ଲେଖାଁଏ ସାଲ ସରି ବିନ୍ଧ ଶେଷ ହୋଇଛି । ତିନିରଥର ମଝି ଭୂଇଁ ଚଉତା ଏବଂ ଅଗ ଭୂଇଁ ଚଉତା ପାଇଁ ୮ଟି ଲେଖାଁଏ ୭/୭ ସାଇଜର କାଠ ଯୋଗାଇ ଦିଆ ଯାଇଛି , ଚଉପଟ କାମ ଆରମ୍ଭ ହେବ । ଏଥିସହ ପ୍ରତି ରଥର କୋଣ ମାନଙ୍କର ସେଟିଙ୍ଗ ପାଇଁ ଦେବଦଳନ ରଥର ୫ଟି ଯୋଖା, ତାଳଧ୍ଵଜ ରଥର ୮ଟି ଯୋଖା ଏବଂ ନନ୍ଦିଘୋଷ ରଥର ୧୧ ଟି ଯୋଖା ନିର୍ମାଣ ଶେଷ ହୋଇଛି । ତିନିରଥର ରୂପକାର ସେବକ ମାନେ ନାଟ ଗୋଡ ମାନଙ୍କରେ ରାହୁରୂପ ଖୋଦେଇ ଜାରୀରଖିଛନ୍ତି ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଧ୍ଵଜବତା କଣ୍ଟା, ତାଗ କଣ୍ଟା, ବାଗିଆ କଣ୍ଟା,ହାତିଆଳ ମାଳ କଣ୍ଟା ନିର୍ମାଣ କରୁଛନ୍ତି । ବୁଧବାର ର ଶ୍ରୀମନ୍ଦିର ତିନଠାକୁରଙ୍କ ନୀତି କାନ୍ତି ସକାଳଧୂପ ଶେଷ-୧୦:୩୫ ଭୋଗମଣ୍ଡପ ଉଠିଲା-୧୦:୫୦ ଭୋଗମଣ୍ଡପଶେଷ-୧୨:୪୦ ରୁ ୧୨:୫୦ ମଇଲମ-୦୧:୦୦ ଆଲଟଲାଗି-୦୧:୪୫ ଚନ୍ଦନଲାଗି-2.00 pm ବେଶଶେଷ-2.25 pm ଯାତଭୋଗ ଡାକିଗଲେ – 2.40 PM ଯାତଭୋଗ ଛେକ ଆସିଲା – 2.50 pm ଦିଅଁ ଭିତରକୁ ବିଜେ – 2.55 PM ଯାତଭୋଗ ପୂଜା – 3.00 PM ରୁ 3.10 PM ଜଳକ୍ରୀଡ଼ା କୁ ଦିଅଁ ବିଜେ…3.25 pm ମଧ୍ୟାହ୍ନଧୂପ ଡାକିଗଲା-4.45 pm ମଧ୍ୟାହ୍ନଧୂପ ଛେକ-4.55 pm ଦିଅଁ ବାହୁଡା ବିଜେ – 5.05 PM ମଧ୍ୟାହ୍ନଧୂପ ପୂଜା-5.10 pm 2ୟ ଭୋଗମଣ୍ଡପ ଉଠିବା-5.20 pm ମଧ୍ୟାହ୍ନଧୂପ ପୂଜା ଶେଷ-5.40 pm 2ୟ ଭୋଗମଣ୍ଡପ ଶେଷ-6.10 pm ମଇଲମ-6.30 pm Categories: ଓଡ଼ିଶା, ଦେଶ, ପୁରୀ, ମହାନଗର, ହୋମ୍ Related Content ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ by Proprietor Abhimanyu Maharana August 17, 2026 Mother’s Public School Unveils State-of-the-Art Sports Hub in Bhubaneswar to Pioneer Athletic Excellence in Odisha by Proprietor Abhimanyu Maharana August 17, 2026 ମଦର୍ସ ପବ୍ଲିକ ସ୍କୁଲ୍ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ହବ୍ର ଶୁଭାରମ୍ଭ by Proprietor Abhimanyu Maharana August 17, 2026 ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026