ଆଲପୁରରେ ୧୦୮ ଜଣଙ୍କୁ ଟୀକାକରଣ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ହିଞ୍ଜିଳିକାଟୁ :- କୋଭିଡ ମହାମାରୀ ସଂକ୍ରମଣର ମୁକାବିଲା ପ୍ରତି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।ସାରା ରାଜ୍ୟରେ ଟୀକାକରଣ ପ୍ରକ୍ରିୟାକୁ ବ୍ୟାପକ କରି ପ୍ରତ୍ୟେକଙ୍କ ଅମୂଲ୍ୟ ଜୀବନ ସୁରକ୍ଷା ଦିଗରେ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି।ସହର ଠାରୁ ପଞ୍ଚାୟତ ଯାଏଁ ସବୁ ସ୍ତରରେ ସବୁଠାରେ ଆରମ୍ଭ ହୋଇଛି ଟୀକାକରଣ ପାଇଁ ସଚେତନତା ଓ ବ୍ୟାପକ ବ୍ୟବସ୍ଥା।ଏହି ସୁରକ୍ଷା କବଚ ଦ୍ୱାରା ଜନ ସାଧାରଣ କିପରି କରୋନା ଦାଉରୁ ସୁରକ୍ଷିତ ରହିବେ ସେଥିପ୍ରତି ହିଞ୍ଜିଳିବ୍ଳକ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।ହିଞ୍ଜିଳି ବ୍ଳକର ଯୁବ ତଥା କର୍ତ୍ତବ୍ୟନିଷ୍ଠ ବିଡିଓ ସୁବ୍ରତ କୁମାର ଜେନା

ପ୍ରଶାସନର ନିର୍ଦ୍ଦେଶକୁ ଗୁରୁତ୍ୱ ପ୍ରଦାନ କରି ପ୍ରତି ପଞ୍ଚାୟତରେ ଟୀକାକରଣ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇଛନ୍ତି।ସମ୍ପ୍ରତି ସ୍ଥାନୀୟ ବ୍ଳକର ପ୍ରତି ପଞ୍ଚାୟତରେ ଅନୁଷ୍ଠିତ ହେଉଛି ଟୀକାକରଣ କାର୍ଯ୍ୟକ୍ରମ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଳକ ରାଳବ ପଞ୍ଚାୟତ ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆଲପୁର ଗ୍ରାମରେନିମ୍ନ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ ଗ୍ରାମର ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ୧୦୮ ଜଣ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଇଛି। କରୋନା ଟୀକା ନେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି।ସ୍ୱାସ୍ଥ୍ୟ କର୍ମଚାରୀ ସନ୍ତୋଷ ବେହେରା ଓ ସନୋଜ କୁମାର ପାଢୀ ଟୀକାକରଣ ରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏଏନଏମ ଉମା ପାଣିଗ୍ରାହୀ, ଗାଁ ସାଥି ସୁବ୍ରଜେଶ ଦଳାଇ, ଅଶୋକ ପଲେଇ, ଯୋଗାଣ ସହାୟକ ସୁବାସ ରାଉତ, ଆଶା କର୍ମୀ ଓ ଅଙ୍ଗନବାଡି ଦିଦି ସହଯୋଗ କରିଥିଲେ ।

( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version