ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ପ୍ରଶଂସିତ ଭାରତୀୟ ଧାବିକା ଦୂତୀ ଚାନ୍ଦଙ୍କୁ ବ୍ରାଣ୍ଡ୍‌ର ନୂଆ ଚେହେରା ଭାବେ ସ୍ୱାକ୍ଷରିତ ପ୍ରାଇଡ୍ ମାସକୁ ପାଳନ କରିବା ଲାଗି ନୂଆ ବର୍ଗର ଏଭର୍‌ଲାଇଟ୍ ଗହଣା ସମ୍ଭାର “ଲଭ୍ କଲେକ୍ସନ୍‌’ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ଭୁବନେଶ୍ୱର :- ଭାରତର ଅନ୍ୟତମ ସର୍ବବୃହତ୍ ଗହଣା ଖୁଚୁରା ଶୃଙ୍ଖଳା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ଭାରତୀୟ ଧାବିକା ତଥା ମହିଳା ୧୦୦ ମିଟର୍‌ରେ ବର୍ତମାନର ଜାତୀୟ ଚାମ୍ପିଆନ୍ ଦୂତୀ ଚାନ୍ଦଙ୍କୁ କଂପାନିର ନୂଆ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ସ୍ୱାକ୍ଷର କରାଯାଇଛି । ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ହାଲୁକା ଗହଣା ସମ୍ଭାର “ଏଭର୍‌ଲାଇଟ୍‌’ ର ସେ ପ୍ରଚାର କରିବେ । କଂପାନି ତରଫରୁ ପ୍ରାଇଡ୍ ମାସକୁ ପାଳନ କରାଯାଉଛି ଏବଂ ଏଲ୍‌ଜିବିଟି ସମ୍ପ୍ରଦାୟର ସମ୍ମାନରେ ନୂଆ ଅଭିଯାନ “ମୋର ପାୱାର ଟୁ ପ୍ରାଇଡ୍‌, ଲଭ୍ ଇଜ୍ ଲଭ୍‌’ର ଶୁଭାରମ୍ଭ କରିଛି । ପ୍ରାଇଡ୍ ମାସ ପାଳନର ଅଂଶ ସ୍ୱରୂପ ସେନ୍‌କୋ ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ନୂଆ ବର୍ଗର ଏଭର୍‌ଲାଇଟ୍ ଗହଣା ସମ୍ଭାର “ଲଭ୍ ଇଜ୍ ଲଭ୍ କଲେକ୍ସନ୍‌’କୁ ଉନ୍ମୋଚନ କରାଯାଇଛି । ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ସିଇଓ ଶୁଭଙ୍କର ସେନ୍ ଓ କଂପାନିର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର୍ ଦୂତୀ ଚାନ୍ଦ ନୂଆ ଗହଣା ସମ୍ଭାରକୁ ଉନ୍ମୋଚନ କରିଛନ୍ତି । ଲଭ୍ ସମ୍ଭାର ପ୍ରଦାନ କରୁଛି ସିଗ୍ନେଚର୍ ବର୍ଗର ସୁନା ଓ ହୀରାର ରିଙ୍ଗ୍‌, ଇୟର୍ ଷ୍ଟଡ୍‌, ଚେନ୍‌ ଓ ପେଣ୍ଡାଣ୍ଟ  ଓ ଏହାକୁ ଦୈନିକ ପିନ୍ଧିବା ଓ ପାର୍ଟିରେ ପିନ୍ଧିବା ଲାଗି ବ୍ୟବହାର କରାଯାଇପାରିବ । ଏହି ସମ୍ଭାରରେ ଥିବା ଗହଣାଗୁଡ଼ିକର ମୂଲ୍ୟ ଉଭୟ ସୁନା ଓ ହୀରା ଗହଣା ପାଇଁ ୧୨,୦୦୦ ଟଙ୍କାରୁ ଆରମ୍ଭ ହୋଇଛି ।

ଏହି ଅବସରରେ ଶୁଭଙ୍କର ସେନ୍‌, ସିଇଓ, ସେନ୍‌କୋ ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡ୍‌ସ କହିଛନ୍ତି ଯେ, “ସେନ୍‌କୋ ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଏହାର ଗହଣା ସମେତ ଜୀବନ ପାଇଁ ସାଧାରଣରେ ଅତ୍ୟନ୍ତ ପ୍ରଗତିଶୀଳ ଦର୍ଶନ ଗ୍ରହଣ କରିଛି । ଏହି କଠିନ ସମୟରେ ଆମର ଏଭର୍‌ଲାଇଟ୍ ବ୍ରାଣ୍ଡ୍ ଜରିଆରେ ଆମେ ଆଶାର କୀରଣ ପ୍ରସାର କରିବାକୁ ଚାହୁଁଛୁ । ନୂଆ ଲଭ୍ ଇଜ୍ ଲଭ୍ ସମ୍ଭାର ଅସଲି ପ୍ରେମ ଓ ହୃଦୟରୁ ଅନୁପ୍ରାଣିତ କାରଣ ଏହା ହେଉଛି ଆମ ବନ୍ଧୁ ଓ ପରିବାର ପାଇଁ ଭଲ ପାଇବା ଯାହା ଆମକୁ ଏହି ପରୀକ୍ଷା ସମୟରେ ସକାରାତ୍ମକ ରଖିଛି । ଦୂତୀ ଚାନ୍ଦ ଆମର ବ୍ରାଣ୍ଡ୍ ଆମ୍ବାସାଡର୍ ହୋଇଥିବାରୁ ଆମେ ଗର୍ବିତ । ସେ ଜଣେ ପ୍ରତିଭାବାନ କ୍ରୀଡ଼ାବିତ୍ ଯାହାଙ୍କୁ ନେଇ ଆମ ଦେଶ ଗର୍ବିତ । ଆସନ୍ତା ସପ୍ତାହରେ ସେ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଦୌଡ଼ରେ ସାମିଲ୍ ହେବେ ଏବଂ ଆମେ ତାଙ୍କୁ ଶୁଭକାମନା ଜଣାଉଛୁ । ଆମର ବିଶ୍ୱାସ ରହିଛି ଯେ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ସେ ବିଜୟୀ ହେବେ ଏବଂ ଟୋକିଓରେ ହେବାକୁ ଥିବା ଗ୍ରାଣ୍ଡ୍ କ୍ରୀଡ଼ା କାର୍ଯ୍ୟକ୍ରମରେ ଆମ ଦେଶକୁ ଗର୍ବିତ କରିବେ ।’’

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ସହ ଯୋଡ଼ି ହେବା ସମ୍ପର୍କରେ ଦୂତୀ ଚାନ୍ଦ କହିଛନ୍ତି ଯେ, “ସେନ୍‌କୋ ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡ୍‌ସର ବ୍ରାଣ୍ଡ୍ ଆମ୍ବାସାଡର୍‌ ହେବା ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରିଛି । ଜଣେ କ୍ରୀଡ଼ାବିତ୍‌ଙ୍କ ସହ ଏକ ଗହଣା ବ୍ରାଣ୍ଡ୍‌ର ଏହା ହେଉଛି ସ୍ୱତନ୍ତ୍ର ସହଯୋଗିତା ଏବଂ ମୁଁ ଅତ୍ୟନ୍ତ ଖୁସି ଯେ ମୋ ଅନୁସନ୍ଧାନରେ ସେନ୍‌କୋ ଗୋଲ୍ଡ ମୋ ପାଇଁ ସହାୟକ ହେବ । ସେମାନଙ୍କ ସହିତ ଏକ ସଫଳ ସମ୍ପର୍କକୁ ମୁଁ ଚାହିଁରହିଛି । ମୁଁ ବାସ୍ତବରେ ଆଶା କରୁଛି ଯେ ଏହି ମହାମାରୀ ଓ ଅଲିମ୍ପିକ୍ ଶେଷ ହେବା ପରେ ମୁଁ ଏକ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ସୋ’ରୁମ୍ ପରିଦର୍ଶନ କରିବି ।’’ ଏହି ସହଯୋଗିତାରେ ଦୂତୀ ଚାନ୍ଦ ଓ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସକୁ ଏକତ୍ର ଆଣିବାରେ ଜିଉସ୍ ସ୍ପୋର୍ଟସ୍ ଏଣ୍ଟର୍‌ଟେନ୍‌ମେଣ୍ଟ ଆର୍ଟ ପ୍ରାଇଭେଟ୍ ଲିମିଟେଡ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜୁନ୍ ମାସକୁ ସାରା ବିଶ୍ୱରେ ପ୍ରାଇଡ୍ ମାସ ଭାବେ ପାଳନ କରାଯାଉଛି । ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟ ପ୍ରତି ସମର୍ଥନ ସ୍ୱରୂପ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍ ନିଜସ୍ୱ ଉପାୟରେ ପ୍ରତି ବର୍ଷ ଏହି ମାସକୁ ପାଳନ କରୁଛି । ୨୦୧୯ରେ ପରିଚିତ ପ୍ରଫେସର୍ ଓ ଏଲ୍‌ଜିବିଟିକ୍ୟୁ କର୍ମୀଙ୍କ ନେତୃତ୍ୱରେ କିନ୍ନର ପୁରୁଷ ଓ ମହିଳାମାନଙ୍କ ଦଳକୁ ନେଇ ଏକ ଫେସନ୍ ସୋ’ ଜରିଆରେ ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟ ପ୍ରତି ସମର୍ଥନ ସ୍ୱରୂପ ସେନ୍‌କୋ ଗୋଲ୍ଡ ତରଫରୁ “ପ୍ରାଇଡ୍ କଲେକ୍ସନ୍‌’କୁ ଉନ୍ମୋଚନ କରାଯାଇଥିଲା ।

Exit mobile version