ଉପଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ହିଞ୍ଜିଳିକାଟୁ :-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିବ୍ଳକ ଓ ପୋୖରାଞ୍ଚଳରେ ବହୁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗର ଆବଶ୍ୟକତା ଅନୁସାରେ ବିଭିନ୍ନ ବିଭାଗରେ ବହୁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଲୋକଙ୍କ ଅଭାବ ଓ ଆବଶ୍ୟକତା ପୂରଣ କରିବା ଦିଗରେ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା, ଉପଯୋଗୀତା ଏବଂ ଅନ୍ୟାନ୍ୟ ସୁବିଧା ଓ ଅସୁବିଧା କଣ ରହିଛି ସେନେଇ ଉପଜିଲ୍ଲାପାଳ ସମୀକ୍ଷା କରିଥିଲେ।ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ବ୍ଳକ ସଭା କକ୍ଷରେ ଅନୁଷ୍ଠିତ ବୈଠକରେ ତହସିଲଦାର ପ୍ରଭାତ କୁମାର ପରିଡା, ବିଡ଼ିଓ ସୁବ୍ରତ କୁମାର ଜେନା ଏବଂ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଯୋଗ ଦେଇଥିଲେ।ଉପ ଜିଲ୍ଲାପାଳ ହିଞ୍ଜିଳି ପୋୖରାଞ୍ଚଳ ଓ ପଞ୍ଚାୟତରେ ଚାଲିଥିବା ବହୁ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।କେଉଁ କେଉଁ ସବୁ ଉନ୍ନୟନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ କେଉଁ ସବୁ ପ୍ରକଳ୍ପ ନିର୍ମାଣାଧୀନ ରହିଛି ତାହା ଆଲୋଚନା କରିଥିଲେ।କେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଅସୁବିଧା ସୃଷ୍ଟି ହେଉଛି ଏବଂ ଲୋକଙ୍କ ସୁବିଧା ପାଇଁ କେଉଁ ସବୁ ଉନ୍ନୟନ ପ୍ରକଳ୍ପର ଜରୁରୀ ଆବଶ୍ୟକତା ରହିଛି ସେ ସମ୍ପର୍କରେ ଜିଲ୍ଲାପାଳ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଉନ୍ନୟନ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରିବା ଦିଗରେ ଅସୁବିଧା ଉପୁଜି ଉନ୍ନୟନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି ସେ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ତୁରନ୍ତ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଯଥାଶୀଘ୍ର ସମୟ ମଧ୍ୟରେ ସାରିବାକୁ ଉପଜିଲ୍ଲାପାଳ ଲାଇନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ଗୋଷ୍ଠୀ କୃଷି ଅଧିକାରୀ ବଳରାମ ସୁବୁଦ୍ଧି,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଓ ପ୍ରଶାନ୍ତ କୁମାର ନାଥ,ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ପାଢୀ, ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଉମା ଚରଣ ପାଢ଼ୀ,ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ଚୌଧୁରୀ,ସହକାରୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶ,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସତ୍ୟ ନାରାୟଣ ଦାଶ,ସିଡିପିଓ ଶୁଭଶ୍ରୀ ପାତ୍ର,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭ୍ରସ୍ମିତା ସାହୁ,ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ,ମୃତ୍ତିକା ସଂରକ୍ଷଣ,ଉଠା ଜଳସେଚନ,ଶିକ୍ଷା ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version