ପ୍ରଶାସନ ଓ ପୋଲିସ ଅବହେଳା ରୁ ବାଙ୍କୀ ରେ କରୋନାକଟକଣା ଫୁ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର)  ବାଙ୍କୀ :-  ମହାମାରୀ କରୋନା କୁ ଚେକ ଦେବା ପାଇଁ ରାଜ୍ୟ ସରକାର ତଲା ବନ୍ଦ ନିୟମ କାର୍ଯ୍ୟକାରୀ କରିଛନ୍ତି।ତଲା ବନ୍ଦ ଯୋଗୁଁ ରାଜ୍ୟ ରେ କରୋନା ସଂକ୍ରମଣ ହାର କମିବାକୁ ଲାଗିଲାଣି ।ତଲା ବନ୍ଦ ସମୟ ଦିନ ୧୧ରୁ ସକାଳ ୬ଓ ତଲା ଖୋଲା ସମୟ ସକାଳ ୬ରୁ ଦିନ ୧୧ ।ଉକ୍ତ ତଲା ଖୋଲା ସମୟରେ କେବଳ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ ଲୋକେ ଶାରୀରିକ ଦୂରତା ରେ ମକ୍ସ ପିନ୍ଧି ଉକ୍ତ ଦୋକାନ ରୁ ସାମଗ୍ରୀ କିଣି ନିଜ ଘରକୁ ଆସି ବା ପାଇଁ ସରକାର ନିୟମ କରିଥିବା ବେଳେ ବାଙ୍କୀ ରେ ତାହା ଫୁ ।

ବାଙ୍କୀ ପ୍ରଶାସନ ଓ ପୋଲିସ ଏ ସ୍ଥାଣୁତା ର ଫାଇଦା ଉଠାଉ ଛନ୍ତି ଦୋକାନୀ ଓ ଜନ ସାଧାରଣ।ବାଙ୍କୀ ବଜାରରେ ପୋଲିସ କି ପ୍ରଶାସନ ର ତନଖି ଓ ପେଟ୍ରୋଲିଂ ଅଭାବ ରୁ ଲୋକେ ତଲାବନ୍ଦ ନିୟମ ଓ କରୋନା ସଂକ୍ରମଣ କୁ ଭୁଲି ଏଣେ ତେଣେ ବୁଲୁଛନ୍ତି।ବାଙ୍କୀ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା୧୬ଶହ ରୁ ଉର୍ଦ୍ଧ୍ବ ଥିବା ବେଳେ ବର୍ତ୍ତମାନ ପରିସ୍ଥିତି ରେ ଯଦି ଲୋକେ ତଲା ବନ୍ଦ ନିୟମ କୁ ନ ମାନିବେ ତେବେ ବାଙ୍କୀ ରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା କୁ ଏ ଡା ଇ ଦିଆ ନଯାଇ ପରେ।ପୋଲିସ କି ପ୍ରଶାସନ ଏ ଘଟଣା ଗୁରୁତ୍ୱ ର ସହ ନ ନେବା ବାସ୍ତବିକ ଚିନ୍ତା ର ବିଷୟ।ତାଲା ବନ୍ଦ ସମୟରେ ବିଭିନ୍ନ ଦୋକାନି ଦୋକାନ ର ମୁଖ୍ୟ ଫାଟକ ବନ୍ଦ କରି ଚୋରା ବାଟରେ ଜିନିଷ ପତ୍ର ଜଳଖିଆ ଚା ବେପାର କରୁଥିବା ଦେଖିବାକୁ ମିଳିଛି ।

ତଲା ବନ୍ଦ ର ପୋଲିସ ଓ ଅବକାରୀ ବିଭାଗ ର ନିଷ୍କ୍ରିୟତା ର ଫାଇଦା ଉଠାଇ ଚୋରା ମଦ ମାଫିଆ ମାନେ ବିଭିନ୍ନ ଗ୍ରାମ ର ଗଳିରେ ଲୁଚେଇ ଛୁପେଇ ଯୁବ ବର୍ଗ ଓ ଜନ ସାଧାରଣ ଙ୍କୁ ଚୋର ଦେଶୀ ମଦ ବିକ୍ରି କରୁଥିବା ଦେଖିବାକୁ ମିଲୁଛି ବୋଲି ବହୁ ବୁଦ୍ଧି ଜୀବୀ ପ୍ରକାଶ କରିଛନ୍ତି।ଆଜି ବାଙ୍କୀ ବଜାର ରେ ଅତ୍ୟାବଶ୍ୟକୀୟ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି ଉକ୍ତ ଦୋକାନ ରେ ଲୋକେ ଶାରୀରିକ ଦୂରତା ଭୁଲି ଦୋକାନ ରୁ ସାମଗ୍ରୀ କିଣୁଥିଲେ।

ବାଙ୍କୀ ରେ କରୋନା ତାଲାବନ୍ଦ ନିୟମ କଡା କଡ଼ି କରିବା ପାଇଁ ଜନସଧାରଣ ପ୍ରଶାସନ କୁ ଅନୁରୋଧ କରିଛନ୍ତି।ଏ ଘଟଣା ସମ୍ପର୍କରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ଙ୍କୁ ଏ ସମ୍ପର୍କରେପଚାରିବାରୁ ସେ କହିଲେ ପୋଲିସ ପେଟ୍ରୋଲିଂ ଓ ତନଖି କଡା କଡ଼ି କିପରି ପାଳନ କରାଯିବ ସେଥିପ୍ରତି ଧ୍ୟାନ ଦିଆ ଯିବ।  (ରିପୋର୍ଟ :ଗୌତମ ମିଶ୍ର )

Exit mobile version