ୱି ପକ୍ଷରୁ ଭାରତରେ ପ୍ରଥମ ଥର ଲାଗି ସଂସ୍ଥାଗତ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ପରିଚାଳିତ ଭଏସ୍‌ ସେବା ଉପସ୍ଥାପିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ଭୁବନେଶ୍ୱର :-  ଭୋଡାଫୋନ୍ ଆଇଡିଆର ସଂସ୍ଥାଗତ ଶାଖା ୱି ବିଜନେସ୍ ପକ୍ଷରୁ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଲାଗି ପରିଚାଳିତ ଏସ୍‌ଆଇପି ସେବା ଆରମ୍ଭ କରାଯାଇଛି ଯେଉଁମାନଙ୍କ ପାଇଁ ଭଏସ୍ କଲ୍‌ ହେଉଛି ବ୍ୟବସାୟର ଏକ ପ୍ରମୁଖ ଉତ୍ସ । ବର୍ତମାନ ଅଧିକାଂଶ ଭାରତୀୟ ବିପିଓ, କେପିଓ, ବିଏଫ୍‌ଏସ୍‌ଆଇ, ଆଇଟି/ଆଇଟିଇଏସ୍‌, ଟେଲିମାର୍କେଟିଂ, ଭିଏଏସ୍ ପ୍ରଦାନକାରୀ, ସମ୍ମିଳନୀ ସେବା ପ୍ରଦାନକାରୀ ଓ ସେହି ଧରଣର ବ୍ୟବସାୟ କରୁଥିବା ସଂସ୍ଥା ଟିଡିଏମ୍ ଭିତିକ ପିଆର୍‌ଆଇ ସଂଯୋଗ ଉପରେ ନିର୍ଭରଶୀଳ ଯେଉଁମାନେ ବିଭିନ୍ନ ଭେଣ୍ଡରଙ୍କ ଠାରୁ ବିଭିନ୍ନ ପ୍ରକାରର ସଂଯୋଗ ନେଇଥାନ୍ତି ଓ କାହାର ପ୍ରଭାବ କ’ଣ ତାହାର ସ୍ପଷ୍ଟ ସୂଚନା ପାଇନଥାନ୍ତି । ୱିର ପରିଚାଳିତ ଏସ୍‌ଆଇପି ଜରିଆରେ ଏିହି ସଂସ୍ଥାଗୁଡ଼ିକ ଏବେ ନିରୀକ୍ଷଣ କରିବା ଓ ଭଏସ୍ ଭିତିଭୂମିରେ ଉନ୍ନତି ଆଣିବାର ସୁରକ୍ଷା ପ୍ରତିଶ୍ରୁତି ହାସଲ କରିପାରିବେ । ଏହି ସେବା ଜରିଆରେ ବ୍ୟବହାରକାୀମାନେ ସେମାନଙ୍କ ଫିକ୍ସଡ୍ ଟେଲିଫୋନ୍ ନେଟ୍‌ୱର୍କ, ଶ୍ରେଷ୍ଠ ମାନର ଏସ୍‌ଏଲ୍‌ଏ, ଭଏସ୍ ଆନାଲିଟିକ୍ସ, କ୍ୱାଲିଟି ସ୍କୋରକୁ ସମ୍ପୂର୍ଣ୍ଣ ରୂପେ ଦେଖିପାରିବେ ଏବଂ ସେବାର ପ୍ରଭାବରେ ଉନ୍ନତି ଆଣିପାରିବେ । ବ୍ୟବସାୟ କ୍ଷେତ୍ର ଯେଉଁଠାରେ ଭଏସ୍ ହେଉଛି ବ୍ୟବସାୟର ପ୍ରମୁଖ ଉତ୍ସ ସେଠାରେ ଫିକ୍ସଡ୍ ଟେଲିଫୋନ୍ ସଂଯୋଗ ବେଶ ଗୁରୁତ୍ୱପୂର୍ଣ୍ଣ ।

ବିଶ୍ୱସ୍ତରରେ ଫିକ୍ସଡ୍ ଟେଲିଫୋନି ସଂଯୋଗ ଟିିଡିଏମ୍‌ରୁ ଏସ୍‌ଆଇପିକୁ ରୂପାନ୍ତରିତ ହୋଇଛି । ନୂଆ ପିଢ଼ିର ଆଇପି ନେଟ୍‌ୱର୍କ ସହ ଖାପଖାଉଥିବା ଅଧିକ ନମନୀୟ ନେଟୱର୍କର ଆବଶ୍ୟକତାକୁ ନେଇ ଏକକ ଯୋଗଯୋଗ ଓ ୱାର୍କ ଫ୍ରମ୍ ହୋମ୍ ଢ଼ାଂଚାରେ ବୃଦ୍ଧି ଯୋଗୁଁ ଗତ କିଛି ମାସରେ ଏସ୍‌ଆଇପି ଟ୍ରଙ୍କ୍‌ରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହି ନୂତନ ସେବା ସମ୍ପର୍କରେ ଅଭିଜିତ କିଶୋର, ଚିଫ୍ ଏଟଂରପ୍ରାଇଜ୍‌ ବିଜନେସ୍ ଅଫିସର, ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ କହିଛନ୍ତି ଯେ, “ଭାରତରେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଲାଗି ୱିର ପରିଚାଳିତ ଏସ୍‌ଆଇପି ସେବା ସହିତ ୱି ବିଜନେସ୍ ହେଉଛି ଜଟିଳ ଫିକ୍ସଡ୍ ଟେଲିଫୋନି ସମାଧାନ ପ୍ରଦାନ କରିବାର ଗୋଟିଏ ପଏଂଟ୍‌ରେ ସମାଧାନ ପ୍ରଦାନ କରୁଥିବା ସଂସ୍ଥା ଯାହା ବ୍ୟବସାୟଙ୍କୁ ସେମାନଙ୍କ ଭଏସ୍‌ ଭିତିଭୂମି ଉପରେ ଉନ୍ନତ ନିୟନ୍ତ୍ରଣ ହାସଲ କରିବାରେ ସହାୟକ ହେବ ଏବଂ ସେମାନଙ୍କ କ୍ଲାଏଂଟ୍‌/ଆଭ୍ୟନ୍ତରୀଣ ଅଂଶୀଦାରଙ୍କ ଭଏସ୍ ପ୍ରଦର୍ଶନର ଅର୍ଥପୂର୍ଣ୍ଣ ଦକ୍ଷତା ହାସଲ କରିବାର କ୍ଷମତା ପ୍ରଦାନ କରିବ । ଆମର ବିଶ୍ୱାସ ରହିଛି ଯେ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ଆମର ରହିଥିବା ଶ୍ରେଷ୍ଠ ମାନର ଓ ସାମଗ୍ରିକ ସମାଧାନରେ ଏହି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଆମର ଗ୍ରାହକ ସଂସ୍ଥାକୁ ସେମାନେ ଗ୍ରାହକଙ୍କ ସହିତ ଯେଉଁଭଳି ଭାବେ ଯୋଗାଯୋଗ କରୁଥିଲେ ସେହି ମାଧ୍ୟମକୁ ବଦଳାଇବ ।’

Exit mobile version