ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ ପକ୍ଷରୁ ସେଲ୍‌ଫ-ମିଟର ରିଡିଂ ଆପ୍ ଜରିଆରେ ଗ୍ରାହକ ସଶକ୍ତୀକରଣ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ଭୁବନେଶ୍ୱର :- ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସେଲ୍‌ଫ-ମିଟର ରିଡିଂ ଆପ୍‌- ଟିପିସିଓଡିଏଲ୍ ମିତ୍ରକୁ ଉନ୍ମୋଚନ କରଯାଇଥିବା ବିଷୟରେ ଘୋଷଣା କରାଯାଇଛି ଯାହା ଜରିଆରେ ସେମାନଙ୍କ ମିଟର ରିଡିଂ ସ୍କାନ୍ କରିବା ଏବଂ ନିମ୍ନ ଲିଖିତ ତିନି ସହଜ ଉପାୟରେ ତୁରନ୍ତ ବିଲ୍ ସୃଷ୍ଟି କରିପାରିବେ :- ୧) ସେଲ୍‌ଫ ମିଟର-ରିଡିଂ ସେବା ଲାଗି ପଞ୍ଜୀକରଣ କରନ୍ତୁ ୨) ନିଜର ସ୍ମାର୍ଟଫୋନ୍‌କୁ ବ୍ୟବହାର କରି ମିଟରର ସଦ୍ୟତମ ରିଟିଂକୁ ହାସଲ କରି ଆପ୍‌ର ତାହାକୁ ଦେଇ ବିଲ୍ ସୃଷ୍ଟି କରନ୍ତୁ ୩) ଥରେ ବିଲ୍ ସୃଷ୍ଟି ହେବା ପରେ ଆପ୍‌ରେ ଅନ୍‌ଲାଇନ୍‌ରେ ପେମେଂଟ୍‌ କରନ୍ତୁ ଏହା ବ୍ୟତୀତ ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ଅବଗତ କରିପାରିବେ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ ଜରିଆରେ ବିଦ୍ୟୁତ କାଟ ସୂଚନା ପାଇପାରିବେ । ଏହାର ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଏମ୍ ସେନବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କହିଛନ୍ତି ଯେ,

“ଟିପିସିଓଡିଏଲ୍ ମିତ୍ର ଆପ୍‌କୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଖୁସି । ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଆମର ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଭଳି ମୂଲ୍ୟ ଯୁକ୍ତ ସେବା ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ୟମର ପ୍ରତିଫଳନ ହେଉଛି ସେଲ୍‌ଫ-ମିଟର ରିଡିଂ ଆପ୍ । ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ସେବା ଉନ୍ମୋଚନ ଜାରି ରଖିବୁ ।’’ ସଂପ୍ରତି ମହାମାରୀ ଦେଖାଦେବା ପରେ ଲକ୍‌ଡାଉନ୍ ଯୋଗୁଁ ଗମନାଗମନ କଟକଣା ରହିଥିବାରୁ ଓ ତାହା ଟିପିସିଓଡିଏଲ୍‌ର କର୍ମଚାରୀମାନଙ୍କ ପାଇଁ ବ୍ୟକ୍ତିଗତ ଭାବେ ମିଟର ରିଡିଂ କରିବା କଷ୍ଟକର ହେଉଛି । ଟିପିସିଓଡିଏଲ୍ ମିତ୍ର ଆପ୍ ସ୍ୱତନ୍ତ୍ର ଭାବେ ଗ୍ରାହକମାନଙ୍କ ପାଇଁ ସହାୟକ ହେବ କାରଣ ଏହା କଠିନ ସମୟରେ ମାନୁଆଲ ମିଟର ରିଡିଂରେ ହେବାକୁ ଥିବା ସମସ୍ୟାକୁ ଦୂର କରିବ ।

Exit mobile version