ବନବିଭାଗ ହାତରେ କାଠମାଫିଆ, ଲକ୍ଷାଧିକ ଟଙ୍କାର କାଠ ଜବତ

ଓଡ଼ିଶା ତାଜା ନ୍ୟୁଜ ( ୧୫ ଜୁନ ମଙ୍ଗଳବାର) କଳାହାଣ୍ଡି :- ମ.ରାମପୁର ଓ ନର୍ଲା ବନ ବିଭାଗର ମିଳିତ ଚଢାଉରେ ୧୨୦ ଖଣ୍ଡ ମୂଲ୍ୟବାନ ସାଇଜ ଶାଳ କାଠ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମତେ ନର୍ଲା ରେଞ୍ଜ ଅନ୍ତର୍ଗତ ବାଲସିଙ୍ଗା ଗ୍ରାମରେ ଶାଳ,ସାଗୁଆନ କାଠ ରଖାଯାଇଥିବା ଖବର ପାଇ ଉତ୍ତର ବନଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ନିର୍ଦ୍ଦେଶରେ ନର୍ଲା ବନଖଣ୍ଡ ଅଧିକାରୀ ଗିରିଧାରୀ ନାଗ, ନର୍ଲା ଫରେଷ୍ଟର

ଭବାନୀ ନାଏକ, ନବୀନ ମାଝୀ,ଭରତ ବନ୍ଧୁ ଶବର ମ.ରାମପୁର ବନ୍ୟାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ମ.ରାମପୁର ଫରେଷ୍ଟର ରମେଶଚନ୍ଦ୍ର ବାଗ, ଫରେଷ୍ଟ ଗାର୍ଡ ଦାମୋଦର ସାହୁ, ବାଳମୁକୁନ୍ଦ ଜାଲ, ସୁଜିତ କୁମାର ସାହୁ ସହ ନର୍ଲା ଥାନାର କର୍ମଚାରୀ ବାଲସିଙ୍ଗା ଗ୍ରାମର ବୈଷ୍ଣବ ବାହୁକଙ୍କ କାଠ କଟା ଘରେ ଚଢ଼ାଉ କରିଥିଲେ । ଏଥିରେ ୧୨୦ ଖଣ୍ଡ ସାଇଜ ଶାଳ କାଠ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ କହିଛି । ଏହି ଘଟଣାରେ ଅଭିଯୁକ୍ତ ବୈଷ୍ଣବ ବାହୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version