ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭାରତୀୟ ଜନତାପାର୍ଟି 20.3.2020 :- ଆଜି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ । ବିଳମ୍ବ ହେଲେ ମଧ୍ୟ ନ୍ୟାୟିକ ପ୍ରକ୍ରିୟାରେ ବିଶ୍ୱାସ ରଖିଥିବା ଆମ ସମସ୍ତଙ୍କୁ ନ୍ୟାୟ ମିଳିଛି ଏବଂ ନିର୍ଭୟା ଦୋଷୀ ମାନଙ୍କୁ ଫାଶୀ ମିଳିଛି । ଗଣତନ୍ତ୍ରର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି । ଶ୍ରୀମତୀ ପରିଡା କହିଛନ୍ତି ଯେ, ନିର୍ଭୟା କେସ ରେ ସୁପ୍ରିମକୋର୍ଟ ରାୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ନିର୍ଭୟାଙ୍କ ପିତା ମାତା ଏବଂ ପରିବାର ଲୋକଙ୍କୁ ଆଜି ନ୍ୟାୟ ମିଳିଛି । ନିର୍ଭୟା ପରିବାର ୭ ବର୍ଷ ଧରି ନ୍ୟାୟ ପାଇବା ପାଇଁ ଯେପରି ଲଢେଇ କରିଥିଲେ ତାହା ସମସ୍ତଙ୍କୁ ଏକ ପ୍ରେରଣା ଯୋଗାଇବ । ଆଜି ସତ୍ୟର ବିଜୟ ହୋଇଛି । ଏହି ଦଣ୍ଡ ବିଧାନରୁ ଅନ୍ୟ ଦୁଷ୍କର୍ମକାରୀମାନେ ସତର୍କ ହେବେ ଏବଂ ଏପରି ହୀନ କାର୍ଯ୍ୟ କରିବାରୁ ଦୂରେଇ ରହିବେ । ପୋଲିସ ଏବଂ ଆଇନ ବ୍ୟବସ୍ଥାରେ କିଛି ତ୍ରୁଟି ଅବା ଗଳାବାଟ ଥିବାରୁ ଅପରାଧୀମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ୭ ବର୍ଷ ସମୟ ଲାଗିଗଲା । ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ତୁରନ୍ତ ସଜ୍ଜା ଶୁଣାଇବା ପାଇଁ ନୂଆ ନିୟମ ଆଣିବା ଦରକାର । ଯେଉଁପରିି ନିର୍ଭୟା କେସ୍ରେ ଅଭିଯୁକ୍ତମାନଙ୍କୁ ଫାଶୀ ମିଳିଛି, ଠିକ୍ ସେହିପରି ନାବାଳିକା ଦୁଷ୍କର୍ମକାରୀମାନଙ୍କୁ ପୋକସୋ ଆକ୍ଟ ଆଧାରରେ ଫାଶୀ ଦିଆଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି । ମହିଳାଙ୍କ ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଆଜି ଗୋଟିଏ ବଡ ଦିନ ଅଟେ । ଆଇନର ଗଳାବାଟ ବନ୍ଦ ହେଲେ ନିର୍ଭୟା ପରି ରାଜ୍ୟରେ ଇତିଶ୍ରୀ,ବେବିନା, କୁନ୍ଦୁଳି ପିଡୀତା ଭଳି ଅନେକ ପୀଡିତାଙ୍କୁୁ ତ୍ୱରିତ ନ୍ୟାୟ ମିଳିପାରିବ । ରାଜ୍ୟରେ ଯେଉଁ ପୀଡିତାମାନେ ନିଜ କେସ ଲଢିବା ପାଇଁ ସମର୍ଥ ନଥିବେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତାପାର୍ଟିର ମହିଳାମୋର୍ଚ୍ଚା ବିନା ପାରିଶ୍ରମିକରେ ଓକିଲ ସାଜି କେସ୍ ଲଢିବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି ଅବସରରେ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏବଂ ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଆଇନର ଗଳାବାଟ ବନ୍ଦ ହେଲେ ରାଜ୍ୟରେ ଅନେକ ପୀଡିତାଙ୍କୁୁ ତ୍ୱରିତ ନ୍ୟାୟ ମିଳିପାରିବ : ମହିଳାମୋର୍ଚ୍ଚା

- Categories: Uncategorized, ଓଡ଼ିଶା, ରାଜନୀତି, ହୋମ୍
Related Content
ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ
by
Proprietor Abhimanyu Maharana
June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ
by
Proprietor Abhimanyu Maharana
June 18, 2026
ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ
by
Proprietor Abhimanyu Maharana
June 18, 2026
ବିଭିନ୍ନ ଅଂଚଳ ରୁ ଆସି ଫ୍ଲାଟରେ ଏକାଠି ରହୁଥିବା ଅନ୍ତେବାସୀ ଙ୍କ ମହିଳାମାନେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିଲେ ରଜ ମହୋତ୍ସବ
by
Proprietor Abhimanyu Maharana
June 18, 2026
କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ଠାରେ କୋଠ ଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ
by
Proprietor Abhimanyu Maharana
June 18, 2026