ଭର୍ଚ୍ଚୁଆଲ ବୈଠକ ମାଧ୍ୟମରେ ସାଂସଦ ମହତାବ ବିଶ୍ୱ ରକ୍ତ ଦାତା ଦିବସ ଓ ରଜ ପର୍ବ ବାର୍ତା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାରବାଙ୍କୀ :- କଟକ ସାଂସଦ ଭତୃହରି ମହତାବ ସୋମବାର  ଅପରାହ୍ନରେ ଭର୍ଚ୍ଚୁଆଲ ବୈଠକ ମାଧ୍ୟମରେ ବାଙ୍କୀ ,ବଡମ୍ବା ,ଆଠଗଡ଼ ,କଟକ,ଚୌଦ୍ୱାର ,ଖଣ୍ଡପଡ଼ା ଓ କଟକ ସଦର ର ୩୦ ରୁ ଉର୍ଦ୍ଧ ଯୁବ ବର୍ଗ ଙ୍କ ସହ ବିଶ୍ୱ ରକ୍ତ ଦାତା ଦିବସ ଓ ରଜ ପର୍ବ ସମ୍ପର୍କରେ ଆଲୋଚନା କରି ଉପଦେୟ ବାର୍ତା ପ୍ରଦାନ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ଅର୍ଗାନାଇଜେସନ ଦ୍ୱାରା ସମଗ୍ର ବିଶ୍ୱରେ ୨୦୦୫ ମସିହା ଠାରୁ ଜୁନ ୧୪ କୁ ରକ୍ତ ଦାତା ଦିବସ ହିସାବ ରେ ସମଗ୍ର ବିଶ୍ୱରେ ପାଳିତ ହୋଇ ଆସୁଛି । ବିଶ୍ୱ ରେଡକ୍ରସ ସଂସ୍ଥାନ ଏହି ଦିବସରେ ବିଶ୍ୱର ବିଭିନ୍ନ ଦେଶରେ ରକ୍ତଦାତା ଦିବସ ପାଳନ କରି ଲୋକ ମାନଙ୍କୁ ରକ୍ତ ଦାନ ପାଇଁ ପବର୍ତ୍ତାଇ ଆସୁଛି ।

ପ୍ରତ୍ୟକ ୧୮ ରୁ ୬୫ ବ୍ୟକ୍ତ ରକ୍ତ ଦାନ କଲେ ନିଜର ଶରୀର ସୁସ୍ଥ ରହିବା ସହ ରକ୍ତ ଆବଶ୍ୟକତା ଥିବା ଅନ୍ୟ ଜଣଙ୍କ ଜୀବନ ବଞ୍ଚେଇ ପାରିବ।ଶାରୀରିକ ଅସୁସ୍ଥତା କି କୌଣସି ରୋଗର ଶିକାର ଥିଲେ ରକ୍ତ ଦାନ କରନ୍ତୁ ନାହିଁ ସର୍ବଦା ଡାକ୍ତର ଙ୍କ ପରାମର୍ଶ ନେଇ ରକ୍ତ ଦାନ କରନ୍ତୁ । ଦେଶରେ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ରକ୍ତ ସଂଗ୍ରହ ଶିବିର କରି ରକ୍ତ ସଂଗ୍ରହ କରୁଛନ୍ତି ଆମରାଜ୍ୟ ରେ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରୁଛନ୍ତି।ରେଡକ୍ରସ,ଆମ ଓଡିଶା ଓ ଜୀବନବିନ୍ଦୁ ମାଧ୍ୟମରେ ରାଜ୍ୟର ବହୁ ମାତ୍ରାରେ ରକ୍ତ ସମସ୍ୟା ଦୂର ହେଉଛି ବୋଲି ଶ୍ରୀ ମହତାବ ପ୍ରକାଶ କରିବା ସହ ସମସ୍ତ ଯୁବ ବର୍ଗ ରକ୍ତ ଦାନ ଦେବା ପାଇଁ ସମସ୍ତେ ସଚେତନା କରାଇବା ପାଇଁ ବୈଠକ ରେ ଉପସ୍ଥିତ ଥିବା ଯୁବ ବର୍ଗ ଙ୍କୁ ପରାମର୍ଶ ଦେଇଥିଲେ ।

ଓଡ଼ିଶାର ଗାଁ ପର୍ବ ରଜ ର ଅଭିନନ୍ଦନ ସମସ୍ତଙ୍କୁ ପ୍ରଦାନ କରିଥିଲେ । ଏହି ଭର୍ଚ୍ଚୁଆଲ ବୈଠକ କୁ ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ପରିଚାଳନା କରିଥିଲେ । ଏହି ବୈଠକ ରେ ପ୍ରତୀକ ମିଶ୍ର ,ଶ୍ରୀନିବାସ ଦାସ ,ଶୁଭକାନ୍ତ ଦଳେଇ ,ମୋନାଲିସା ଦାସ ,ତପଶ୍ୱନୀ ସେନଗୁପ୍ତ ,ମୁରଲୀ ସେଠି ,ପ୍ରିୟଙ୍କା ଝା ଙ୍କ ସମିତ ଯୁବବର୍ଗ ଯୋଗ ଦେଇଥିଲେ  । (ରିପୋର୍ଟ :ଗୌତମ ମିଶ୍ର )

Exit mobile version