Home ଓଡ଼ିଶା ତିନି ରଥର ଅଖ ଉପରେ ପଞ୍ଚ ଦଣ୍ଡା ଫ୍ରେମ : ପଞ୍ଚ ଦଣ୍ଡା ମଧ୍ୟ ଭାଗରେ ଦୁଇଟି ଲେଖାଁଏ ଗରଗରା ଓ କଣ୍ଟା ଵାଡ଼ିଆ କାମ ଶେଷ – ପୁରୀ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ମଙ୍ଗଳବାର ରଥ ଖଳାରୁ ରଥ ନିର୍ମାଣ ଅଗ୍ରଗତି :- ପୁରୀ ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୮ ତିନିରଥର ମୋଟ ମହାରଣା ୮୦ ତିନିରଥର ଭୋଇ ସେବକ ୭୬ ତିନି ରଥର କରତି ସେବକ ୫ ପାହି ନାହାରଣା ୧ ଓଝା ବା କମାର ସେବକ ୧୫ ତୁମ୍ବ ବିନ୍ଧ କାରୀଗର ୨ ତିନିରଥ ରୂପକାର ସେବକ ୧୮ ରଥଖଳା ସହାୟକ ୧ ମୋଟ ୧୯୮ ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) ପୁରୀ ,ଅଭିମନ୍ୟୁ ମହାରଣା :- ରଥ ଖଳାଠାରେ, ପଞ୍ଚ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ଓ ଗରଗରା ଫିଟିଙ୍ଗ ହୋଇଛି । ଏଥି ସହ ପ୍ରତ୍ୟେକ ରଥର, ୨ଟି ପୋଟଳ ପାରେଣି, ୭ଟି ଯୋଖା, ଏବଂ ଗୋଟିଏ ଚାର ପରିଛା ନିର୍ମାଣ କାର୍ଯ୍ୟ ସହ ପ୍ରଥମ ଭୂଇଁ ପାଇଁ ୪ଟି ପୋଟଳ ଖମ୍ବୀ, ୨ଟି ଲେଖାଁଏ ସାଲ ଏବଂ ୭ଟି ଯୋଖା କାର୍ଯ୍ୟ ସମାପ୍ତ ହୋଇଛି । ତିନି ରଥର ଅଖ ଉପରେ ପଞ୍ଚ ଦଣ୍ଡା ଫ୍ରେମ ପଡି ପଞ୍ଚ ଦଣ୍ଡା ମଧ୍ୟ ଭାଗରେ ଦୁଇଟି ଲେଖାଁଏ ଗରଗରା ପଡି କଣ୍ଟା ଵାଡ଼ିଆ କାମ ଶେଷ ହୋଇଥିଲା । ଆଜି ସକାଳ ୮ ଟା ରୁ ତିନି ରଥ ର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବକ ପ୍ରଥମେ ପ୍ରତ୍ୟେକ ରଥର ମଧ୍ୟ ଭାଗ ଦୁଇ ପାର୍ଶ୍ୱରେ ଦୁଇଟି ଲେଖାଁଏ ପୋଲ ଗୟଳ ପଡ଼ିଅଛି । (ଏହି ପୋଲ ଗୟଳ କୁ ଧନୁ ପରି ରଥ ର ମଝି ଭାଗରେ ସେଟିଙ୍ଗ ପାଇଁ ପୋଲ ଗୟଳ କୁ ମଜଭୁତ ଭାବେ ବାନ୍ଧି ରଖିବାକୁ, ଗୟଳକୁ ମୁଣ୍ଡାଇ ରଖିବାପାଇଁ ଚାରିନାହାକା ର ଉଭୟ ପାର୍ଶ୍ୱ ଦଣ୍ଡାରେ ୮ ଟି ଲେଖାଁଏ ୪/୩ ସାଇଜିର ଖମ୍ବ ବା ଟାଣ ଉଠି ଗୟଳ ସହ ସଂଯୋଗ କରାଯାଇ ପଞ୍ଚ ଦଣ୍ଡା ଆଗ ଓ ପଛ ମୁହାଁଟ ରେ ସଂଯୋଗ ହୋଇଛି ) ତିନିରଥର ପୋଲ ଗୟଲ ସେଟିଙ୍ଗ ଅରେ, ପଞ୍ଚ ଦଣ୍ଡାରେ ସେଟିଙ୍ଗ ହୋଇ ଥିବା ଗରଗରା ଉପରେ ‘ଚାରି- ନାହାକା’ ଉଥିବା ପାଇଁ ତିନିରଥର ମୁଖ୍ୟ ମହାରଣା ମାନେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଭୋଇ ସେବକଙ୍କ ଦ୍ୱାରା ଚାରିନାହାକାକୁ ଗରଗରା ବିନ୍ଧ ରେ ସଂଯୋଗ କରି ଚାରି ନାହାକା ଉଠିବା ପର୍ବ ଶେଷ କରିଥିଲେ । ଆଜି ମଧ୍ୟାନ ବିରତି ପରେ ତିନି ରଥର ମହାରଣା ଭୋଇ ସେବକ ମିଶି ପାର୍ଶ୍ୱ ଦଣ୍ଡା ମାନଙ୍କରେ ତିନୋଟି ଲେଖାଁଏ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଁଏ କୋଣ ଗୁଜ ଖଞ୍ଜି ପାର୍ଶ୍ୱ ଗୟଳ ପକାଇଛନ୍ତି । (ଦେବଦଳନ ରଥର ଦୁଇ ପାର୍ଶ୍ଵରେ ଗୋଟିଏ ଗୋଟିଏ ପାର୍ଶ୍ୱ ଗୟଳ ପଡି ,ତାଳଧ୍ଵଜ ରଥ ଏବଂ ନନ୍ଦି- ଘୋଷ ରଥର ଦୁଇ ପାର୍ଶ୍ୱରେ ଦୁଇଟି ଲେଖାଁଏ ପାର୍ଶ୍ୱ ଗୟଲ ପଡ଼ିଅଛି । ତିନି ରଥର ଏହି ପାର୍ଶ୍ୱ ଗୟଳ ପଛ ପାର୍ଶ୍ୱ କୋଣ ଗୁଜରୁ ଆଗ ପଟ ପାର୍ଶ୍ୱ କୋଣଗୁଜ ସହ ସଂଯୋଗ ହୋଇ ମଝିରେ ୫ଗୋଟି ଲେଖାଁଏ ଟାଣ ବା ଖମ୍ବୀ ଉପରେ ଧନୁ ପରି ସେଟିଙ୍ଗ କରାଯାଇ ଅଛି ) ଆଜି ତିନି ରଥ ଚାରିନାହାକା ଉପରେ ପ୍ରଥମ ଭୂଇଁ ପାଇଁ ୬ଟି ଲେଖାଁଏ ‘ ଚାରି ଚଉତା’ କାଠ ରଥ ଅମିନ ଯୋଗାଇ ଥିଲେ ସେଥିରୁ ଚାରି ଗୋଟି ‘ଚାରି ଚଉତା’ କାଠର ଦୁଇ ପାର୍ଶ୍ୱ ସାଲ ସରି କାପ ବିନ୍ଧ ଶେଷ ହୋଇ ଆଉ ଦୁଇଟି ଲେଖାଁଏ ଚାରି ଚଉତା କାଠର ଚଉପଟ କାମ ଶେଷ ପର୍ଯ୍ୟାୟରେ । ଏଥି ସହ ତିନି ରଥର ୯ଟି ଲେଖାଁଏ ଯୋଖା ନିର୍ମାଣ ଶେଷ ହେବାସହ ୬ଟି ଲେଖାଁଏ ଗୟଳ ଚଉ ପଟ ସରି ଆଉ ଦୁଇଟି ଲେଖାଁଏ ଗୟଳ ଚଉପଟ କାମ ଜାରୀ ରହିଛି । ତିନି ରଥ ର ଦୁଆର ବେଢା ପାଇଁ ୨୪ ଗୋଟି ନାଟ ଗୋଡ ଆବଶ୍ୟକ ଥିବାବେଳେ ରୂପକାର ସେବକ ମାନଙ୍କୁ ୬ଟି ଲେଖାଁଏ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ପାଇଁ ନାଟ ଗୋଡ଼ ଖମ୍ବୀ ଯୋଗାଇ ଦିଆଯାଇଥିଲା, ରୂପକାର ସେବକ ମାନେ ତିନିରଥର ଚାରିଟି ଲେଖାଁଏ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସମ୍ପୂର୍ଣ୍ଣ ହୋଇ ଆଉ ଦୁଇଟି ନାଟ ଗୋଡ଼ ରେ ରାହୁ ରୂପ ଖୋଦେଇ ଜାରୀ ରହିଛି । ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳ ରେ ତିନି ରଥ ର ଓଝା ବା କମାର ସେବକ ମାନେ ରଥର ଉପରି ଭାଗ କଣ୍ଟା ଚଉତା କଣ୍ଟା,ଯୋକା କଣ୍ଟା, ଇତ୍ୟାଦି ନିର୍ମାଣ ଚାଲୁ ରଖିଛନ୍ତି । ଶ୍ରୀମନ୍ଦିର ହୁଣ୍ଡି ପୁରୀ ୧୫.୦୬.୨୦୨୧ ମଙ୍ଗଳବାର ଶ୍ରୀମନ୍ଦିର ହୁଣ୍ଡି ରୁ ଆଦାୟ -୧,୮୨୪ ଟଙ୍କା ସୁନା – ନାହିଁ ରୁପା – ନାହିଁ Categories: ଓଡ଼ିଶା, ଦେଶ, ପୁରୀ, ହୋମ୍ Related Content ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ by Proprietor Abhimanyu Maharana August 17, 2026 Mother’s Public School Unveils State-of-the-Art Sports Hub in Bhubaneswar to Pioneer Athletic Excellence in Odisha by Proprietor Abhimanyu Maharana August 17, 2026 ମଦର୍ସ ପବ୍ଲିକ ସ୍କୁଲ୍ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ହବ୍ର ଶୁଭାରମ୍ଭ by Proprietor Abhimanyu Maharana August 17, 2026 ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026