ବୁଧବାର ଓଡିଶା ଡ୍ରାଇଭର ମହାସଭା ବାଙ୍କୀ ଓ ରାଜ୍ୟ ଜୀବନ ବିନ୍ଦୁ ସହଯୋଗରେ ଆଜି : ୫୦ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାରବାଙ୍କୀ :- ବୁଧବାର ଓଡିଶା ଡ୍ରାଇଭର ମହାସଭା ବାଙ୍କୀ ଓ ରାଜ୍ୟ ଜୀବନ ବିନ୍ଦୁ ସହଯୋଗରେ ଆଜି ବାଙ୍କୀ ପ୍ରେସକ୍ଳବ ବିଦ୍ୟାରତ୍ନ ଭବନ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୫୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏହି ଶିବିରକୁ ଉଦ୍‌ଘାଟନ କରି ରକ୍ତଦାନ ମହତଦାନ ବୋଲି କହିଥିଲେ ।

ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ମୁଖ୍ୟ ଅତିଥି ଓ କଟକ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ କୁମାର, ଅଦୈତ୍ୟେ ଫାଉଣ୍ଡେସନ୍ ଅଧ୍ୟକ୍ଷ ନଳନୀ ରାୟ, ଆଇନଜୀବୀ ତାପସ ଦ୍ୱବେଦୀ, ପ୍ରେସକ୍ଲବ ସଂପାଦକ ସୁବାସ ଚନ୍ଦ୍ର ପାଢୀ , ଉପସଭାପତି ସମରେନ୍ଦ୍ର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଡାକ୍ତର ସୁଶାନ୍ତ କୁମାର ଶତପଥି, ଟେକ୍ନିସିଆନ୍ ତାପସ କୁମାର ମହନ୍ତ, ଲାବୋଟାରି ଆସିଷ୍ଟାଣ୍ଟ୍ ପ୍ରସନ୍ନ କୁମାର ସ୍ୱାଇଁ, ବଜୟ କୁମାର ସ୍ୱାଇଁ, ସହଯୋଗୀ କୀର୍ତ୍ତନ ଭାଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

ଡ୍ରାଇଭର ମହା ସଂଘ ସଭାପତି ସ୍ୱପ୍ନସାଗର ରାଉତ, ସଂପାଦକ ଦାମୋଦର ନାୟକ, ସହ ସଂପାଦକ ନେତ୍ରାନନ୍ଦ ରାଉତଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭ୍ୟ ସୁଶାନ୍ତ ଖଟୁଆ, ସଞ୍ଜୟ ସ୍ୱାଇଁ, ବିଜୟ ପାତାଳ ସିଂହ, ଆନନ୍ଦ ଦାସ, ବିଜୟ ମଣ୍ଡଳ, ଗଣେଶ୍ୱର ସ୍ୱାଇଁ, ବିନୁ ବିଶୋଇ, ବିଭୂତି ସାହୁ , ବାଙ୍କୀ ଏନ୍‌.ଏ.ସି ଛାତ୍ର ବିଜେଡି ସଭାପତି ବ୍ରଜବଲ୍ଲଭ କର (ମାନସ), ବାଙ୍କୀ ଟାଉନ୍ ଯୁବବିଜେଡି ସଭାପତି ପଠାଣୀ ବେହେରା, କଟକ ଜିଲ୍ଲା ଯୁବ ଜନତା ଉପସଭାପତି ରମାକାନ୍ତ ସେଠୀ ପ୍ରଭୃତି ସହଯୋଗ କରିଥିଲେ । (ରିପୋର୍ଟ :ଗୌତମ ମିଶ୍ର )

Exit mobile version