ଟିଭିଏସ୍ ମୋଟର୍ କଂପାନି ପକ୍ଷରୁ ଟିଭିଏସ୍‌ ଏକ୍ସଏଲ୍‌୧୦୦ ଆଇ-ଟଚଷ୍ଟାର୍ଟ ପାଇଁ “ଦୈନିକ ୪୯ ଟଙ୍କାରେ ସହଜ କ୍ରୟ’ ସ୍କିମ୍‌ର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ଭୁବନେଶ୍ୱର :- ଲୋକପ୍ରିୟ ଦୁଇ ଚକିଆ ଓ ତିନି ଚକିଆ ନିର୍ମାତା ଟିଭିଏସ୍ ମୋଟର କଂପାନି ପକ୍ଷରୁ ଟିଭିଏସ୍ ଏକ୍ସଏଲ୍‌୧୦୦ ପାଇଁ ବ୍ୟୟ ମିତବ୍ୟୟୀ ସ୍କିମ୍ ଘୋଷଣା କରାଯାଇଛି । ସୁଲଭ ମୂଲ୍ୟର ଗମନାଗମନ ସମାଧାନ ପ୍ରଦାନ କରିବା ଲାଗି ଗ୍ରାହକମାନେ ଦୈନିକ ୪୯ ଟଙ୍କା ସ୍କିମ୍ ଜରିଆରେ ଏବେ ସହଜରେ ଟିଭିଏସ୍ ଏକ୍ସଏଲ୍ ୧୦୦ ଆଇ-ଟଚଷ୍ଟାର୍ଟକୁ କିଣିପାରିବେ । ଏହି ସ୍କିମ୍ ଜରିଆରେ ଗ୍ରାହକମାନେ ମାସକୁ ସହଜରେ ୧୪୭୦ ଟଙ୍କା (୩୦ ଦିନରେ ଦିନକୁ ୪୯ ଟଙ୍କା ଲେଖାଏଁ) ଇଏମ୍‌ଆଇ ଦେଇପାରିବେ । ଦୈନିକ ସଂଗ୍ରହ କିମ୍ବା ପରିଶୋଧ କରିବାକୁ ପଡ଼ିବନି କାରଣ ଗ୍ରାହକଙ୍କୁ ମାସିକ ଇଏମ୍‌ଆଇ ଦେବାକୁ ହେବ । ନିତିଦିନିଆ ବ୍ୟବହାର ଲାଗି ବ୍ୟକ୍ତିଗତ ବ୍ୟବହାରଯୋଗ୍ୟ ଗାଡ଼ିକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଏହି ସ୍କିମ୍ ଘୋଷଣା କରାଯାଇଛି । ଏଥିପାଇଁ କଂପାନି ତରଫରୁ ଟିଭିଏସ୍ କ୍ରେଡିଟ୍ ସର୍ଭିସେସ୍‌, ଶ୍ରୀରାମ୍‌ ଫାଇନାନ୍ସ, ଏଲ୍‌ଆଣ୍ଡ୍‌ଟି ଓ ଆଇଡିଏଫ୍‌ସି ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି ଏବଂ ଗ୍ରାହକମାନେ ଚାରି ପ୍ରକାର ଭିନ୍ନ ଉପାୟରେ ଇଏମ୍‌ଆଇ ହାସଲ୍ କରିପାରିବେ ।

ଟିଭିଏସ୍ ଏକ୍ସଏଲ୍ ୧୦୦ ପାଇଁ ବାଏ ନାଓ ପେ ଲେଟର୍‌, ୭୯୯୯ ଟଙ୍କାର କମ୍ ଡାଉନ୍‌ପେମେଣ୍ଟ ଓ ୭.୯୯% ଭଳି କମ୍ ସୁଧ ହାରର ସ୍କିମ୍ ମଧ୍ୟ ଘୋଷଣା କରାଯାଇଛି । ଟିଭିଏସ୍ ଏକ୍ସଏଲ୍ ୧୦୦କୁ ଦୃଢ଼ ଭାବେ ଗଠନ କରାଯାଇଥିବା ବେଳେ ବିବିଧ କାର୍ଯ୍ୟରେ ଏହାର ଉପଯୋଗିତା ଥିବାରୁ ବିଗତ ବର୍ଷଗୁଡ଼ିକ ଭିତରେ ଏହା ବ୍ୟବସାୟ ମାଲିକ, ବ୍ୟବସାୟୀ ଓ ଚାଷୀଙ୍କ ପସନ୍ଦର ଦୁଇଚକିଆ ଯାନରେ ପରିଣତ ହୋଇଛି । ଅଫିସ ଯାଉଥିବା, ମହିଳା ଚାଳକ ଓ ବରିଷ୍ଠ ନାଗରିକମାନେ ମଧ୍ୟ ଏହାର ବ୍ୟବହାର ମିତବ୍ୟୟୀ ସୁବିଧା ସୁଯୋଗ ଯଥା ସହଜରେ ଅନ୍‌-ଅଫ୍ ସ୍ୱିଚ୍‌, ବିକଳ୍ପ ୟୁଏସ୍‌ବି ଚାର୍ଜର ଓ ଆରାମଦାୟକ ଗାଡ଼ି ଚାଳନାକୁ ପସନ୍ଦ କରୁଛନ୍ତି । ଟିଭିଏସ୍ ଏକ୍ସଏଲ୍ ୧୦୦ରେ ରହିଛି ଇଟି-ଏଫ୍‌ଆଇ ପ୍ରଯୁକ୍ତି ଯାହା ମାଇଲେଜ୍ ୧୫% ବଢ଼ାଇଥିବା ବେଳେ ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟର୍‌କ୍ଟ୍ର ଜେନେରେଟର୍ ସିଷ୍ଟମ୍ ପାଇଁ ଏହା ଆରାମରେ ଷ୍ଟାର୍ଟ ହେଉଛି । ଏଥିରେ ରହିଛି ୯୯.୭ ସିସି ଫୋର୍ ଷ୍ଟ୍ରୋକ୍ ଇଞ୍ଜିନ୍ ଯାହା ୬୦୦୦ ଆର୍‌ପିଏମ୍‌ରେ ୩.୨ କିଲୋୱାଟ୍‌ର ଶକ୍ତି ଓ ୩୦୦୦ ଆର୍‌ପିଏମ୍‌ରେ ୬.୫ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି । ଏହା ପାଞ୍ଚଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି । ନିକଟରେ ଉନ୍ମୋଚନ କରାଯାଇଥିବା ଟିଭିଏସ୍ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି ଆଇ- ଟଚ୍‌ଷ୍ଟାର୍ଟ ୱିନ୍ ଏଡିସନ୍ ଡିଲାଇଟ୍ ବ୍ଲ == ଓ ବିଭର୍ ବ୍ରାଉନ୍ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ଦିଲ୍ଲୀରେ ଏକ୍ସ ସୋ’ରୁମ୍ ମୂଲ୍ୟ ୩୯,୯୯୦ ଟଙ୍କା ରହିଛି ।

Exit mobile version