ହୋଣ୍ଡା ପକ୍ଷରୁ ଭାରତରେ ୨୦୨୧ ଗୋଲ୍ଡ ୱିଙ୍ଗ୍‌ ଟୁର୍ ଉନ୍ମୋଚିତ, ବୁକିଂର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ଭୁବନେଶ୍ୱର :-  ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍ ( ଏଚ୍‌ଏମ୍‌ଏସ୍‌ଆଇ ) ପକ୍ଷରୁ ଲକ୍‌ଜୁରି ଟୁରିଂ ମାନକୁ ମାର୍ଜିତ କରି ଭାରତରେ ୨୦୨୧ ଗୋଲ୍ଟ ୱିଙ୍ଗ୍ ଟୁର୍‌କୁ ଆଜି ଉନ୍ମୋଚନ କରାଯାଇଛି । ଏହି ନୂଆ ମଡେଲ୍ ଭାରତୀୟ ବଜାରରେ ସିବିୟୁ ରୁଟ୍‌ରେ ଜାପାନ୍‌ରୁ ଆସିବ । କଂପାନିର ପ୍ରିମିୟମ୍ ଡିଲର୍‌ସିପ୍ ବିଗ୍‌ୱିଙ୍ଗ୍‌ ଟପ୍‌ଲାଇନ୍ ଓ କଂପାନିର ୱେବ୍‌ସାଇଟ୍‌ରେ ଏହାର ବୁକିଂ ଆରମ୍ଭ ହୋଇଛି । ବୁକିଂ କରିବାକୁ ପରିଦର୍ଶନ କରନ୍ତୁ ୱେବ୍‌ସାଇଟ୍‌ HTTPS://www.hondabigwing.in/BookNow ମାନୁଆଲ୍ ଟ୍ରାନ୍ସମିସନ୍‌ରେ ଏହା ପର୍ଲ ଗ୍ଲେୟାର୍ ହ୍ୱାଇଟ୍ ଓ ଡିସିିଟି-ଏୟାର୍‌ବ୍ୟାଗ୍ ମଡେଲ୍‌ରେ ଗନ୍‌ମେଟାଲ୍‌ ବ୍ଲାକ୍ ମେଟାଲିକ୍‌, ମ୍ୟାଟ୍ ମାରିଅନ୍ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହୋଇଛି ।

ମାନୁଆଲ୍ ଟ୍ରାନ୍ସମିସନ୍ ମଡେଲ୍‌ର ଏକ୍ସ ସୋ’ରୁମ୍ ଦାମ୍ ୩୭,୨୦,୩୪୨ ଟଙ୍କା ଓ ଡିସିଟି+ଏୟାର୍‌ବ୍ୟାଗ୍ ମଡେଲ୍‌ର ଦାମ୍ ୩୯,୧୬,୦୫୫ ଟଙ୍କା ରହିଛି । ଶ୍ରୀଯୁକ୍ତ ଆତସୁସି ଓଗାତା, ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ କହିଛନ୍ତି ଯେ, “୧୯୭୫ରେ ଉନ୍ମୋଚନ ହେବା ପରଠାରୁ ଦୁଇ ଚକିଆ ଟୁରିଂ ଅନୁଭୂତିକୁ ହୋଣ୍ଡା ଗୋଲ୍ଡ ୱିଙ୍ଗ୍ ସର୍ବଦା ଉପସ୍ଥାପନ କରୁଛି । ଏହା ହେଉଛି ଏକ ମୋଟର୍‌ସାଇକଲ୍ ଯାହା ଦଶନ୍ଧୀରୁ ଅଧିକ ସମୟ ଧରି ଏହାର ଯାତ୍ରାରେ ରହିଛି ଓ ଏହି ସମୟ ଭିତରେ ଏହା ଲକ୍‌ଜୁରି, ଗୁଣାତ୍ମକ ମାନ ଓ ଆରାମର ଏକ ସହନଶୀଳ ଓ ଅପ୍ରତିଦ୍ୱନ୍ଦ୍ୱୀ ଲୋକପ୍ରିୟତା ସୃଷ୍ଟି କରିଛି । ଭାରତରେ ଆମର ପ୍ରିମିୟମ୍‌ ମୋଟର୍‌ସାଇକଲ୍ ପୋର୍ଟଫୋଲିଓରେ ୨୦୨୧ ଗୋଲ୍ଡ ୱିଙ୍ଗ୍ ଟୁର୍ ମଡେଲ୍‌କୁ ସାମିଲ କରି ଆମେ ଗର୍ବିତ ।’’

ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ କହିଛନ୍ତି ଯେ, “ସହରରେ ପ୍ରଚଳନ କିମ୍ବା ଖୋଲା ରାଜପଥ ପାଇଁ ଦୁଇ ଚକିଆର ଲକ୍‌ଜୁରି ମାନ ପାଇଁ ୨୦୨୧ ଗୋଲ୍ଡ ୱିଙ୍ଗ୍ ଟୁର୍ ଅତୁଳନୀୟ ଆରାମ ପ୍ରଦାନ କରୁଛି । ହୋଣ୍ଡାର ଏହି ପ୍ରମୁଖ ମଡେଲ୍‌ରେ ତୀକ୍ଷ୍‌ଣ ଡିଜାଇନ୍‌, ସଦ୍ୟତମ ଉପକରଣ ଓ ଅତ୍ୟାଧୁନିକ ସୁବିଧାର ବୈଶିଷ୍ଟ୍ୟ ରହିଛି ଯାହା ଭାରତରରେ ଲକ୍‌ଜୁରି ଟୁରିଂର କଳାକୁ ମାର୍ଜିନ କରିବ ।’’ ୨୦୨୧ ଗୋଲ୍‌ଡ ୱିଙ୍ଗ ଟୁର୍‌ର ରହିଛି ଡବଲ୍ ୱିସ୍‌ବୋନ୍ ସାମ୍ନା ସସ୍‌ପେନ୍‌ସନ୍‌, ଫ୍ଲାଟ୍ ୬ ସିଲିଣ୍ଡର୍‌ର ଇଞ୍ଜିନ୍ ଓ ଏକ୍‌ଜଷ୍ଟ୍‌ସ୍‌, ବର୍ଦ୍ଧିତ ଇଲେକ୍ଟ୍ରିକ୍ ସ୍କ୍ରିନ, ଡୁଆଲ୍ ଏଲ୍‌ଇଡି ଫଗ୍ ଲାଇଟ୍ ସହିତ ସବୁ ଲାଇଟ୍ ଏଲ୍‌ଇଡି, କ୍ରୁଜ୍‌ କଂଟ୍ରୋଲ୍‌, ଥ୍ରଟଲ୍ ବାଏ ଓୟାର, ୭ ଇଞ୍ଚର ସମ୍ପୂର୍ଣ୍ଣ ରଙ୍ଗିନ ଟିଏଫ୍‌ଟି ଲିକ୍ୱିଡ୍‌ କ୍ରିଷ୍ଟାଲ୍ ଡିସ୍‌ପ୍ଲେ, ସ୍ମାର୍ଟ କି, ଆପଲ୍ କାର୍ ପ୍ଲେ, ଆଣ୍ଡ୍ରଏଡ୍ ଅଟୋ, ୟୁଏସ୍‌ବି ଟାଇପ୍ ସି ପୋର୍ଟ, ହାଲୁକା ସ୍ପିକର, ଯାତ୍ରୀ ଅଡିଓ କଂଟ୍ରୋଲ୍ ଓ ୨୧.୧ ଲିଟର୍‌ର ଇନ୍ଧନ ଟାଙ୍କି ଆଦି ରହିଛି । ଏଥିରେ ୧୮୩୩ ସିସି ଲିକ୍ୱିଡ୍ କୁଲଡ୍ ୪ ଷ୍ଟ୍ରୋକ୍ ଇଞ୍ଜିନ ବ୍ୟବହାର କରାଯାଇଛି । ସୁରକ୍ଷା ଲାଗି କମ୍ବି ବ୍ରେକ୍ ସିଷ୍ଟମ୍‌, ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍‌, ଇଂଟିଗ୍ରେଟେଡ୍ ଷ୍ଟାର୍ଟର ଜେନେରେଟର, ହିଲ ଷ୍ଟାର୍ଟ ଆସିଷ୍ଟ୍ ଆଦି ସୁବିଧା ରହିଛି ।

Exit mobile version