ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି

ଓଡିଶା ତାଜ଼ା ନ୍ୟୁଜ (୧୬ ଜୁନ ବୁଧବାର) ଭୁବନେଶ୍ୱର :- ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇଥିଲେ । ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦ କୋଟି ଟଙ୍କା ବିନିଯୋଗ ହେବା ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟସେବା ହେଉଛି ମୋ ସରକାରର ପ୍ରାଥମିକ କ୍ଷେତ୍ର ।

କିଛି ବର୍ଷରେ ବହୁ କର୍ମଚାରୀ ନିଯୁକ୍ତି କରି ସ୍ବାସ୍ଥ୍ୟସେବାକୁ ମଜଭୂତ କରାଯାଉଛି । କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ସମାଜରେ ଡାକ୍ତରମାନଙ୍କର ବିଶେଷ ସମ୍ମାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Exit mobile version